ଆପଣ ଜାଣିଥିବେ ଓଲିଉଡ ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ନାହିଁ। ବର୍ତ୍ତମାନ ସେ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ତେବେ ଏଭଳି କଠିନ ସମୟରେ ବାବୁଶାନ୍ ଙ୍କୁ ଦେଖା କରିବାକୁ ପୁଅ ଗ୍ୱାନ କୁ ଧରି ତୃପ୍ତି ଆସୁଛନ୍ତି ହସ୍ପିଟାଲ୍ । ଆଉ ବାବୁଶାନ୍ ଙ୍କ ପୁଅ ବି ବାବୁଶାନ୍ ଙ୍କୁ କହୁଛି ଯେ, ବାପା ତୁମେ ଜଲଦି ଭଲ ହୋଇଯିବ। କୁନି କୁନି ହାତରେ ପୁଅ ଗ୍ୱାନ ନିଜ ବାପା ଙ୍କୁ ଆଉଁସି ଦେଉଛି ଆଉ ବାବୁଶାନ୍ ମଧ୍ୟ ଉଠିକି ବସି ପୁଅ ସହ ଖେଳୁଛନ୍ତି।
ଆଉ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ତୃପ୍ତି ସଂପୂର୍ଣ୍ଣ ଭାବରେ ବାବୁଶାନ୍ ଙ୍କୁ କ୍ଷମା କରିଦେଇଛନ୍ତି। ଆଉ ବାବୁଶାନ୍ ଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଇବା ବନେଇ ନେଇ ଆସୁଛନ୍ତି। ବାବୁଶାନ୍ ଙ୍କ ପରିବାର ପୁଣି ଏକାଠି ହୋଇଛି। ବାପା ଉତ୍ତମ ମହାନ୍ତି ଓ ଅପରାଜିତା ଏମାନେ ସମସ୍ତେ ଏବେ ଏକାଠି ଅଛନ୍ତି।
ତରଙ୍ଗ ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ ପ୍ରମୋସନାଲ ଏଭେଣ୍ଟ ରେ କିଛି ଦିନ ତଳେ ବାବୁଶାନ୍ ଯୋଗ ଦେଇଥିଲେ। ଏହି ଏଭେଣ୍ଟର ନାଁ ଥିଲା ରାଇଡିଂ ଫର୍ ଦମନ। ଯେଉଁଥିରେ ବାବୁଶାନ୍ ଗାଡି ଧରି ବାହାରିଥିଲେ ଲଦାଖ ଅଭିମୁଖେ। ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜ ଫିଲ୍ମ କୁ ପ୍ରମୋଟ ମଧ୍ୟ କରିଥିଲେ। ବାବୁଶାନ୍ ଙ୍କର ଏକ ନୂଆ ଫିଲ୍ମ ଦମନ ଯାହାକି ଚଳିତ ବର୍ଷ ଦଶହରା ରେ ଆସିବାକୁ ଯାଉଛି। ଏହି ଫିଲ୍ମ ପାଇଁ ସେ ଅନେକ ପରିଶ୍ରମ କରିଛନ୍ତି।
ସମସ୍ତେ ଚାହୁଛନ୍ତି ବାବୁଶାନ୍ ଙ୍କ ଏହି ଫିଲ୍ମ ସୁପରହିଟ ହେଉ। ଆଉ ଏ ସିନେମା ହେଉଛି ଏଭଳି ଏକ ସିନେମା ଯେଉଁଥିରେ ଓଡ଼ିଶା ବାସୀ ଙ୍କ ପାଇଁ ମଧ୍ୟ ଅନେକ କିଛି ରହିଛି। ଓଡ଼ିଶାର ସେହି ସୁଦୂର ଉପନ୍ତର ଗାଆଁ। ଯେଉଁଠି କେବେ ବି ଗୋଟିଏ ଡାକ୍ତର ଠିକ୍ ସମୟରେ ପହଞ୍ଚେନାହିଁ, ସେଭଳି ଇଲାକା ରେ ଜଣେ ଡାକ୍ତର ହୋଇ ପହଞ୍ଚିଛନ୍ତି ବାବୁଶାନ୍।
ଆଉ ସେଠାରେ କିଭଳି ଅସୁବିଧା ସବୁକୁ ସମ୍ମୁଖୀନ କରି ସେ ରୋଗୀ ମାନଙ୍କର ସେବା କରୁଛନ୍ତି ସେ ସବୁ ଏହି ଫିଲ୍ମ ରେ ସୁନ୍ଦର ଭାବରେ ଦର୍ଶାଯାଇଛି। ଏହି ଫିଲ୍ମ ଟି ଏକ ସତ କାହାଣୀ ଉପରେ ପର୍ଯ୍ୟବେଶିତ। ତେବେ ଏହି ଫିଲ୍ମ ର ପ୍ରମୋଷନ ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ତେବେ ବାବୁଶାନ୍ ଙ୍କ ଫ୍ୟାନ୍ସ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।