Breaking News

ମୁଁ ଘରୁଆ ଘର ଝିଅକୁ ହିଁ …. ଦେଖନ୍ତୁ ଚର୍ଚ୍ଚିତ ଖଳନାୟକ ଅସିତ ପତି (Asit Pati) ଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର …

ଆମ ଓଲିଉଡ ଇଣ୍ଡଷ୍ଟ୍ରି ର ଜବରଦସ୍ତ କଳାକାର ଅସିତ୍ ପତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ସିନେମାରେ ଆପଣ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ପାଇଥିବେ। ଖଳନାୟକ ଭୂମିକାରେ ଅତି ନିଖୁଣ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି ଅସିତ୍ ପତି। ନବେ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ଲୋକ ମାନଙ୍କୁ ଢେର୍ ମନୋରଞ୍ଜନ ଯୋଗାଇ ଆସିଛନ୍ତି।

ଯଦିଓ କିଛି ବର୍ଷ ହେବ ତାଙ୍କୁ ଆଉ ସିନେମାରେ ଦେଖିବାକୁ ମିଳିନାହିଁ ହେଲେ ଆଜି ବି ଦର୍ଶକ ମାନେ ତାଙ୍କୁ ସିନେମା ଜଗତର ଜଣେ ଚର୍ଚ୍ଚିତ ଖଳନାୟକ ଭାବରେ ମନେ ରଖିଛନ୍ତି। କଥା ରହିଗଲା କାଳ କାଳକୁ, ମୋଷ୍ଟ ୱାଣ୍ଟେଡ, ଝିଅଟା ବିଗିଡିଗଲା, ତୋର ଦିନେ କୁ ମୋର ଦିନେ ଭଳି ଫିଲ୍ମ ରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଅନେକ ଲୋକପ୍ରିୟତା ଆଣି ଦେଇଥିଲା।ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ଅସିତ୍।

ତେବେ ନିକଟରେ ଅସିତ୍ ପତି ଏକ ସାକ୍ଷାତକାର ରେ ଯୋଗଦେଇ ନିଜ ବ୍ୟକ୍ତିଗତ ଜୀବନର କିଛି କଥା ଖୋଲି କହିଛନ୍ତି। ଏହି ସମୟରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ ଖଳନାୟକ ଭାବରେ ସେ କାହାକୁ ନିଜର ଗୁରୁ ବୋଲି ଭାବନ୍ତି। ଏହାର ଉତ୍ତରରେ ଅସିତ୍ ପତି ଅଭିନେତା ଉତ୍ତମ ମହାନ୍ତି ଙ୍କ ନାଁ ନେଇଥିଲେ।

ସେ କହିଥିଲେ, ‘ଯଦି ମୁଁ କାହାକୁ ଗୁରୁ ବୋଲି ଭାବିଛି ତେବେ ସେ ହେଉଛନ୍ତି ଉତ୍ତମ ମହାନ୍ତି ଓ ବିଜୟ ମହାନ୍ତି। ଉତ୍ତମ ମହାନ୍ତି ଯଦିଓ ଜଣେ ହିରୋ ହେଲେ ଖଳନାୟକ ଭୂମିକାରେ ଅଭିନୟ ମୁଁ ତାଙ୍କ ଠାରୁ ହିଁ ଶିଖିଚି। ପାଖାପାଖି ୫୦ ଟି ସିନେମା ମୁଁ ତାଙ୍କ ସହ କରିଛି । ପ୍ରତିଟି ସିନ୍ ରେ ସେ ମତେ ଅଭିନୟ କରି ଦେଖାନ୍ତି । ତାଙ୍କ ଠାରୁ ହିଁ ଅଭିନୟ ଶିଖିଛି’ ବୋଲି କହିଥିଲେ ଅସିତ୍।

ତେବେ ଖଳନାୟକ ଭୂମିକାରେ ଅଭିନୟ କରି ଲୋକଙ୍କ ଠାରୁ ଗାଳି ଶୁଣିବାକୁ ତାଙ୍କୁ ଭଲ ଲାଗେ ବୋଲି ମଧ୍ୟ ସେ କହିଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ କଣ କେଉଁ ଅଭିନେତ୍ରୀ ଙ୍କୁ ବିବାହ କରିଛନ୍ତି? ଏହାର ଉତ୍ତରରେ ସେ କହିଥିଲେ , ‘ମୋର ଆରେଞ୍ଜ ମ୍ୟାରେଜ୍ ହୋଇ ଥିଲା। କୌଣସି ଅଭିନେତ୍ରୀ ଙ୍କ ସହ ନୁହେଁ, ଜଣେ ଘରୁଆ ଝିଅ କୁ ମୁଁ ବିବାହ କରିଛି’।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *