Breaking News

ବିଦେଶରେ ସୁନ୍ଦର ସୁନ୍ଦର ଜାଗା ବୁଲିଲେ ଓଲିଉଡ ର ଲୋକପ୍ରିୟ ଯୋଡ଼ି ଜିନା ସାମଲ(Jina) ଓ ରୁଦ୍ର (Rudra) – ଦେଖନ୍ତୁ

ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଯୋଡ଼ି ଜିନା ସାମଲ ଓ ରୁଦ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଦୁହେଁ ଅଭିନୟ ଜଗତର ଅତି ଜଣାଶୁଣା ଚେହେରା। ତେବେ ବର୍ତ୍ତମାନ ସମୟରେ ବିଦେଶରେ ବୁଲୁ ଥିବାର ନଜର ଆସିଛନ୍ତି ଓଲିଉଡ ର ଏହି ଜବରଦସ୍ତ ଯୋଡ଼ି।

ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଜିନା ସ୍ଵୟମ୍ବର ମାଧ୍ୟମରେ ରୁଦ୍ର ଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଓ ତାଙ୍କୁ ବିବାହ କରିଥିଲେ। ଜିନାର ଜୀବନସାଥୀ ରିଆଲିଟି ଶୋ ଟି ସେ ସମୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ତେବେ ଏହାରି ଭିତରେ ତାଙ୍କ ବାହାଘର କୁ ୫ ବର୍ଷ ପୁରି ଯାଇଥିଲେ ମଧ୍ୟ ମା ହୋଇନାହାନ୍ତି ଜିନା। ଆଉ ଏହି କଥାକୁ ନେଇ ଜିନା ଙ୍କୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ମାନେ ପ୍ରଶ୍ନ କରିଛନ୍ତି।

ତେବେ ଫ୍ୟାନ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜିନା କହିଛନ୍ତି ଯେ ସେ ଏବେ ମା ହେବାକୁ ଚାହୁଁ ନାହାଁନ୍ତି। ବର୍ତ୍ତମାନ ସେ ନିଜ କ୍ୟାରିୟର ଉପରେ ଦୃଷ୍ଟି ଦେବାକୁ ଚାହୁଁଛନ୍ତି। ନିଜ କ୍ୟାରିୟର ଗଢ଼ିବା ପରେ ସେ ନିଜ ପିଲା କୁ ଜନ୍ମ ଦେବେ ବୋଲି ଚାହୁଁଛନ୍ତି ଜିନା। ତେବେ ଏହାରି ଭିତରେ ଜିନା ଙ୍କୁ ପ୍ରାୟ ୩୮ ବର୍ଷ ବୟସ ହୋଇଗଲାଣି।
ତେବେ ଜିନା ଓ ରୁଦ୍ର ଓଲିଉଡ ରେ ଅନେକ ଗୁଡ଼ିଏ ସିନେମାରେ କାମ କରି ସାରିଛନ୍ତି। ତାଙ୍କର ଜବରଦସ୍ତ୍ ଅଭିନୟକୁ ଲୋକ ମାନେ ବେଶ୍ ପସନ୍ଦ କରିଛନ୍ତି। ଅନେକ ରିଆଲିଟି ଶୋ ରେ ମଧ୍ୟ ଦୁହେଁ ଜଜ୍ ଭାବରେ ନଜର ଆସିଛନ୍ତି। ଓଡ଼ିଶାରେ ତାଙ୍କର ଖୁବ୍ ଫ୍ୟାନ ଫଲୋଇଙ୍ଗ ରହିଛି।

ତେବେ ବର୍ତ୍ତମାନ ସମୟ ରେ ଜିନା ଓ ରୁଦ୍ର ଓଡ଼ିଶା ବାହାରେ ଗୋଟିଏ ସୁନ୍ଦର ସ୍ଥାନରେ ବୁଲା ବୁଲି କରୁଥିବାର ନଜର ଆସିଛନ୍ତି। ତାଙ୍କ ସହିତ ଓଲିଉଡ ର ଅନ୍ୟ ଜଣେ ଲୋକପ୍ରିୟ ଅଭିନେତା ଅର୍ଦ୍ଧେନ୍ଧୁ ଓ ତାଙ୍କ ପତ୍ନୀ ପଲ୍ଲବୀ ମଧ୍ୟ ନଜର ଆସିଛନ୍ତି। ସମସ୍ତେ ମିଶି ସେଠାରେ ଖୁବ୍ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *