ଗତ ୬ ପୂର୍ବେ ବହୁ ଚର୍ଚ୍ଚିତ କା-ଷ୍ଟିଂ କା-ଉ-ଚ୍ ମାମଲାରେ ଛନ୍ଦି ହୋଇଥିବା ହାସ୍ୟ ଅଭିନେତା ପପୁ ପମ୍ପମ୍ କୁ କ୍ଲିନ୍ ଚିଟ ରେ ଖଲାସ କରିଛି ପୋ-କ୍ସୋ କୋର୍ଟ। ଶେଷରେ ଦୀର୍ଘ ଦିନ ପରେ ପପୁ ଙ୍କ ନାଁ ରେ ଯୋଡ଼ି ହୋଇଥିବା ବିବାଦର ଅନ୍ତ ଘଟିଛି।
ସୂଚନା ଥାଉ କି, ୨୦୧୬ ମସିହାରେ କା-ଷ୍ଟିଂ-କା-ଉ-ଚ ମାମଲାରେ ଛନ୍ଦିହୋଇଥିଲେ ପପୁ । ପରେ ଏହି ଘଟଣା ଓଡ଼ିଶାରେ ଖୁବ ଚର୍ଚ୍ଚିତ ବିଷୟ ହୋଇଥିଲା। ପପୁ ଜଣେ ନାବାଳିକାଙ୍କୁ ସିନେମାରେ ଅଭିନୟ କରିବାକୁ ସୁଯୋଗ ଦେବାକୁ କହି ଅସଦାଚାରଣ କରିଥିବା ଯୁବତୀ ଓ ତାଙ୍କ ପରିବାର ଅଭିଯୋଗ ଆଣିଥିଲେ।
ମହିଳା ଥାନାରେ ମାମଲା ରୁଜୁ ପରେ ପପୁ ହରଡ଼ଘଣାରେ ପଡ଼ିଥିଲେ ପପୁ। ୨୦୧୬ ମସିହା ଜୁନ୍ ୨୫ରେ ତାଙ୍କୁ ଓ ତାଙ୍କ ସହଯୋଗୀ କୁ ପୁରୀର ଏକ ଆପାର୍ଟମେଣ୍ଟରୁ ଗିରଫ କରାଯାଇ ଝାରପଡ଼ା ଜେଲ କୁ ପଠାଯାଇଥିଲା। ତେବେ ୨ମାସ ମଧ୍ୟରେ ପପୁ ଓ ତାଙ୍କ ସହଯୋଗୀ ଗିଟୁ ଜା-ମି-ନରେ ଆସିଥିଲେ । ଦୀର୍ଘ ଦିନ ଧରି ଏହି ମାମଲାର ତଦନ୍ତ ପରେ ଏବେ ଶେଷରେ ନିର୍ଦ୍ଦୋଷ ରେ ଖ-ଲା-ସ ହୋଇଛନ୍ତି ପପୁ।
ତେବେ ଏ ବିଷୟରେ ନିଜ ପ୍ରତିକ୍ରିୟା ରଖି ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ‘ଅନେକ ପୁରୁଷ ଆମ ସମାଜରେ ବିନା ଦୋଷରେ ନି-ର୍ଯ୍ୟା-ତ-ନା ପାଆନ୍ତି। ପପୁ ପମ ପମ ଯେହେତୁ ଜଣେ କଳାକାର ତେଣୁ ତାଙ୍କ କଥା ଆଜି ଆଲୋଚନା ହେଉଛି ନହେଲେ ଅନେକ ପୁରୁଷ ଅଛନ୍ତି ଯେଉଁମାନେ ମି-ଥ୍ୟା ଅଭିଯୋଗରେ ଜେଲ ଚାଲି ଯାଆନ୍ତି। ତାଙ୍କ ମାନ ସମ୍ମାନ ସବୁ ଚାଲିଯାଏ। ହେଲେ ପର ମୁହୂର୍ତରେ ସେ ନି-ର୍ଦ୍ଦୋ-ଷରେ ଖଲାସ ହୁଅନ୍ତି।’
,ଯଦିଓ ସମ୍ବିଧାନରେ ଉଲ୍ଲେଖ ରହିଛି ମହିଳା ଓ ପୁରୁଷ ଉଭୟ ସମାନ ହେଲେ ଭାରତରେ ପୁରୁଷ ମାନଙ୍କୁ ସମାନ ଅଧିକାର ମିଳୁନାହିଁ। ସବୁ ଜାଗାରେ ପୁରୁଷ ମାନଙ୍କ ସହିତ ପକ୍ଷପାତ କରାଯାଉଛି। ପପୁ ପମ ପମ ୬ ବର୍ଷ ଭିତରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ କାରଣ ତାଙ୍କର ପଇସା ଅଛି ସେ କେସ ଲଢି ପାରୁଛନ୍ତି ହେଲେ ଥରେ ଚିନ୍ତା କରନ୍ତୁ ଯେଉଁମାନେ ସାଧାରଣ ପୁରୁଷ ସେମାନେ ବାର୍ଷ ବର୍ଷ ଧରି ମିଛ କେସ ରେ ଜେଲ ଭିତରେ ସଢ଼ୁଛନ୍ତି। ବର୍ତ୍ତମାନ ସମୟରେ ପୁରୁଷ ମାନଙ୍କ ପାଇଁ ସମସ୍ତେ ଚିନ୍ତା କରିବା ଦରକାର।’