ଆମ ଓଡିଆ ଚଳଚ୍ଚିତ୍ର ଜଗତ ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାକୁ ଆସି ନିଜର ଅଭିନୟ ବଳରେ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଅନ୍ୟତମ।
ଅଭିନେତ୍ରୀ ଝିଲିକଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସେ ଏଭଳି ଜଣେ ଅଭିନେତ୍ରୀ ଯିଏକି ନିଜର ଦମଦାର ଅଭିନୟ ଓ ସୋନ୍ଦର୍ଯ୍ୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଝିଲିକ ୨୦୧୩ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ଅଛନ୍ତି। ଆଜି ପର୍ଯ୍ୟନ୍ତ ସେ କରିଥିବା ସବୁ ଚଳଚ୍ଚିତ୍ର ପ୍ରାୟତଃ ହିଟ୍ ହୋଇଛି।
ତେବେ ଯେପରିକି ସମସ୍ତେ ଜାଣିଥିବେ, ୨୦୨୦ ମସିହାରେ ଝିଲିକ୍ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିଥିଲେ। ଆଉ ସବୁଠୁ ବଡ କଥା ହେଉଛି, ନିକଟରେ ଝିଲିକ୍ ମା ହୋଇଛନ୍ତି। ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ। ତେବେ ମା ହେବା ପରେ ନିଜ ଝିଅ ମାନଙ୍କ ସହ ଝିଲିକ ଖୁବ୍ ସୁନ୍ଦର ସମୟ ଅତିବାହିତ କରୁଛନ୍ତି।
ତେବେ ନିକଟରେ ଝିଲିକ୍ ନିଜର ଦୁଇ ଝିଅ ଓ ପରିବାର ସହ ବୁଲିବାକୁ ଯାଇଛନ୍ତି। ନିଜ ସୋସିଆଲ ମିଡିଆରେ ସେ ଏହି ସୁନ୍ଦର ମୁହୂର୍ତ୍ତ ର ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଯାହାକୁ ଝିଲିକ ଙ୍କର ଫ୍ୟାନ୍ସ ମାନେ ଖୁବ୍ ଭଲ ପାଇବା ଦେଉଛନ୍ତି। ତେବେ ସେଠାରେ ଝିଲିକ ଖୁବ୍ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି।
ତେବେ ସୂଚନା ଯୋଗ୍ୟ, ଆଗକୁ ଝିଲିକ ଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି । ଯାହାର ଶୀର୍ଷକ ରହିଛି “ରୁଦ୍ରାଣି”। ଏହି ଫିଲ୍ମ ର ମୁଖ୍ୟ ଭୂମିକାରେ ନଜର ଆସିବେ ଝିଲିକ। ନିକଟରେ ଏହି ଫିଲ୍ମ ର ସୁଟିଂ ସରିଛି। ଆସନ୍ତା ବର୍ଷ ଏହି ଫିଲ୍ମ ଟି ବଡ଼ ପରଦାରେ ରିଲିଜ୍ ହେବାର ଯୋଜନା ରହିଛି। ତେବେ ବିବାହ ପରେ ଏହା ଝିଲିକ ଙ୍କର ପ୍ରଥମ ଚଳଚ୍ଚିତ୍ର।