Breaking News

ବୁଲିଲା BMC ବୁଲଡୋଜର , ଭାଙ୍ଗିଦେଲା ଦୋକାନ ! ମାଟିରେ ମିଶିଲା ପ୍ରସିଦ୍ଧ କିଶୋର ଭାଇନା (kishore bhaina) ମଟନ ଦୋକାନ ॥ ଦେଖନ୍ତୁ

ରାଜଧାନୀ ରେ ବୁଲିଲା ବୁଲଡୋଜର। ଭାଙ୍ଗିଲା କିଶୋର ଭାଇନା ଙ୍କ ପ୍ରସିଦ୍ଧ ମଟନ ଦୋକାନ। ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ଆଜି ବିଏମସି ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ଓ ଖାଦ୍ୟ ରେ ଅପମିଶ୍ରିତ ହେଉଥିବା ଦର୍ଶାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଏମସି।

ସୂଚନା ଥାଉ କି, ଗତ ଦୁଇ ଦିନ ପୂର୍ବେ ଖାଦ୍ୟର ମାନ ପରଖିବା ପାଇଁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବିଏମସି ଚଢାଉ କରିଥିଲା । ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ତାଗିଦ କରିଥିଲେ । ଏହା ସହିତ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟସନରେ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଏମସିର ଫୁଡ ସେଫଟି ଟିମ୍ ।

କେବଳ ଏତିକି ନୁହେଁ, ତରକାରୀରେ ନକଲି ରଙ୍ଗ, ଏକ୍ସପାୟରୀ ସସ୍ ଓ ନଷ୍ଟ ହୋଇଯାଇଥିବା କଙ୍କଡା ପକାଇବା ସହ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଦୃଷ୍ଟି ଦେଉନଥିଲେ କିଶୋର ଭାଇନା। ଏହି କାରଣ ପାଇଁ ବିଏମସି ଏହାକୁ ସିଲ କରିଥିଲା। ହେଲେ ବିଏମସି ର ତାଗିଦ୍ ସତ୍ତ୍ବେ ଗତକାଲି ପୁଣିଥରେ ନିର୍ଦ୍ଦିଷ୍ଟ ସମୟରେ ଦୋକାନ ଖୋଲିଥିଲେ କିଶୋର ଭାଇନା।

ଏହି ଘଟଣା ପରେ ବିଏମସି ଉପରେ ଲୋକ ମାନଙ୍କର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସୋସିଆଲ ମିଡ଼ିଆରେ ଏହି ନ୍ୟୁଜ ଘୁରି ବୁଲିଲା। ଏମିତିକି ବିଏମସି ଟଙ୍କା ଖାଇ ଚୁପ୍ ବସିଗଲା ବୋଲି ଲୋକ ମାନେ କହିବାକୁ ଲାଗିଲେ। ହେଲେ ଆଜି ଲୋକ ମାନଙ୍କର କଥାକୁ ଭୁଲ ପ୍ରମାଣିତ କରିଛି ଵିଏମସି। ଆଜି ସକାଳୁ ସକାଳୁ କିଶୋର ଭାଇନା ହୋଟେଲରେ ବୁଲଦୋଜର ଚଢାଇ ଏହାକୁ ମାଟିରେ ମିଶାଇ ଦେଇଛି ବିଏମସି ।

ତେବେ ପ୍ରଥମେ ନିୟମ ଉଲ୍ଳଘଂନ ଆଉ ତା’ ପରେ କାର୍ଯ୍ୟାନୁଷ୍ଠାନକୁ ଖାତିର ନ କରି ତୋଡ଼ ଦେଖାଇବା କିଶୋର ଭାଇନା ଙ୍କୁ ମହଙ୍ଗା ପଡ଼ିଛି। ଦୁର୍ଗା ପୂଜା ପୂର୍ବରୁ ବିଏମ୍‌ସି ତରଫରୁ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ପରଖା ଯାଉଛି। ଫୁଟପାଥ ସମେତ ଅନ୍ୟ ରେଷ୍ଟୁରାଂଟରେ ବି କିଭଳି ରହିଛି ପରିବେଶ ସେନେଇ ଯାଂଚ ଚଳାଇଛି ବିଏମସି। ତେବେ ବିଏମସି ର ଏଭଳି ଆକ୍ସନ ମୋଡ଼ କୁ ଅନେକ ଲୋକ ପ୍ରଶଂସା କରିଛନ୍ତି।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *