ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଓଡ଼ିଆ ଧାରାବାହିକ ‘ଆମ ଘର ଲକ୍ଷ୍ମୀ’ କୁ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ। ଆପଣ ଜାଣିଥିବେ ଏହି ଧାରାବାହିକ ରେ ଜଣେ ଅଭିନେତ୍ରୀ ଥିଲେ ଆଶୁ। ଦୀର୍ଘ ଦିନ ହୋଇଯିବ ଆଶୁ ଅଭିନୟ ଦୁନିଆ ଠାରୁ ଦୂରେଇ ରହୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଆଶୁ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ନିକଟରେ ମା ହୋଇଛନ୍ତି ସମସ୍ତଙ୍କର ଅତି ପ୍ରିୟ ଅଭିନେତ୍ରୀ ଆଶୁ। ନିକଟରେ ଆଶୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଯାହାର ଅନେକ ଫଟୋ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମାଆ ହେବା ପରେ ଆଶୁ ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ନିଜ କୁନି ଝିଅ ସହ ସେ ଅନେକ ରିଲ୍ସ ଭିଡିଓ କରି ଇନ୍ଷ୍ଟାଗ୍ରାମ ରେ ସେୟାର କରିଛନ୍ତି।
ତେବେ କହିରଖୁଛୁ, ଆଶୁ ଙ୍କ ପ୍ରକୃତ ନାଆଁ ହେଉଛି କେଶଲ୍ୟା ରାୟ। ଯିଏକି ବିଗତ ଦିନ ମାନଙ୍କରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଆଶୁ ଚରିତ୍ର ରେ ନଜର ଆସୁଥିଲେ। ଏହି ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଓଡ଼ିଶାର ଦର୍ଶକ ମାନଙ୍କ ମହଲରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଲୋକ ମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଥିଲେ। ଧାରାବାହିକ ବ୍ୟତୀତ ଅନେକ ଆଲବମ୍ ରେ ମଧ୍ୟ ସେ ଅଭିନୟ କରିସାରିଛନ୍ତି।
ତେବେ ବିବାହ ପରେ ଆଶୁ ‘ଆମ ଘର ଲକ୍ଷ୍ମୀ’ ଧାରାବାହିକ ଟିକୁ ସବୁଦିନ ପାଇଁ ଛାଡ଼ି ଦେଇଥିଲେ। ଏଥି ସହିତ ସେ ସବୁ ଦିନ ପାଇଁ ଅଭିନୟ ଦୁନିଆ ଠାରୁ ମଧ୍ୟ ଦୂରେଇ ଯାଇଛନ୍ତି। ଆଶୁ ଙ୍କ ସ୍ବାମୀ ଜଣେ ବିଜନେସ୍ ମ୍ୟାନ। ଆଶୁ ଏବେ ତାଙ୍କ ସ୍ଵାମୀ ଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି।
ତେବେ ଆଶୁ ନିଜ ଝିଅ ସହ ଅନେକ ଫଟୋ ଓ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ କୁନି ଝିଅ ସହ ସୁନ୍ଦର ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି। ତେବେ ଆଶୁ ମା ହେବା ଖବର ସାମ୍ନାକୁ ଆସିବା ପରେ ଖୁବ୍ ଖୁସି ଅଛନ୍ତି ଆଶୁଙ୍କ ଫ୍ୟାନ୍ସ ମାନେ।