ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ଖୁବ୍ କମ୍ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ଦ୍ୱାରା ୯୦ ଦଶକ ରୁ ଆରମ୍ଭ କରି ଅଦ୍ୟାବଧି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣେ !! ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ସେ ଅତି ପ୍ରିୟ।
ନିଜର ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କୁ ଦିଆଯାଇଥିବା ପ୍ରତିଟି ଚରିତ୍ରକୁ ସେ ବାସ୍ତବିକ ଭାବରେ ପରଦା ଉପରେ ପରିବେଷଣ କରନ୍ତି। ନିଜର ଅଭିନୟର ଯାଦୁରେ ସେ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ହୃଦୟ ଜିତିଛନ୍ତି। ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତର ଏଭଳି ଜଣେ କଳାକାର ଯିଏ ଓଡ଼ିଆ ସିନେମାକୁ ଏକ ସ୍ବତନ୍ତ୍ର ସ୍ଥାନକୁ ନେଇପାରିଛନ୍ତି।
କେବଳ ଅଭିନୟ ନୁହେଁ ରାଜନୀତି ରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଚେହେରା। ତେବେ ଯେପରିକି ସମସ୍ତେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ୨୦୦୪ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ଅଛନ୍ତି।
ତେବେ ନିକଟରେ ସୋସିଆଲ ମିଡିଆରେ ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ସିଦ୍ଧାନ୍ତ ମହାପାତ୍ର ପତ୍ନୀ ମାମା ମିଶ୍ର ଙ୍କ ପାଇଁ ଷ୍ଟେଜ ଉପରେ ଏକ ସୁନ୍ଦର ଗୀତ ଗାଉଥିବାର ନଜର ଆସୁଛନ୍ତି। ସିଦ୍ଧାନ୍ତ ମହାପାତ୍ର ଙ୍କ କଣ୍ଠ ରୁ ଏହି ଗୀତଟି ଶୁଣିବା ପରେ ସଭାରେ ଉପସ୍ଥିତ ସାଧାରଣ ଲୋକ ମାନଙ୍କ ତାଳି ରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି।
ଏହି ଭିଡିଓ ରେ ସିଦ୍ଧାନ୍ତ ମହାପାତ୍ର ଗାଉଥିବା ଗୀତଟି ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ସୁନା ପଞ୍ଜୁରୀ’ ର ଏକ ଲୋକପ୍ରିୟ ଗୀତ , ‘ସୁନାର ଚଢ଼େଇ ‘ । ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।