ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସବୁବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥାଆନ୍ତି ରାନୀ। କିଛି ଲୋକ ତାଙ୍କୁ ପରୋପକାର ମାନବୃତ୍ତି ଯୋଗୁଁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କ ବିରୋଧରେ ନାନା ଅପଶବ୍ଦ ବ୍ୟବହାର କରନ୍ତି। ହେଲେ ଏତେ ବିବାଦ ପରେ ମଧ୍ୟ ସେ କେବେ ବି ଭାଙ୍ଗି ପଡ଼ିନାହାଁନ୍ତି। ସବୁ ପରିସ୍ଥିତି ର ସେ ଦୃଢତାର ସହ ମୁକାବିଲା କରିଛନ୍ତି।
ଯେ କୌଣସି ବିଷୟରେ ହେଉ ନାଁ କାହିଁକି ରାନୀ ପଣ୍ଡା କେବେ ବି ନିଜ ପ୍ରତିକ୍ରିୟା ଦେବାକୁ ପଛାନ୍ତି ନାହିଁ। ଆଉ ଖାସ୍ ସେଇଥି ପାଇଁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ସବୁବେଳେ ବିବାଦ ଘେର ରୁ ରହୁଥିବାରୁ ରାନୀ ପଣ୍ଡା ଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଏମିତିକି ରାଜଧାନୀ ଭୁବନେଶ୍ୱର ରେ ଘର ଟିଏ ପାଇବାକୁ ତାଙ୍କୁ ଅନେକ ମିଛ ସତ କହିବାକୁ ପଡ଼ିଛି।
କିଛି ମାସ ପୂର୍ବେ ଓଡ଼ିଶାର ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଙ୍କ ଆ-ତ୍ମ-ହ-ତ୍ୟା ମାମଲାରେ ନିଜର ପ୍ରତିକ୍ରିୟା ରଖିଥିଲେ ରାନୀ ପଣ୍ଡା। ସେ ସମୟ ରେ ସେ କହିଥିଲେ, ‘ଜଣେ ଅବିବାହିତ ଝିଅ କୁ ଭୁବନେଶ୍ୱର ରେ ଘର ମିଳିବା ଭାରି କଷ୍ଟ। ମୁଁ ନିଜେ ଏହି ପରିସ୍ଥିତି ର ସାମ୍ନା କରିଛି।’
‘ ଘର ମାଲିକ ମାନେ ସିଧା ମନା କରିଦିଅନ୍ତି ଏକୁଟିଆ ଝିଅକୁ ଘର ଭଡ଼ା ଦେବୁନି। ତେଣୁକରି ମୁଁ ବାଧ୍ୟ ହୋଇ ଜଣେ ଅଜଣା ଲୋକଙ୍କୁ ନେଇ କହିଥିଲି ଯେ ମୁଁ ଭବିଷ୍ୟତରେ ୟାଙ୍କୁ ବାହା ହେବି। ହେଲେ ତା ପରେ ବି ସେମାନେ ରାଜି ନ ହେବାରୁ ମୁଁ ମୋ ଘର ଲୋକଙ୍କୁ ଡାକି ଚୁକ୍ତି କରିବା ପରେ ହିଁ ସେ ଘରେ ରହି ପାରିଲି। ଏମିତିକି ଚୁକ୍ତି ମୁତାବକ ମତେ ମୋ ଠିକଣା ଲୁଚାଇବାକୁ ପଡୁଛି। ଓଡ଼ିଶାର କେହି ବି ଲୋକ ଜାଣନ୍ତି ନାହିଁ ରାନୀ ପଣ୍ଡା ଏବେ କେଉଁଠି ରହୁଛି ‘
‘ଏହି ସବୁ ଅସୁବିଧା ହୋଇଥିବାରୁ ରଶ୍ମିରେଖା ମଧ୍ୟ ମିଛ କହି ସନ୍ତୋଷ କୁ ତାର ସ୍ବାମୀ ବୋଲି ପରିଚୟ ଦେଇ ସେହି ଘରେ ରହିଥିବ। ନହେଲେ ଯଦି ବି ରଶ୍ମି ରେଖା ବିବାହ କରିଥାନ୍ତା ତେବେ ଏହି କଥା ନିଶ୍ଚୟ ଭାବରେ ତା ପରିବାର ଲୋକ ଜାଣି ଥାନ୍ତେ’ ବୋଲି କହିଥିଲେ ରାନୀ ପଣ୍ଡା।