ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ଖବର ଶୁଣି ପୁରୁଣା ରାଗ କୁ ଭୁଲି ଦଉଡି ଆସିଛନ୍ତି ତାଙ୍କ ସ୍ତ୍ରୀ ପ୍ରତିଭା । ସାଙ୍ଗରେ ଦୁଇ ପୁଅ ନେଇ ସ୍ଵାମୀ ଙ୍କୁ ଶେଷ ଦର୍ଶନ କରିବା ପାଇଁ ଚାଲି ଆସିଛନ୍ତି । ଜୀବନର ସବୁ ରାଗ ଆଜି ତାଙ୍କ ମନରୁ ଉଭେଇ ଯାଇଛି। ଆଉ ସ୍ଵାମୀ ଙ୍କୁ ଶେଷ ଥର ପାଇଁ ଦେଖିବା କୁ ଦଉଡି ଆସିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ସ୍ତ୍ରୀ ପ୍ରତିଭା । ସମସ୍ତେ ଜୀବନ ରେ କିଛି ନା କିଛି ଭୁଲ କରିଥାନ୍ତି । ହେଲେ ସେ ଭୁଲ କୁ ଭୁଲି ସଂସାର କରିବା ହେଉଛି ପ୍ରକୃତ ମଣିଷ ର କର୍ତ୍ତବ୍ୟ ।
ହେଲେ ଆଜିର ଏହି ସମାଜ ରେ ଝଗଡ଼ା ଏତେ ବଡ ରୂପ ଧାରଣ କରୁଛି ଯେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଉଛି । କିଛି ବର୍ଷ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀ ପ୍ରତିଭା ଙ୍କ ମଧ୍ୟରେ ସେମିତି କିଛି ଝଗଡ଼ା ହୋଇଥିଲା ଆଉ ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ଦୁହେଁ ଅଲଗା ହେବା ପାଇଁ ରାସ୍ତା ବାଛି ନେଇଥିଲେ । ଆଉ ତାଙ୍କ ସ୍ତ୍ରୀ ଦୁଇ ପୁଅ ଙ୍କୁ ଧରି ତାଙ୍କ ବାପ ଘରକୁ ଚାଲି ଯାଇଥିଲେ । ଏବଂ ପରେ ଦୁହିଁ ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା ।
ପରିବାର ଠାରୁ ଅଲଗା ହୋଇ ଅଭିନେତା ପିଣ୍ଟୁ ନନ୍ଦ ବହୁତ୍ କଷ୍ଟ ରେ ରହୁଥିଲେ । ଆଉ ନିଜ କଷ୍ଟ କୁ ଭୁଲି ବାକୁ ଯାଇ ନିଶା ଦ୍ରବ୍ୟ ସେବନ କରିବା ର ରାସ୍ତା ବାଛି ନେଇଥିଲେ । ଏବଂ ଅତ୍ୟଧିକ ମଦ ପିଇବା କାରଣ ରୁ ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା। ଏବଂ ଯାହା ଫଳରେ ଆଜି ଏ ଦିନ ଦେଖିବାକୁ ପଡ଼ୁଛି । ଏବଂ ଆଜି ସବୁ ରାଗ ଭୁଲି ଦଉଡି ଆସିଛନ୍ତି ପ୍ରତିଭା ତାଙ୍କ ସ୍ଵାମୀ ଙ୍କୁ ଟିକେ ଭଲରେ ଆଖି ପୁରେଇ ଦେଖିବାକୁ । ସ୍ତ୍ରୀ ହୋଇ ତାଙ୍କ ସୁଖ ଦୁଃଖ ର ସାଥି ହେବା ପାଇଁ କଥା ଦେଇଥିଲେ ।
ହେଇପାରେ ଜୀବନରେ କିଛି ଭୁଲ ବୁଝାମଣା ପାଇଁ ଆଜି ସେ ଅଲଗା ହୋଇ ଯାଇଛନ୍ତି । ହେଲେ ତାଙ୍କ ମନ ସବୁବେଳେ ତାଙ୍କ ସ୍ବାମୀ ଙ୍କ ପାଖରେ । ସାତ ଜନ୍ମ ପାଇଁ ସାଥୀ ହେବେ ବୋଲି କଥା ଦେଇଥିଲେ । ଆଉ ଆଜି ସେ ସବୁଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଇଛନ୍ତି। ସ୍ଵାମୀ ଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ଦୁଇ ପୁଅ ଙ୍କୁ ସାଙ୍ଗରେ ନେଇ ଦଉଡି ଆସିଛନ୍ତି ପ୍ରତିଭା । ହେଲେ ସବୁ କିଛି ସରିଯାଇଛି । ଆଉ କିଛି ସମୟ ପରେ ସବୁ ରାଗ ଯୁଇ ର ପାଉଁଶ ରେ ପରିଣତ ହୋଇଯିବ । ଆଉ ଏହା ଭାବି ତାଙ୍କ ଆଖିରେ ଲୁହ ରହୁନାହିଁ । ଆଉ ଦଉଡି ଆସିଛନ୍ତି ସ୍ଵାମୀ ଙ୍କୁ ଶେଷ ଥର ଦେଖା କରିବା ପାଇଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।