ଓଡ଼ିଆ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ଜୟଜିତ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଟିଭି ପରଦାରେ ଆପଣ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ସମୟରେ ଜୟଜିତ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଜୟଜିତ୍। ତେବେ ସେ କାହାକୁ ବିବାହ କରୁଛନ୍ତି ଓ କଣ ରହିଛି ଏହା ପଛର ପ୍ରକୃତ ଖବର ଆସନ୍ତୁ ଜାଣିବା।
ତେବେ ଓଡ଼ିଆ ଧାରାବାହିକ ଜଗତର ଜଣେ ଆଗଧାଡିର ଅଭିନେତା ହେଉଛନ୍ତି ଜୟଜିତ୍। ଅନେକ ଗୁଡ଼ିଏ ଲୋକପ୍ରିୟ ଓଡ଼ିଆ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଶାରେ ତାଙ୍କର ବେଶ୍ ଫ୍ୟାନ ଫଲୋଇଙ୍ଗ ରହିଛି। କେବଳ ଧାରାବାହିକ ନୁହେଁ କେତେ ଗୁଡ଼ିଏ ଆଲବମ୍ ଓ ସିନେମାରେ ମଧ୍ୟ ଜୟଜିତ୍ ନଜର ଆସିଛନ୍ତି।
ତେବେ ନିକଟରେ ଜୟଜିତ୍ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ବିବାହ ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଜୟଜିତ୍ ଙ୍କ ମଙ୍ଗନ ହେଉଛି। ଆଉ ପରିବାର ଲୋକେ ତାଙ୍କୁ ହଳଦୀ ପାଣିରେ ଗାଧୋଇ ଦେଉଛନ୍ତି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ମାନେ ଭାବିଥିଲେ ଯେ ଜୟଜିତ୍ ସତସତିକା ବିବାହ କରିବାକୁ ଯାଉଛନ୍ତି।
ହେଲେ କହିରଖୁଚୁ, ଜୟଜିତ୍ ବିବାହ କରିବାକୁ ଯାଉଛନ୍ତି ସତ ହେଲେ ରିୟଲ ଲାଇଫ ରେ ନୁହେଁ ବରଂ ରିଲ୍ ଲାଇଫ ରେ। ଆପଣ ଜାଣିଥିବେ ଜୟଜିତ୍ ବର୍ତ୍ତମାନ ଗୋଟିଏ ଧାରାବାହିକ ରେ ନଜର ଆସୁଛନ୍ତି। ଯାହାର ନାଆଁ ହେଉଛି ସୁହାଗ ସିନ୍ଦୂର। ଷ୍ଟାର କିରଣ ଚ୍ୟାନେଲ ରେ ଏହି ଧାରାବାହିକର ପ୍ରସାରଣ ହେଉଛି। ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି ଜୟଜିତ୍।
ତେବେ ଏହି ଧାରାବାହିକ ରେ ଜୟଜିତ୍ ଙ୍କ ବିବାହ ଓ ହଳଦୀ ହେଉଛି। ଏହି ସିନ୍ ର ସୁଟିଂ ବେଳର କିଛି ଦୃଶ୍ୟ ଜୟଜିତ୍ ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଭିଡିଓ ଦେଖିବା ପରେ ଜୟଜିତ୍ ରିୟଲ ଲାଇଫ ରେ ବିବାହ କରୁଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହି ଭିଡିଓ ଦେଖିବା ପରେ ଜୟଜିତ୍ ଙ୍କ ଫ୍ୟାନ୍ସ ମାନେ ଏଥିରେ ଖୁବ୍ ସୁନ୍ଦର କମେଣ୍ଟ ମଧ୍ୟ କରୁଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।