କିଛି ଦିନ ହେବ ତୃପ୍ତି, ବାବୁଶାନ୍ ଓ ପ୍ରକୃତି ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ରାଜ୍ୟ ବାସୀ ବେଶ୍ ଭଲ ଭାବରେ ଅବଗତ । ଏହି ବିବାଦକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ମଧ୍ୟ ଦୁହିଁଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି।ଆପଣମାନେ ଜାଣିଥିବେ ଏହି ଘଟଣା ପରେ ଗତ ୨୭ ତାରିଖରେ ବାବୁଶାନ୍ ଚେନ୍ନାଇ ରୁ ନିଜ ଘରକୁ ଫେରିଛନ୍ତି। ଏବେ ସେ ନିଜ ପରିବାର ସହିତ ରହୁଛନ୍ତି। ଅନ୍ୟ ପଟେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ନିଜ ପରିବାର ପାଖରେ ରହୁଥିବା ସୂଚନା ମିଳିଛି। ତେବେ ଚେନ୍ନାଇରୁ ଫେରିବା ପରେ ଗତକାଲି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାବୁଶାନ।
କୁହା ଯାଉଛି କୁଆଡେ ଉତ୍ତମ ମହାନ୍ତି ନିଜ ନାତି କି ନିଜ ଠାରୁ ଅଧିକ ଭଲ ପାଆନ୍ତି ଆଉ ନାତି ସହ ବହୁତ ସମୟ ବିତେଇ ଥାନ୍ତି ସେ ତାଙ୍କ ପୁଅ ବୋହୁ ନାତି ଙ୍କୁ ବହୁତ ଭଲ ପାଆନ୍ତି । ଆଉ ନାତି କଥା ଭାବିଲେ ତାଙ୍କୁ ବହୁତ ଖୁସି ଲାଗେ । ଯେତେବେଳେ ଘରେ କେହି ନଥିବେ ଉତ୍ତମ ମହାନ୍ତି ତାଙ୍କ ନିଜ ନାତି ସହିତ ଖେଳନ୍ତି । ଆଉ ବହୁତ ଗେଲ ମଧ୍ୟ କରନ୍ତି । ଆଉ ଯେହେତୁ ଏବେ ନାତି ବହୁତ ଦୂର ରେ ଅଛନ୍ତି ଉତ୍ତମ ମହାନ୍ତି ତାଙ୍କୁ ଏବେ ବହୁତ ଝୁରୁଛନ୍ତି ।
ଆଉ ନାତି କୁ ମାନେ ପକାଉଛନ୍ତି । ଆଉ ଏବେ ବୋହୁ ତୃପ୍ତି ଙ୍କୁ ବୁଝାଇବା ପାଇଁ ନାତି ର ଉଦାହରଣ ଦେଇ ବୁଝାଇଛନ୍ତି । ତାଙ୍କ ଆଗରେ ନାତି କଥା ଉଠାଇ ଛନ୍ତି । ପତି ପତ୍ନୀ ଙ୍କ କଳି ଭିତରେ ପ୍ରତିଦିନ ନୂଆ କଥା ସାମ୍ନା କୁ ଆସୁଛି। ।ଆଉ ଆଜିବି କିଛି ସେମିତି ଘଟିଛି । ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ । ଆଜି ସକାଳୁ ବାବୁଶାନ୍ ବାହାରିଛନ୍ତି ତାଙ୍କ ସ୍ତ୍ରୀ ଙ୍କୁ ଘରକୁ ଆଣିବା ପାଇଁ ଆଉ ଏଥିପାଇଁ ଉତ୍ତମ ମହାନ୍ତି ମଧ୍ୟ ସାଥିରେ ଯିବାପାଇଁ ବାହାରିଛନ୍ତି । ଏବେ ତୃତିଙ୍କ ମନ ବି ତରଳି ଯାଇଛି ସେ ବି ତାଙ୍କ ଆଡୁ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ।
କାଲି ବାବୁଶାନ୍ ଙ୍କ ଜନ୍ମ ଦିନ ଥିବା ବେଳେ ତୃପ୍ତି ତାଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଥିଲେ ଆଉ ତୃପ୍ତି ଙ୍କ ବାପା ବି ଜନ୍ମ ଦିନ ରେ ପହଞ୍ଚି ଥିଲେ ଓ ବାବୁଶାନ୍ ମଧ୍ୟାହ୍ନ ତାଙ୍କ ବାପାଙ୍କୁ କେକ୍ ଖୁଆଇଥିବ ଜଣାପଡିଛି । ଉତ୍ତମ ମହାନ୍ତି କହିଛନ୍ତି ଯେ ପୁଅ ଦେହ ସିନା ଅସୁସ୍ଥ ଅଛି କିନ୍ତୁ ମୋ ନାତି ଟୋକା କୁ ଦେଖିଦେଲେ ମୋର ସବୁ ଅସୁସ୍ଥତା ଦୂର ହେବ । ବୋହୂ ତୃପ୍ତି ଓ ନାତିଙ୍କୁ ଘରକୁ ଆଣିବା ପାଇଁ ଉତ୍ତମ ମହାନ୍ତି ଏମିତି କହିଥିଲେ ।