ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ଏହି ଡିଜିଟାଲ ଦୁନିଆ ରେ ମଣିଷ ପାଇଁ ଅନେକ ସୁବିଧା ରହିଛି , ପୂର୍ବ ରୁ ମଣିଷ ଯେଉଁ କାର୍ଯ୍ୟ ପାଇଁ ଅସୁବିଧା ରେ ପଡୁଥିଲା ଆଜି ସେହି ଅସୁବିଧା। କୁ ମାତ୍ର ଗୋଟିଏ ସେକେଣ୍ଡ ରେ ସମାଧାନ କରୁଛି ଡିଜିଟାଲ ଦୁନିଆ ର ଡିଜିଟାଲ ମେସିନ । ଦୁନିଆ ବହୁତ୍ ଆଗ କୁ ଆଗଉଛି ,
ସାଧାରଣ ଲୋକ ମାନେ ବିଜୁଳି ସମସ୍ୟା କୁ ନେଇ ଚିତିନ୍ତ୍ ହେଉଥିଲେ , ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ସ୍ମାର୍ଟ ମିଟର । ଏହି ଡିଜିଟାଲ ଦୁନିଆ ରେ ଆସି ଯାଇଛି ସ୍ମାର୍ଟ ମିଟର ଓ ଏହି ସ୍ମାର୍ଟ ମିଟର ସେବା ଆରମ୍ଭ ହୋଇଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳ ରେ , ଏହି ସ୍ମାର୍ଟ ମିଟର ଟି ହେଉଛି ଆପଣ ଙ୍କ ମୋବାଇଲ୍ ସିମ୍ କାର୍ଡ ଭଳି ।
ଆମେ ଯେଉଁ ଭଳି ଭାବେ ମୋବାଇଲ୍ ରେ ପଡ଼ିଥିବା ସିମ ରିଚାର୍ଜ୍ କରି ସୁବିଧା ନେଉଛନ୍ତି ଠିକ୍ ସେହିଭଳି ଏହି ମିଟର ବି ଆପଣ ମାନେ ରିଚାର୍ଜ କରି ବିଦ୍ୟୁତ୍ ସେବା ପାଇ ପାରିବେ । ଏହି ସ୍ମାର୍ଟ ମିଟର ରେ ଉଭୟ ପ୍ରିପେଡ ଓ ପୋଷ୍ଟପେଡ ସେବା ଉପଲବ୍ଧ ରହିଛି , ଅର୍ଥାତ୍ ଆପଣ ଚାହିଁଲେ ରୀଚାର୍ଜ୍ କରି ବିଦ୍ୟୁତ୍ ଜାଳି ପାରିବେ ଅବା ପରେ ଯେତେ ପରିମାଣ ର ବିଦ୍ୟୁତ୍ ଜାଳି ଥିବେ ସେ ଅନୁସାରେ ଟଙ୍କା ପୈଠ କରି ପାରିବେ ।
ପ୍ରଥମ ପର୍ଯ୍ୟାୟ ରେ ଏହି ସ୍ମାର୍ଟ ମିଟର କିଛି ଘରେ ଲଗା ଯାଇଛି , ଟାଟା ପକ୍ଷ ରୁ ସବୁସ୍ଥାନରେ ଏହି ମିଟର ଲଗାଇବା ପାଇଁ । ଏହି ସ୍ମାର୍ଟ ମିଟର ରେ ଥିବା ଚିପ ମାଧ୍ୟମ ରେ ମୋବାଇଲ ସାହାର୍ଯ୍ୟ ଜାଣି ପାରିବେ ଆପଣ କେତେ ପରିମାଣ ର ଏବଂ କେତେ ମୂଲ୍ୟ ବିଦ୍ୟୁତ୍ ବ୍ୟବହାର କରିଛନ୍ତି ।
ତାହେଲେ ପରବର୍ତ୍ତୀ ସମୟ ରେ ଗ୍ରାହକ ଙ୍କ ପସନ୍ଦ ଅନୁସାରେ ପ୍ରିପେଡ୍ କିମ୍ବା ପୋଷ୍ଟ ପେଡ୍ ଏହାକୁ ପରିବର୍ତ୍ତନ କରାଯିବ । ପ୍ରଥମ ଥର ପାଇଁ ଜୟପୁର ଏହି ସୁବିଧା ଦିଆ ଯାଉଛି ଓ ଏହାକୁ ନେଇ ବର୍ତ୍ତମାନ୍ ସମୟ ରେ ଜଯପୁର ଗ୍ରାହକ ମାନେ ବେଶ୍ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ପୂର୍ବ ରୁ ବିଦ୍ୟୁତ୍ ବିଲ କ୍ଷେତ୍ର ରେ ଅନେକ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ୍ ସେଭଳି ହେବ ନାହିଁ ବୋଲି ଆଶା ରଖିଛନ୍ତି ଗ୍ରାହକ ମାନେ । ଭଳି ସୁବିଧା ସମସ୍ତ ଗ୍ରାହକ ମାନେ ପାଇବେ ଖୁବ୍ ଶୀଘ୍ର , ଆଉ ବିଜୁଳି ମୂଲ୍ୟ ପୈଠ କରିବାକୁ ଆଉ ଅସୁବିଧା ହେବ ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।