ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଦ୍ବାଦଶ କର୍ମ ସରି ଯାଇଛି । ଆଉ ତାଙ୍କ ଦ୍ବାଦଶ କର୍ମ ରେ ତାଙ୍କ ପରିବାର ସଦସ୍ୟ ଙ୍କ ସହିତ ଓଲିଉଡ଼ ର କଳାକାର ମାନେ ଉପସ୍ଥିତ ଅଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ସ୍ତ୍ରୀ ତାଙ୍କ ଦୁଇ ପୁଅ ଙ୍କ ସହିତ ଆସି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଫୋଟୋ ରେ ପୁଷ୍ପ ଅର୍ପଣ କରିଛନ୍ତି । ଆଉ ହାତ ଯୋଡ଼ି ତାଙ୍କ ସ୍ଵାମୀ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଫୋଟୋ ନିକଟରେ କ୍ଷମା ମାଗିଛନ୍ତି । ଆଉ କହୁଛନ୍ତି ଯେ ମୋତେ କ୍ଷମା କରିଦିଅ।
ମୋ ଭୁଲ୍ ପାଇଁ ମୋ ଉପରେ ରାଗି ମୋତେ ଛାଡ଼ି ସବୁଦିନ ପାଇଁ ଚାଲିଗଲ ଏତେ ବଡ଼ ଦୁନିଆ ରେ ମୁଁ ଏକା ଦୁଇ ପୁଅ ଙ୍କୁ କେମିତି ମଣିଷ କରିବି ମୋତେ ଆଶୀର୍ବାଦ ଦିଅ। ଏମିତି କିଛି କହି ତାଙ୍କ ସ୍ଵାମୀ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ କ୍ଷମା ମାଗିଛନ୍ତି ପ୍ରତିଭା।
କିଛି ବର୍ଷ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କ ସ୍ତ୍ରୀ ପ୍ରତିଭା ଙ୍କ ର ଛାଡ଼ପତ୍ର ହୋଇ ଯାଇଥିଲା। ଆଉ ପ୍ରତିଭା ତାଙ୍କ ବାପା ଙ୍କ ଘରେ ରହୁଥିଲେ ।
ଆଉ ଏହି ଛାଡ଼ପତ୍ର ହିଁ ଥିଲା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ର କାରଣ । ପରିବାର ଠାରୁ ଦୂରରେ ରହି ସ୍ତ୍ରୀ ପିଲା ଙ୍କୁ ବହୁତ୍ ମନେ ପକାଉ ଥିଲି ଅଭିନେତା ପିଣ୍ଟୁ ନନ୍ଦ। ଆଉ ସେ କଷ୍ଟ କୁ ଭୁଲି ବାକୁ ଯାଇ ସେ ନିଶାଗ୍ରସ୍ତ ହୋଇ ପଡ଼ିଥିଲେ । ଅତ୍ୟଧିକ ମଦ ପାଇବା କାରଣରୁ ତାଙ୍କ ଲିଭର ନଷ୍ଟ ହୋଇ ଯାଇଥିଲା। ଆଉ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ସଠିକ୍ ସମୟରେ ଲିଭର ଡୋନର୍ ନ ମିଳିବା କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ଆଉ ମୃତ୍ୟୁ ପରେ ପୁରୁଣା ରାଗ କୁ ଭୁଲି ଯାଇ ସ୍ଵାମୀ ଙ୍କୁ ଶେଷ ଦର୍ଶନ କରିବା ପାଇଁ ଦଉଡି ଆସିଥିଲେ ପ୍ରତିଭା। ଆଉ ସ୍ଵାମୀ ଙ୍କୁ ଧରି ବହୁତ୍ କାନ୍ଦିଥିଲେ। ସେତେବେଳେ ନିଜ ଭାଗ୍ୟ କୁ ଦୋଷ ଦେବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା । ଆଉ ଏବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଦ୍ବାଦଶ କର୍ମ ମଧ୍ଯ ସରି ଯାଇଛି । ଭଗବାନ୍ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ।।