Breaking News

ମା ହେବା ଖୁସିରେ ଘରେ ପୂଜାର୍ଚ୍ଚନା କଲେ ଅଭିନେତ୍ରୀ ଝିଲିକ୍(jhilik) ,ସୋସିଆଲ ମିଡିଆ ରେ କଲେ ସେୟାର …- ଦେଖନ୍ତୁ

ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାକୁ ଆସି ନିଜର ଅଭିନୟ ବଳରେ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଅନ୍ୟତମ।

ଅଭିନେତ୍ରୀ ଝିଲିକଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସେ ଏଭଳି ଜଣେ ଅଭିନେତ୍ରୀ ଯିଏକି ନିଜର ଦମଦାର ଅଭିନୟ ଓ ସୋନ୍ଦର୍ଯ୍ୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଝିଲିକ ୨୦୧୩ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ଅଛନ୍ତି। ଆଜି ପର୍ଯ୍ୟନ୍ତ ସେ କରିଥିବା ସବୁ ଚଳଚ୍ଚିତ୍ର ପ୍ରାୟତଃ ହିଟ୍ ହୋଇଛି। ସବୁଠୁ ବଡ଼ କଥା ହେଉଛି ଝିଲିକ ଓଡ଼ିଶାରୁ ହିଁ ନିଜର ଜୀବନ ସାଥିଙ୍କୁ ବାଛିଛନ୍ତି।

ଯେପରିକି ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ ଅଭିନେତ୍ରୀ ଝିଲିକ ଗତ ବର୍ଷ ତଳେ ଅର୍ଥାତ୍ ୨୦୨୦ ମସିହାରେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିଥିଲେ। ତେବେ ବିବାହର ଦୁଇ ବର୍ଷ ପରେ ଝିଲୀକ୍ ବର୍ତ୍ତମାନ ନିଜର ଫ୍ୟାନ୍ସ ମାନଙ୍କୁ ଏକ ବଡ଼ ଖୁସିର ଖବର ଦେଇଛନ୍ତି। ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଝିଲିକ୍।

ନିକଟରେ ତାଙ୍କର ସାତ ଖିଆ ଅନୁଷ୍ଠିତ ହୋଇଥିଲା। ଯାହାକୁ ଝିଲିକ୍ ଓ ତାଙ୍କର ପରିବାର ଲୋକ ମିଶି ଖୁବ୍ ଧୁମ୍ ଧାମରେ ପାଳନ କରିଥିଲେ। ଓଲିଉଡ ର ଅନେକ କଳାକାର ମଧ୍ୟ ଝିଲିକ୍ ଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଖୁସିର ମୁହୂର୍ତ୍ତର ଭିଡିଓ କୁ ଝିଲିକ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ।

ତେବେ ବର୍ତ୍ତମାନ ଝିଲିକ ନିଜ ସୋସିଆଲ ମିଡିଆରେ ଅନ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଘରେ ନନାଙ୍କୁ ଡାକି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ତେବେ ଝିଲିକ ଏହି ପୂଜାର୍ଚ୍ଚନା ନିଜ ଘରକୁ ଆସିବାକୁ ଥିବା କୁନି ଅତିଥି ବା ନିଜ ସନ୍ତାନ ପାଇଁ କରୁଥିବା ଶୁଣିବାକୁ ମିଳିଛି। ତେବେ ଏହି ପୂଜାର୍ଚ୍ଚନା ସମୟରେ ଝିଲିକ ବେଶ୍ ଖୁସି ଥିବା ନଜର ଆସୁଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *