Breaking News

ମୁଁ ଦିନେଶଙ୍କୁ ବ୍ଲେମ୍ କରିବାକୁ ଚାହୁଁନି , ମୋ ପୁଅ ପାଇଁ ମତେ ଓଡିଶା ବସି ସାହାଯ୍ୟ କରନ୍ତୁ : ଶେଷରେ ଦୀପିକା(Dipika) ନେହୁରା ହେଇ … ଦେଖନ୍ତୁ ଭିଡିଓ

ଗତ କିଛି ଦିନ ତଳେ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିବା ବ୍ରହ୍ମପୁର ସହରର ଦୀନେଶ ଓ ଦୀପିକା ଙ୍କ ବିବାଦ ଭିତରେ ଆପଣ ମାନେ ଜାଣିଥିବେ। ଏହାରି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଦୀପିକା ଙ୍କୁ ନ୍ୟାୟ ମିଳିନାହିଁ। ସମୟ ପରେ ସମୟ ବିତି ଯାଇଛି। ହେଲେ ଦୀପିକା ଯେଉଁଠି ଥିଲେ ଏବେ ବି ସେଇଠି ରହି ଯାଇଛନ୍ତି। କେବଳ ଆଶା ଓ ଭରଷା କୁ ନେଇ ସମୟ କୁ ଅପେକ୍ଷା କରିଛନ୍ତି ଦୀପିକା।

 

କିନ୍ତୁ ସେପଟେ ଦିନେଶ ଓ ତାଙ୍କ ପରିବାର ଘର ଗେଟ୍ ରେ ତାଲା ପକାଇ କୁଆଡେ ଯାଇ ଖୁସି ମନାଉଛନ୍ତି। ତେବେ ଦୀପିକା କହିଛନ୍ତି, ‘ସେ ମ୍ୟାଲେଶିଆ ଯାଆନ୍ତୁ କି ଲଣ୍ଡନ ସେ ତାଙ୍କ ଇଚ୍ଛା।ମୋର କିଛି କହିବାର ନାହିଁ। ହେଲେ ମତେ ମୋ ହକ୍ ଦରକାର। ମୋ ପୁଅକୁ ବାପା ର ପରିଚୟ ଦରକାର। ଆଗକୁ ସ୍କୁଲ୍ ରେ ପୁଅର ନାଁ ଲେଖାଇବାକୁ ବାପା ନାଁ ଦରକାର। ଆଧାର କାର୍ଡ ପାଇଁ ବି ବାପା ନାଁ ଦରକାର। ଆଉ କେବଳ ସେଇଥି ପାଇଁ ମୁଁ ଧର୍ଯ୍ୟ ଧରି ବସିଛି।’

କିଛି ଦିନ ତଳେ ମହିଳା କମିଶନର ଙ୍କ ଠାରୁ ନୋଟିସ ପାଇ ନ୍ୟାୟ ଆଶାରେ ଭୁବନେଶ୍ୱର ମହିଳା କମିଶନର ଅଫିସ ରେ ପହଞ୍ଚିଥିଲେ ଦୀପିକା। ହେଲେ ସେଦିନ ଦିନେଶ ଆସିଲେ ନାହିଁ। ଆଉ ଏହି କାରଣରୁ ମହିଳା କମିଶନର ଆସନ୍ତା ୧୩ ତାରିଖ ଧାର୍ଯ୍ୟ କରିଛନ୍ତି ଦୁହିଁଙ୍କ ଆପୋଷ ବୁଝାମଣା ପାଇଁ।

ତେବେ ଦୀପିକା କହିଛନ୍ତି, ‘ମୁଁ କେବେ ବି ଦିନେଶ ଙ୍କୁ ଦୋଷ ଦେବାକୁ ଚାହୁଁନି। ମୁଁ ଚାହୁଁଛି ଆମେ ଯେଭଳି ପୁଣି ଥରେ ମିଶିଯାଉ। ସେଥିପାଇଁ ଗଣେଶ ପୂଜା ଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ସବୁ ବ୍ରତ ମଧ୍ୟ କରିଛି।’ ଆଉ ଆସନ୍ତା ୧୩ ତାରିଖରେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖି ବସି ରହିଛନ୍ତି।

ତେବେ ଆଗକୁ ଯଦି ଦିନେଶ ଦୀପିକାଙ୍କୁ ଗ୍ରହଣ ନ କରନ୍ତି ତେବେ ସେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବେ ବୋଲି ନିଷ୍ପତି ନେଇ ସାରିଛନ୍ତି। ଏହା ସହିତ ଦୀପିକା ଆହୁରି ମଧ୍ୟ କହିଛନ୍ତି ‘ଓଡ଼ିଶାବାସୀ, ଏସପି, ଏମଏଲଏ ସମସ୍ତଙ୍କୁ ମୋର ଅନୁରୋଧ ଯେ ମତେ ସାହାଯ୍ୟ କରନ୍ତୁ। ମତେ ନ ହେଲେ ବି ମୋ ପୁଅ ମୁହଁକୁ ଚାହିଁ ମତେ ସାହାଯ୍ୟ କରନ୍ତୁ। ମତେ ନ୍ୟାୟ ଦେବାକୁ ମୋର ସାଥ ଦିଅନ୍ତୁ। ଏହା ଛଡ଼ା ମୋର ଆଉ କିଛି କହିବାର ନାହିଁ’ ବୋଲି କହିଛନ୍ତି ଦୀପିକା।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *