ଓଲିଉଡ଼ ଅଭିନେତା ରାଜେଶ୍ ଓ ଲୁମ୍ରାଇନା ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ଦୁହେଁ ଓଡ଼ିଆ ଧାରାବାହିକ ରେ ଅଭିନୟ କରନ୍ତି । ଆଉ ଆଗକୁ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପ୍ରାୟ ଏକ ବର୍ଷ ହୋଇଯିବ ଦୁହେଁ ଲଭ ରିଲେସନ ରେ ରହିଥିଲେ । ଆଉ ଏବେ ସେ ତାଙ୍କ ପ୍ରେମ କୁ ସଫଳ କରି ବିବାହ ର ରୂପ ଦେବାକୁ ଯାଉଛନ୍ତି।
ତାଙ୍କ ବିବାହ କୁ ନେଇ ଦୁହେଁ ବହୁତ୍ ଖୁସି ଥିବାର ନଜର ଆସିଛନ୍ତି। ଲୁମ୍ରାଇନା ଙ୍କ ପୂର୍ବରୁ ଅଭିନେତା ରାଜେଶ୍ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ଭଲ ପାଉଥିଲେ ଆଉ ଦୁଇ ଜଣ ଙ୍କ ର ନିର୍ବନ୍ଧ ମଧ୍ଯ ସରି ଯାଇଥିଲା ହେଲେ ତାଙ୍କ ରିଲେସନ କୁ ନେଇ ତାଙ୍କ ପରିବାର ରେ କିଛି ସମସ୍ୟା ଦେଖା ଦେଇଥିଲା। ଯାହା ଫଳରେ ସେମାନେ ନିଜ ଭିତରେ ବୁଝାମଣା କରି ନେଇଥିଲେ ।
ତାଙ୍କର ବାହାଘର ଭାଙ୍ଗି ଯାଇଥିଲା । ଆଉ ଦୁହେଁ ସବୁ ଦିନ ପାଇଁ ଅଲଗା ହୋଇ ଯାଇଥିଲେ । ତା ପରେ ରାଜେଶ୍ ଙ୍କ ର ଅଭିନେତ୍ରୀ ଲୁମ୍ରାଇନା ଙ୍କ ସହିତ ଦେଖା ହୋଇଥିଲା । ଦୁଇ ଜଣ ସୁଟିଂ ସେଟ୍ ରୁ ପରସ୍ପର ଙ୍କୁ ଜାଣିଥିଲେ । ଆଉ ତା ପରେ ଦୁହିଁଙ୍କ ମଧ୍ଯ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୀର୍ଘ ଏକ ବର୍ଷ ର ରିଲେସନ ପରେ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ତାଙ୍କ ବିବାହ କୁ ନେଇ ଦୁଇ ଜଣ ବହୁତ୍ ଖୁସୀ ଅଛନ୍ତି । ନିକଟରେ ତାଙ୍କର ହଳଦୀ ମେହେନ୍ଦି ର କାର୍ଯ୍ୟକ୍ରମ ମଧ୍ୟ ସରି ଯାଇଛି। ଖାଲି ଯାହା ବିବାହ ବାକି ରହିଛି । ଦର୍ଶକ ମାନେ ତାଙ୍କ ବିବାହ କୁ ଅପେକ୍ଷା କରିଛନ୍ତି । ରାଜେଶ୍ ବହୁତ୍ ସୁନ୍ଦର୍ ସୁନ୍ଦର୍ ଧାରାବାହିକ ଓଡ଼ିଆ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ଆଉ ସେ ଅନେକ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ।
ମିଠା ମିଠା ସିନେମା ଜରିଆରେ ସେ ଓଲିଉଡ଼ ସିନେମା ଜଗତରେ ପାଦ ରଖିଥିଲେ । ଆଉ ଏବେ ସେ ଜଣେ ସଫଳ ଅଭିନେତା ହୋଇ ପାରିଛନ୍ତି। ଆଉ ଅଭିନେତ୍ରୀ ଲୁମ୍ରାଇନା ମଧ୍ଯ ଅନେକ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି । ଦର୍ଶକ ମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି।।