ବେଶ୍ କିଛି ଦିନ ଧରି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ତୃପ୍ତି , ବାବୁଶାନ୍ ଓ ପ୍ରକୃତି ବିବାଦ ବିଷୟରେ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଏବେ ବି ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏହି ବିବାଦର କେବେ ଅନ୍ତ ଘଟିବ? ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ବାବୁ ଙ୍କୁ କ୍ଷମା କରି ପୁଣି ଥରେ ବାବୁ ଙ୍କ ସହ ଖୁସିର ସଂସାର ଗଢିବେ ନାଁ ଏହି ବହୁ ଚର୍ଚ୍ଚିତ ବିବାଦ ଅନ୍ୟ କେଉଁ ନୂଆ ମୋଡ଼ ନେବ ତାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ।
ତେବେ ବାବୁଶାନ୍ ଓ ତୃପ୍ତି ଙ୍କୁ ପୁଣିଥରେ ଏକାଠି କରିବା ପାଇଁ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ଦୁହିଁଙ୍କ ବୈବାହିକ ଜୀବନକୁ ପୁଣି ଥରେ ସଜାଡିବାକୁ ଆପୋଷ ବୁଝାମଣା କରାଯାଉଛି।ଦୁଇ ପରିବାରର ଗୁରୁଜନ ମାନେ ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହାରି ଭିତରେ ବାବୁଶାନ୍ ଙ୍କୁ ବୁଝେଇବାକୁ ତାଙ୍କ ଘରେ ଆସି ପହଂଚିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର।
ଓଲିଉଡ଼ ର ଜଣେ ବରିଷ୍ଠ କଳାକାର ଭାବରେ ସିଦ୍ଧାନ୍ତ ମହାପାତ୍ର ବେଶ୍ ଲୋକପ୍ରିୟ। ଏହା ସହିତ ବାବୁଶାନ୍ ଓ ତାଙ୍କ ପରିବାର ସହିତ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ଙ୍କର ସମ୍ପର୍କ ଖୁବ୍ ନିବିଡ। ତେଣୁ ଏଭଳି ବିବାଦ ପରେ ବାବୁଶାନ୍ ଙ୍କୁ ବୁଝାଇବାକୁ ତାଙ୍କ ଘରେ ଆସି ପହଂଚିଥିଲେ ଅଭିନେତା ସିଦ୍ଧାନ୍ତ।
ଆଗାମୀ ଦିନରେ ପ୍ରକୃତି ମିଶ୍ର ଙ୍କୁ ଛାଡ଼ି ତୃପ୍ତିଙ୍କ ସହିତ କିଭଳି ଖୁସିରେ ଘର ସଂସାର କରିବେ ସେ ବିଷୟରେ ମଧ୍ୟ ଉପଦେଶ ଦେଇଥିଲେ। ତେବେ ବର୍ତ୍ତମାନ ବାବୁଶାନ୍ ଙ୍କୁ ସମସ୍ତେ ବୁଝାଇବାରେ ଲାଗିଛନ୍ତି। କାରଣ ଆଗାମୀ ଦିନରେ ଓଲିଉଡ଼ ର ଭବିଷ୍ୟତ ହେଉଛନ୍ତି ବାବୁଶାନ୍। ବାବୁଶାନ୍ ଙ୍କ ଉପରେ ନିର୍ଭର କରୁଛି ଓଡ଼ିଆ ସିନେମା ଜଗତ।
ତେଣୁ ଏଭଳି ପରିସ୍ଥିତିରେ ସିଦ୍ଧାନ୍ତ ମହାପାତ୍ର ବାବୁଶାନ୍ ଙ୍କୁ ବୁଝାଇବାକୁ ତାଙ୍କ ଘରକୁ ଆସିଥିବାର ନଜର ଆସିଛନ୍ତି। ଆଉ ତାଙ୍କ ସହିତ ଓ ତାଙ୍କ ପରିବାର ଲୋକଙ୍କ ସହିତ ଲଂଚ କରୁଥିବା ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଏହି ମାମଲାର କଣ ସମାଧାନ ବାଟ ବାହାରୁଛି ତା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।