Breaking News

ବିଷାକ୍ତ ସାପକୁ ଚୁମ୍ବନ ଦେଉଛନ୍ତି ଯୁବତୀ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ – ଦେଖନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି। ତେବେ ତା ଭିତରୁ ଏଭଳି ବି କିଛି ଭିଡିଓ ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ କରିଦିଏ। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେହିଭଳି ଏକ ଭିଡିଓ। ଯାହା ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଯେପରିକି ସମସ୍ତେ ଜାଣିଥିବେ, ସାପ ହେଉଛି ଏକ ବିପଦପୂର୍ଣ୍ଣ ଜୀବ। ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛାନିଆ ହେଇଯାଆନ୍ତି। ହେଲେ ଭାଇରାଲ ଭିଡିଓ ରେ ଜଣେ ଯୁବତୀ ଏକ ବିଷଧର ବିରାଟ କଳା ସାପକୁ ଚୁମ୍ବନ ଦେଉଛନ୍ତି। ଏଭଳି ଲୋ-ମ ଟା-ଙ୍କୁ-ରା ଦୃଶ୍ୟ ଦେଖିବା ପରେ ଲୋକମାନେ ଏବେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳିଛି, ଏକ କଳା ରଙ୍ଗର ବିଶାଳ ସାପ ଏକ ବଗିଚାରେ ଫ-ଣା ଟେ-କି ଛିଡ଼ା ହୋଇଛି। ଯୁବତୀ ଜଣକ ତା ପାଖରେ ବସି ନିଜ ହାତରେ ତାକୁ ଆଉଁସି କରି ତା ପରେ ତା ମୁହଁକୁ ଚୁମ୍ବନ ଦେଉଛନ୍ତି। ତେବେ ଏହି ବିଷାକ୍ତ ବିରାଟକାୟ ସାପ ଟି ତାଙ୍କୁ ଚୋ-ଟ ନ ମା-ରି ସେହିଭଳି ଭାବରେ ଛିଡ଼ା ହୋଇ ରହିଛି।


ଏହି ଭିଡିଓ କୁ କେହିଜଣେ ୟୁଜର ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଭାଇରାଲ ଭିଡିଓ କୁ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଭିଡିଓ କୁ ଦେଖିବା ପରେ କିଛି ଲୋକମାନେ ଯୁବତୀ ଜଣକ ସାହାସ କୁ ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ଏଭଳି ବିପଦପୂର୍ଣ୍ଣ କାମ ନ କରିବା ପାଇଁ ଯୁବତୀ ଜଣକୁ ତାଗିଦ୍ କରିଛନ୍ତି।

ତେବେ ସୋସିଆଲ ମିଡିଆରୁ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ଦେଖି କେବେ ବି ଏଭଳି କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ। ଏହା ଖୁବ୍ ଘାତକ ହୋଇଥାଏ। ଏମିତିକି ଏଭଳି କାମରେ ମଣିଷର ଜୀବନ ଚାଲି ଯିବାର ଆଶଂକା ମଧ୍ୟ ରହିଥାଏ। ତେଣୁକରି ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ଠାରୁ ସବୁବେଳେ ଦୂରେଇ ରହିବା ଉଚିତ୍।

 

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *