Breaking News

ମଧ୍ୟରାତିର ଅନ୍ଧାରରେ ମହାପ୍ରଭୁ ଜଗନ୍ନାଥ ସାହା ହେଲେ… ଭକ୍ତଙ୍କ ସହିତ ଘଟିଥିବା ସତ ଘଟଣା – ଦେଖନ୍ତୁ ଭିଡିଓ

ବିବାହ ର ପ୍ରଥମ ଆନିଭରସରି ରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ ଜଗା ଦେଖିବାକୁ ଗଲେ ଭୁବନେଶ୍ୱର ଓଲ୍ଡ ଟାଉନ ର ସୁଦିପ ଓ ତାଙ୍କ ପତ୍ନୀ ଏକାଠି ବାଇକ୍ ମାଧ୍ୟମ ରେ । ପୁରୀ ପହଞ୍ଚିବା ପରେ ଉଭୟ ଦମ୍ପତି ଜଗା ର ଦର୍ଶନ କରିଥିଲେ ଓ ପରେ ବେଳାଭୂମି ରେ ବୁଲା ବୁଲି କରିଥିଲେ । ପରେ ସନ୍ଧ୍ୟା ସମୟ ରେ ପୁଣି ଜଗା ର ଦର୍ଶନ ପାଇଁ ଯାଇଥିଲେ ।
ସେହି ସମୟ ରେ ପାଖା ପାଖି ୮ ଟା ହୋଇଥିଲା , ନବେକଳବର୍ ର ପ୍ରଥମ ନୀଳାଦ୍ରି ବିଜେ ସରିବା ର ଦୁଇ ଦିନ ହୋଇ ଯାଇଥିଲା । ଦର୍ଶନ କରି ଫେରୁ ଫେରୁ ରାତି ୧୦ ଟା ହୋଇ ଯାଇଥାଏ । ଉଭୟ ଏକାଠି ହୋଇ ଖାଇ ପିଇ ବାହାରିଲେ ଓ ସେହି ସମୟ ରେ ବର୍ଷା ହେଉ ଥିବାରୁ ଏକ ଦୋକାନୀ ବାଲା ରହି ଯାଆନ୍ତୁ । ରହିବା ପରେ ବର୍ଷା ଛାଡ଼ିବା ପରେ ଉଭୟ ବାହାରି ଥିଲେ ।

ଯିବା ପରେ ବର୍ଷା ସେହିଭଳି ଲାଗି ରହିଲା , କିନ୍ତୁ ସେମାନେ କେଉଁଠି ନ ରହି ଓଦା ହୋଇ ଯାଇଥିଲେ । ସାକ୍ଷୀ ଗୋପାଳ ପାରି ହେବ ପରେ ହଠାତ୍ ଗାଡ଼ି ଟି ବନ୍ଦ ହୋଇ ଗଲା କାରଣ ଗାଡ଼ି ତେଲ ଟାଙ୍କି ଲିକ ହୋଇ ଯିବାରୁ ଆଉ ତେଲ ନ ଥିଲା । ସେତେବେଳ କୁ ରାତି ୧୧:୧୫ ମିନିଟ ହେଲାଣି କେବଳ ବଡ ବଡ ଗାଡ଼ି ଯିବା ଆସିବା କରୁଛି ।

ତଥାପି ସୁଦିପ ହାତ ଦେଖାଇ ସାହାର୍ଯ୍ୟ ମାଗୁଥିଲେ ,. ସାହାର୍ଯ୍ୟ ନ ମିଳିବାରୁ ସେ ଗାଡ଼ି ଟି କୁ ୫୦୦ ମିଟର ଗଡ଼ାଇ ନେବା ପରେ ଏକ ଦୋକାନ ଆଗ ରେ ଠିଆ ହେଲେ ଓ ଦୋକାନ ଟି ମଧ୍ୟ ବନ୍ଦ ଅଛି । ପରିବାର ଲୋକ ଏହି କଥା ଜାଣିବା ପରେ ବ୍ୟସ୍ତ ହୋଇଥିଲେ ଓ ଆହୁରି ବ୍ୟସ୍ତ ଥିଲେ ଯେ ସୋନାଲି ଅଳଙ୍କାର ପିନ୍ଧି କରି ଯାଇଥିଲା କାଳେ ଚୋର ଆକ୍ରମଣ କରି ଦେବ ।

ସୁଦୀପ୍ ମଧ୍ୟ ହଇରାଣ ହୋଇ ଗଲେଣି ଓ ମନେ ମନେ ଭାବି ସାରିଥିଲେ ଯେ ଘର ଲୋକ ଏକ କାର କରି ଆଣିଲେ ଉଭୟ ଏକାଠି ହୋଇ ସେଥି ରେ ଚାଲିଯିବେ । ବର୍ଷା ମଧ୍ୟ ଜାରୀ ଥିଲା ଉଭୟ ଓଦା ହୋଇ ଯାଇଥିଲେ । ସେ ହଠାତ୍ ଦେଖିଲେ ପୁରୀ ଆଡୁ ଜଣେ ବ୍ୟକ୍ତି ସାଇକେଲ ରେ ଆସୁଛନ୍ତି ଓ ସେ ତାଙ୍କ ହାତ ରେ ଛତା ଧରିଥିଲେ ବି ଜୟ ଗୋବିନ୍ଦ ଗୀତ ଗାଇଥିଲେ । ବୟସ ତାଙ୍କ ୫୫ ରୁ ୬୦ ବର୍ଷ ହେବ ।

ଯେତେବେଳେ ସାଇକେଲ , ଚଳାଉ ଥିବା ବ୍ୟକ୍ତି ସୁଦିପ ଙ୍କୁ ପଚାରିଲେ କଣ ପାଇଁ ଏଠି ଠିଆ ହୋଇଛ ବାବୁ କିଛି ଅସୁବିଧା ହୋଇଛି କି ସୁଦିପ କହିଲେ ଯେ ଗାଡ଼ି ରୁ ପେଟ୍ରୋଲ ସରି ଯାଇଛି , ସାଇକେଲ ରେ ଆସିଥିବା ବ୍ୟକ୍ତି ଜଣକ କହିଥିଲେ ଯେ ଏ ବନମାଳୀ ଥାଉ ଥାଉ ପୁଣି ହଇରାଣ । ସାଇକେଲ ରୁ ପେଟ୍ରୋଲ ବାହାର କରି ସଙ୍ଗେ ସଙ୍ଗେ ତାଙ୍କୁ ଦେଲେ ଯାହାକୁ ଦେଖି ଉଭୟ ଆଶ୍ଚର୍ଯ୍ୟ ହୋଇ ଗଲେ ।

ଏହା ପଚାରିବାରୁ ସେ କହିଲେ ସେ ପାଖ ରେ ବାଇଗଣ ଚାଷ କରିଛନ୍ତି ଓ ସେଥି ପାଇଁ ସେ ପାଣି ମଡାଇବା ପାଇଁ ନେଇଥିଲେ । ଏହି ଭଳି ତାଙ୍କୁ ସାହାର୍ଯ୍ୟ କରିଥିଲେ ଆସିଲା ବେଳେ ବନମାଳୀ ତାଙ୍କ ଛତା ଓ ଗାମୁଛା ଟି କୁ ଦେଇଥିଲେ , ବର୍ଷା ହେଉ ଥିବାରୁ । ଉଭୟ ଘରେ ରାତି ୨ ଟା ରେ ପହଞ୍ଚିଥିଲେ ଓ ପର ଦିନ ସୁଦିପ ଆସିଥିଲେ ଗାମୁଛା ଓ ଛତା ସହ ମିଠା ଆଣିକି ।

ସେହି ଆଖ ପାଖ ଲୋକ ଙ୍କୁ ପଚାରି ଥିଲେ ମଧ୍ୟ ସେହି ଆଖ ପାଖ ରେ କେହି ବନମାଳୀ ବୋଲି ବ୍ୟକ୍ତି ନ ଥିଲେ ଓ ଏହି ବନମାଳୀ ଜଣକ ଆଉ କେହି ନୁହେଁ ସେ ହେଉଛି ଜଗା ଯିଏ କି ନିଜ ଭକ୍ତ ଙ୍କ ସାହାର୍ଯ୍ୟ କରିବା ପାଇଁ ବନମାଳୀ ରୂପ ରେ ଆସିଥିଲା ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କଣ ଆପଣ ଜାଣନ୍ତି କେଉଁଠି ପ୍ରଭୁ ହନୁମାନ ଶିକୁଳିରେ ବନ୍ଧାହୋଇଛନ୍ତି? – ଦେଖନ୍ତୁ ଭିଡିଓ

ଜଗତ ର ନାଥ ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ । ଭକ୍ତ ମାନଙ୍କ ର ଦୁଃଖ ଦୂର କରିବା ନିମନ୍ତେ ସେ …

Leave a Reply

Your email address will not be published. Required fields are marked *