Breaking News

ଭାଙ୍ଗିଯିବ ଅନୁଭବ-ବର୍ଷା ସଂପର୍କ !! “ପରିବର୍ତ୍ତନ ହେବନି ମନ , ପଛକୁ ଆଉ ଫେରିବୁନି” : ଏମିତି କହିଲେ ଅନୁଭଵ ମହାନ୍ତି(Anubhav) … ଦେଖନ୍ତୁ

ସାଂସଦ ତଥା ଅଭିନେତା ଅନୁଭଵ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରୁ ଯଦି କେହି ବି ଜଣେ ଟିକେ ନଇଁ ଯିବେ ତେବେ ପାରିବାରିକ ଝଡ଼ କାଳେ ମୁଣ୍ଡ ଉପର ଦେଇ ଚାଲିଯିବ। ଦୁହିଁଙ୍କ ସଂପର୍କ ର କିଛି ବି କ୍ଷତି ଘଟିବ ନାହିଁ। ଆଉ ସଂସାର ଭିତରେ ଘର କରିଥିଲେ ଛୋଟ ମୋଟ ଘଟଣା ଘଟେ। ଯଦି ସେହି ଘଟଣାକୁ ଦୁର୍ଘଟଣାର ରୂପ ନ ଦିଆଯାଏ ତେବେ ସବୁକିଛି ଠିକ୍ ହୋଇଯିବ।

ସବୁକିଛି ପୁଣି ଆଗ ଭଳି ଚାଲିବ। ଆଉ କାହାର କିଛି ବି କ୍ଷତି ହବନି। ଗତକାଲି ସାଂସଦ ଅନୁଭଵ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଫ୍ୟାମିଲି କୋର୍ଟ ରେ ଏମିତି କିଛି କଥା କହି ବୁଝାଇବାକୁ ଚେଷ୍ଟା କରିଥିଲେ ବିଚାରପତି। କିନ୍ତୁ ସମସ୍ତଙ୍କର ଆପୋଷ ବୁଝାମଣା ବିଫଳ ହୋଇଥିଲା।

ଦୁହେଁ ନିଜ ନିଜ ଜିଦ୍ ରେ ଅଟଳ ଥିଲେ। ଆଉ କେବେ ବି ମନ ପରିବର୍ତ୍ତନ ହେବନି କି ସଂପର୍କ ରେ ଦୁହେଁ ଆଉ ପଛକୁ ଫେରିବେନି ବୋଲି କହିଥିଲେ। ମାମଲାରେ ବୁଝାମଣା ଚାହୁଁ ନଥିବା ପିଟିସନ ମାଧ୍ୟମରେ କୋର୍ଟ କୁ ଜଣାଇଛନ୍ତି ସାଂସଦ ଅନୁଭଵ ମହାନ୍ତି। ସେପଟେ କୋର୍ଟ ର ନିଷ୍ପତି ରେ ସହଯୋଗ କରିବାକୁ ଜଣାଇଥିଲେ ବର୍ଷା। ମାମଲାର ପରବର୍ତ୍ତୀ ଶୁଣାଣି ନେଇ ମାନ୍ୟବର କୋର୍ଟ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି।

ପୂର୍ବରୁ ଅନୁଭଵ ଓ ବର୍ଷା ଙ୍କ ମଧ୍ୟରେ ଆପୋଷ ବୁଝାମଣା ଆଲୋଚନା ପାଇଁ ବିଚାରପତି ତାରିଖ ଧାର୍ଯ୍ୟ କରିଥିଲେ। ପରିବାର ଅଦାଲତ ବିଚାରପତି ଙ୍କ କକ୍ଷରେ ଉଭୟ ବର୍ଷା ଓ ଅନୁଭଵ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ହେଲେ ଆଲୋଚନା ମଧ୍ୟରେ ଉଭୟଙ୍କ ମତରେ ସହମତି ନଥିଲା। ଆଉ ବର୍ଷା ଅନୁଭବଙ୍କ ବିରୋଧରେ ଏକାଧିକ ଫୌଜଦାରୀ ମାମଲା ରୁଜୁ କରିଥିବା ପ୍ରସଙ୍ଗ ଉଠାଇଥିଲେ ଅନୁଭଵ।

ଆଉ ବର୍ଷା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଅନୁଭବ ଙ୍କ ଆଭିମୁଖ୍ୟ କୁ ନେଇ ପ୍ରଶ୍ନ କରିଥିଲେ। ଆଉ ଏହାପରେ ଅନୁଭଵ ଏକ ପିଟିସନ ଦାଖଲ କରିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା କୁ ବନ୍ଦ କରି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଅନୁଭଵ ଏହି ପିଟିସନ ରେ ଦର୍ଶାଇ ଥିଲେ। ଏଭଳି ସ୍ଥିତି ରେ ବିନା କୌଣସି ଫଳାଫଳ ରେ ଗତକାଲି ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହୋଇଛି। ତେବେ ଆଗକୁ ଏହି ମାମଲାର କଣ ଫଳାଫଳ ଆସୁଛି ତାହା ଦେଖିବା ବାକି ରହିଛି।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *