ସମସ୍ତେ ଗୁପଚୁପ ଖାଇବା କୁ ବେସ୍ ପସନ୍ଦ କରିଥାନ୍ତି । ନିଜ ନିଜ ପସନ୍ଦ ରେ ସମସ୍ତେ ଗୁପଚୁପ ଖାଇଥାନ୍ତି । ଗୁପଚୁପ ର ମସଲା ପାଣି ବହୁତ୍ ସ୍ଵାଦିଷ୍ଟ ହୋଇଥାଏ । ଆଉ ସମସ୍ତଙ୍କ ର ଗୁପଚୁପ ଅତି ପ୍ରିୟ ହୋଇଥାଏ । ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଖବର ଭାଇ ରାଲ୍ ହେବାରେ ଲାଗିଛି । ଖବର ଟି ହେଉଛି ଯେ 21 ବର୍ଷୀୟ ଯୁବତୀ ଗୁପଚୁପ ବିକ୍ରି କରୁଛନ୍ତି । ଆଉ ଲୋକ ମାନେ ତାଙ୍କୁ ବିଟେକ୍ ଗୁପଚୁପ ବାଲି ବୋଲି ଡାକୁଛନ୍ତି।
ଯୁବତୀ ଜଣକ ଙ୍କ ର ନାଁ ହେଉଛି ତାପସୀ ଉପାଧ୍ୟାୟ। ଆଉ ତାପସି ବିଟେକ ପାଠ ପଢ଼ିଛନ୍ତି । ସମସ୍ତେ ଅଧିକ ପାଠ ପଢ଼ି ଥାଆନ୍ତି ବହୁତ୍ ଭଲ ଚାକିରୀ କରିବା ଆଶାରେ । ହେଲେ ତାପସୀ ବିଟେକ ପଢ଼ିବା ପରେ ଭଲ ଚାକିରି କରିବା କଥା ନ ଭାବି ଗୁପଚୁପ ବିକ୍ରି କରିବା କଥା ଭାବିଥିଲେ । ଆଉ ସେ ଗୁପଚୁପ ବିକ୍ରି କରିଥିଲେ ।
ତାଙ୍କ ଗୁପଚୁପ ବିକ୍ରି କରିବାର ଷ୍ଟାଇଲ ସମ୍ପୂର୍ଣ୍ଣ ନିଆରା । ଯେ କେହି ଦେଖିବ ତାଙ୍କ ଠାରୁ ଗୁପଚୁପ ଖାଇବା କଥା ନିଶ୍ଚୟ ଭାବିବ । ତାପସୀ ଙ୍କ ଏକ ସୁନ୍ଦର୍ ଗୁପଚୁପ ଠେଲା ରହିଛି । ଆଉ ସେଥିରେ ସେ ଗୁପଚୁପ ରଖି ବିକ୍ରି କରନ୍ତି ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ସେ ତାଙ୍କ ଗୁପଚୁପ ଠେଲା ସହିତ ଏକ ବୁଲେଟ ର କନେକ୍ସନ୍ କରିଛନ୍ତି । ଆଉ ବୁଲେଟ ଟି କୁ ତାପସୀ ନିଜେ ଚଲାନ୍ତି। ଏକ ନିଆରା ଢଙ୍ଗରେ ତାପସୀ ତାଙ୍କର ଗୁପଚୁପ ବିଜନେସ କରୁଛନ୍ତି।
ତାଙ୍କର ଏହି କାମ ଦେଖି ତାଙ୍କୁ କିଛି ଲୋକ ଅନେକ କଥା କହିଥାନ୍ତି ଏବଂ ବହୁତ୍ ଲୋକ ମଧ୍ୟ ତାଙ୍କ କାମ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ତାପସୀ କହିଛନ୍ତି ଯେ କାମ ଯାହା ବି ହେଉ ନା କାହିଁକି ତାକୁ ଯଦି ସଠିକ୍ ଭାବରେ କରା ଯାଏ ତେବେ ଜିବନ ରେ ସଫଳତା ନିଶ୍ଚୟ ମିଳି ପାରିବ । ଆଉ କହିବା ଲୋକ ତ ବହୁତ୍ କିଛି କହିବେ ତାଙ୍କ କଥା କୁ ଶୁଣିବା କୁ ମୁଁ ଚାହୁଁ ନାହିଁ । ସେ ତାଙ୍କ କାମକୁ ନେଇ ବହୁତ୍ ଖୁସି ଅଛନ୍ତି ବୋଲି ଜଣାଇ ଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।