ଆଜିକୁ ଅନେକ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଆଗତ ଭବିଷ୍ୟତରେ କଣ ହେବ ତାହା ନିଜର ଦିବ୍ୟଦୃଷ୍ଟିରେ ଦେଖି ପାରୁଥିଲେ, ଯାହାକୁ ସେ ତାଳପତ୍ର ପୋଥି ରେ ଲେଖି ଯାଇଛନ୍ତି। ଯାହାର ଆଜିର ଦିନରେ ମାଳିକା ନାମରେ ଖ୍ୟାତ। ମାଳିକା ଅଧ୍ୟୟନ କରୁଥିବା ପଣ୍ଡିତ ମାନେ କୁହନ୍ତି ମାଳିକା ରେ ଯାହା ବି ଲେଖା ହୋଇଛି ତାହା ଆଜିର ଦିନରେ ଅକ୍ଷରେ ଅକ୍ଷରେ ସତ ହୋଇଛି। ଆଗକୁ ମଧ୍ୟ ଏହା ସତ ହେବ। ମାଳିକା ବାଣୀ ଅତି ପବିତ୍ର, ପ୍ରତ୍ୟକ୍ଷ ଓ ପ୍ରମାଣମୟ।
ଆଜିର ଦିନରେ କିଛି ଜ୍ଞାନୀ ଗୁଣୀ ଲୋକ ମାନେ ମାଳିକା ରେ ଲେଖାଥିବା ଭବିଷ୍ୟ ବାଣୀ କୁ ବିଶ୍ଳେଷଣ କରି ମାନବ ସମାଜକୁ ସେ ବିଷୟରେ ଅବଗତ କରାଉଛନ୍ତି। ମହାପୁରୁଷ ମାନଙ୍କ ଦ୍ଵାରା ଲିଖିତ ମାଳିକା ବାଣୀ କୁ ବିଶ୍ଳେଷଣ କରାଉଥିବା ସେହିଭଳି ଏକ ପୁସ୍ତକ ହେଉଛି ମାଳିକା ସିଦ୍ଧ ଉତ୍କଳ ଅନନ୍ତ ପ୍ରକାଶ। ଯାହାକି ୨୦୧୪ ମସିହାରେ ପ୍ରକାଶ କରାଯାଇଥିଲା।
ଏହି ପୁସ୍ତକ ଟିର ସଂଗ୍ରାହକ ହେଉଛନ୍ତି ମାଳିକା ଗବେଷକ ପ୍ରଦୀପ କୁମାର ପାଣି। ଏହି ପୁସ୍ତକର ୨୨୦ ନମ୍ୱର୍ ପୃଷ୍ଠାରେ ଆସନ୍ତା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ବର୍ଣ୍ଣିତ ରହିଛି। ୨୦୨୧ ରୁ ୨୦୨୯ ଭିତରେ ଦେଶରେ କେଉଁ କେଉଁ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଯାହା ସଂପୂର୍ଣ୍ଣ ଭାବରେ ଉଲ୍ଲେଖ ରହିଛି। ଏହି ସମୟ ଭିତରେ ଯୁଦ୍ଧ ହେବା କଥା ମଧ୍ୟ ଏଠାରେ ବର୍ଣ୍ଣିତ ରହିଛି।
ଏହି ପୁସ୍ତକରେ ଲେଖା ଯାଇଛି, ଆଗକୁ ଏଭଳି ଏକ ସମୟ ଆସିବ ଯେଉଁଠି ୬ ବର୍ଷ ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ପ୍ରଥମ ବର୍ଷ ଯେତେବେଳେ ରଥଯାତ୍ରା ବନ୍ଦ ହେବ ସେହି ବର୍ଷ ଠାରୁ ଆରମ୍ଭ କରି ୯ ବର୍ଷ ମଧ୍ୟରେ ମଣିଷ ସମାଜ ଧ୍ଵଂସ ହୋଇଯିବ। ଏହା ସହିତ ୨୦୨୪ ମସିହା ବେଳକୁ ଭାରତ ଉପରକୁ ଯୁଦ୍ଧ ସମସ୍ୟା ଆସିବ ବୋଲି ମଧ୍ୟ ଏହି ପୁସ୍ତକରେ ଉଲ୍ଲେଖ ରହିଛି।
ଏହି ସମୟରେ ଋଷ ପୁରୀରୁ ମହାପ୍ରଭୁଙ୍କୁ ଋଷିଆ ନେବାକୁ ଚେଷ୍ଟା କରିବ। ଏହା ଛଡ଼ା ବର୍ତ୍ତମାନ ଯେଉଁ ଯୁଦ୍ଧ ଜାରି ରହିଛି ୨୦୨୪ ମସିହା ବେଳକୁ ଏହାର ପ୍ରଭାବ ଅଧିକ ରହିବ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି। ଏହା ସହିତ ଜଳପଥ ଦେଇ ଚାଇନା ସୈନ୍ୟ ମାନେ ପୁରୀକୁ ଆକ୍ରମଣ କରିବେ ବୋଲି ମଧ୍ୟ ମାଳିକାରେ ମହାପୁରୁଷ ମାନେ ବର୍ଣ୍ଣନା କରିଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।