Breaking News

ମତେ କେହି ଯାଜପୁରିଆ କହି ଗୋଡେଇ ନାହାନ୍ତି : ମିଡିଆ ସାମନାକୁ କୁ ଆସି କହିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ … ଦେଖନ୍ତୁ

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି। ବିଜେଡି , ବିଜେପି ଠାରୁ ଆରମ୍ଭ କରି ସ୍ଵାଧୀନ ପ୍ରାର୍ଥୀ ପର୍ଯ୍ୟନ୍ତ ସମସ୍ତେ ଭୋଟ ହାତେଇବା ପାଇଁ ଆରମ୍ଭ କରିଦେଇଛନ୍ତି ରଣନୀତି। ନିର୍ବାଚନ ପାଇଁ ୫ ଜଣ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଏଥିରେ ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧି ଦଳ ବିଜେପି ଦିବଙ୍ଗତ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ନେତା ସୁର୍ଯ୍ୟବଂଶି ସୁରଜଙ୍କୁ ମଇଦାନକୁ ଆଣିଛି। ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ତାର ପଲା ଭାରି କରିବା ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ ଭାବେ ମନୋନିତ କରିଛି। ଏହାପରେ ମଧ୍ୟ ସ୍ୱାଧୀନ ଭାବେ ପବିତ୍ର ମୋହନ ଦାସ ଏବଂ ବିଜେଡିର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦେଇଛନ୍ତି।

ଧାମନଗର ପ୍ରଚାର ଆଗରେ ଥିବା ଶାସକ ବିଜେଡି ବିଜୟକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ଦଳ ଯୁକ୍ତି ବାଢିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଜଣେ ମିଶନ ଶକ୍ତି ସଦସ୍ୟା। ତେଣୁ ସେ ବିଜୟୀ ହେବା ନିଶ୍ଚିତ ବୋଲି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି । ବିକାଶକୁ ମନ୍ତ୍ର କରି ରାଜ୍ୟ ସରକାର କାମ କରୁଥିବାରୁ ବିଜେଡି ସହ ଛାତ୍ର, ଯୁବ, ମହିଳା ରହୁଛନ୍ତି।ତେଣୁ ଅନୁକମ୍ପା ନୁହେଁ, ବରଂ ବିକାଶ ସହ ଧାମନଗରବାସୀ ରହିବେ ବୋଲି ସେ କହିଛନ୍ତି।

ସେହିଭଳି ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ବିଜେଡି ନିଶ୍ଚୟ ଭାବରେ ଧାମନଗର ସିଟ୍ ହାତେଇବ ବୋଲି କହିଛନ୍ତି। ସେ କହିଛନ୍ତି , ସାଧାରଣ ଲୋକଙ୍କ ପାଇଁ ନବୀନ ସରକାର ଯେଉଁ କାମ କରିଛନ୍ତି ତାକୁ ଲୋକ ମାନେ ଗ୍ରହଣ କରିଛନ୍ତି। ନିଶ୍ଚିତ ଭାବରେ ବିଜେଡି ୩୦୦୦୦ ରୁ ଅଧିକ ଭୋଟ ରେ ଜିତିବ ବୋଲି ବିଶ୍ୱାସ ରଖିଛନ୍ତି। ଏହା ସହିତ ସେ ସ୍ଵାଧୀନ ପ୍ରାର୍ଥୀ କୁ ମଧ୍ୟ ସମାଲୋଚନା କରିଥିଲେ।

ତେବେ ସୂଚନା ଯୋଗ୍ୟ ଯେ, ଧାମନଗର ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨,୩୮, ୪୧୭ ଭୋଟର ଥିବାବେଳେ ୨୫୩ଟି ବୁଥ ରହିଛି। ଏହା ମଧ୍ୟରୁ ୧୦୭ଟି ବୁଥ ସମ୍ୱେଦନଶୀଳ ରହିଛି। ଏହି ବୁଥରେ ଯେପରି କିଛି ବିଶୃଙ୍ଖଳା ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନରେ ୨୬ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଛନ୍ତି। ମତଦାନ ଦିନ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *