ବନ୍ଧୁଗଣ ଆଜି ଏ ଲେଖା ମାଧ୍ୟମ ରେ ଟାଣି ନେବ ପିଲା ଦିନ କୁ । ଆଉ ମନେ ପକେଇ ଦେବ କିଛି ଅଭୁଲା ସ୍ମୃତି କୁ । ମନେ ଥିବ ଆପଣ ମାନଙ୍କ ର କି ଜେଜେ ମାଆ ଙ୍କ ହାତ ରେ ଫେରି ଵାଲା ଚୁଡି ପିନ୍ଧାଉ ଥିବା ଦୃଶ୍ୟ । ଏବେ କଣ ଆଉ ସେ ଦୃଶ୍ଯ ଦେଖିବାକୁ ମିଳୁ ନାହିଁ । କିନ୍ତୁ ସାଲେପୁର ରେ 90 ବର୍ସିୟ ପାଖା ପାଖି ଜଣେ ଫେରି ଵାଲା ଙ୍କୁ ଦେଖିବାକୁ ମିଳିଛି ।
ଯେଉଁ ବୟସ ରେ ତାଙ୍କ ଆରାମ କରିବା ର ଥିଲା ସେହି ବୟସ ରେ ସେ ତାଙ୍କ ଡମ୍ବ ଦେଖି ସମସ୍ତେ ଆସ୍ଚର୍ଜ୍ୟ । ଖଣ୍ଡେ ଗାମୁଛା ପିନ୍ଧା ହୋଇଛି ଆଉ ଖଣ୍ଡେ କାନ୍ଧ ରେ ପଡିଛି । ଆଉ ସ୍ପଷ୍ଟ ଶବ୍ଦ ରେ ଡାକ ବି ପଡୁଛି । ମନୋହରି ମନୋହରି ଏଭଳି ଡାକ ଛାଡି ଥିଲେ ମଉସା ଜଣକ । ସାଇକେଲ ଖଣ୍ଡେ ଧରି ପିଙ୍ଗୁଳା ପାଦ ରେ ମାଇଲ ଆଉ ମାଇଲ ରାସ୍ତା ଚାଲୁ ଥିଲେ ।
ଆଜି କାଲି ଘରେ ବସି ଅନଲାଇନ୍ ରେ ଜିନିଷ କିଣୁ ଛନ୍ତି ସମସ୍ତେ ହେଲେ ଏହି ସାଲେପୁର ଅଞ୍ଚଳ୍ ରେ ଫେରି ଵାଲା ମଉସା ଙ୍କୁ ଡିଜିଟାଲ୍ ସପିଙ୍ଗ ଟପି ପାରି ନାହିଁ । ଖଣ୍ଡିଏ ସାଇକେଲ୍ ଆଉ ସାଇକେଲ ର ଚାରି ପଟେ ବହୁତ ମନୋହର ଜିନିଷ । ଏହି ମନୋହର ରେ ଅଛି ଶିଶୁ ଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଙ୍କ ପାଇଁ ମନୋହର ଜିନିଷ ।
ଏହି ବୟସ୍କ ମଉସା ଙ୍କ ନା ହେଉଛି ମୋହନ ଚାନ୍ଦ ଦାସ । ଦୀର୍ଘ 40 ବର୍ଷ ଧରି ସେ ଗାଁ ଗାଁ ବୁଲି ଏମିତି ସେ ତାଙ୍କ ଜିନିଷ ବିକ୍ରି କରୁଛନ୍ତି । ସେ ସାଲେପୁର ବଜାର ନିକଟ ରେ ଏକ ଭଡା ଘରେ ରହୁଛନ୍ତି ଏ ମଉସା । ବ୍ରାହ୍ମଣ ଲୋକ ତେଣୁ ତାଙ୍କ ପାଟି ରୁ ସଦା ସର୍ବଦା ବାହାରୁ ଥାଏ ଶ୍ଳୋକ ।
ଯେତେବେଳେ ସେ ସାଇକେଲ ଟିକୁ ଗଡେଇ ଗଡେଇ ଜାଆନ୍ତି ଗାଁ ଭୀତର କୁ ପ୍ରଥମେ ସେ ଶ୍ଳୋକ ବୁଲନ୍ତି ତା ପରେ ସେ ମନୋହରି ମନୋହରି କହି କୁହନ୍ତି । ଦୁଇ ପୁଅ ଆଉ ସ୍ତ୍ରୀ ଙ୍କୁ ନେଇ ମନୋହର ଙ୍କ ପରିବାର । ପିଲା ବଡ଼ ହୋଇ ରୋଜଗାର ମଧ୍ୟ କଲେଣି । ହେଲେ ମୋହନ ମଉସା ଦୁଇ ପୁଅ ଆଉ ସ୍ତ୍ରୀ ଙ୍କୁ ନେଇ ମୋହନ ଙ୍କ ପରିବାର ।
ବଡ଼ ହେଇ ରୋଜଗାର କଲେଣି ହେଲେ ମୋହନ ମଉସା କାହା ଉପରେ ନିର୍ଭର ନକରି ପ୍ରତ୍ୟେକ ଦିନ 15 ରୁ 20 କିମି ଏହି ସାଇକେଲ ଟିକୁ ଗଡେଇ ଗଡେଇ ବିଭିନ୍ନ ଗାଁ କୁ ନେଇ ବ୍ୟବସାୟ କରୁଛନ୍ତି । ସଂଘର୍ଷ ତ ତାଙ୍କ ଜୀବନ ରେ ଚାଲିଛି ହେଲେ ସେ କହିଛନ୍ତି ନିଜ କାମ କରି ଖୁବ ଆନନ୍ଦ ପାଉଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।