Breaking News

” ମୁଁ ନମ୍ବର ପ୍ଲେଟ୍ ବଦଳେଇବିନି , ଯାହା କରିବା କଥା କର ” : ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ ସୁର ରାଉତରାୟ(Sura rautroy) … ଦେଖନ୍ତୁ

ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ଏଭଳି ନିୟମ ଲାଗୁ କରି ବଡ଼ ବଡ଼ ଅଫିସର ମାନେ ଲାଭବାନ ହେଉଛନ୍ତି। ହେଲେ ସାଧାରଣ ଜନତା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି।

ସେ କହିଥିଲେ, କେତେ କ୍ଷୁଦ୍ର ଶିଳ୍ପୀ ଥିଲେ ଯେଉଁ ମାନେ ଏହି ନମ୍ୱର୍ ପ୍ଲେଟ କାମ କରି ବଞ୍ଚୁଥିଲେ, ନିଜ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସରକାରର ଏଭଳି ନିୟମ ଦ୍ଵାରା ପାଖାପାଖି ୫୦ ହଜାର ଗରିବ ଶିଳ୍ପୀ ନିଜର ଜୀବିକା ହରାଇଛନ୍ତି। ତାଙ୍କ ଘରେ ଏବେ ଚୁଲି ଅଜଳା। ତାଙ୍କ ଥଇଥାନ ପାଇଁ ସରକାର କୌଣସି ବି ବ୍ୟବସ୍ଥା କଲେନାହିଁ।

ଏଭଳି ନିୟମ ଲାଗୁକର ବଡ଼ ବଡ଼ ଅଫିସର ମାନେ କେବଳ ଲାଭବାନ ହେଉଛନ୍ତି। ହେଲେ ଆମ ଭଳି ସାଧାରଣ ଲୋକ ମାନେ ଖୁବ୍ ହଇରାଣ ହେଉଛନ୍ତି। ଏଭଳି ନିୟମକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସେ କହିଥିଲେ। ସେ ଆହୁରି ବି କହିଥିଲେ, ନମ୍ୱର୍ ପ୍ଲେଟ ତ ଆମେ କରିଛୁ। ପୁଣି ଥରେ କଣ ପାଇଁ ଆମେ ଖର୍ଚ୍ଚ କରି ନମ୍ୱର୍ ପ୍ଲେଟ ଲଗାଇବୁ? ସରକାର ଟଙ୍କା ଟିଏ ସାହାଯ୍ୟ କରୁନାହାନ୍ତି ହେଲେ ସାଧାରଣ ଲୋକ ମାନଙ୍କୁ ଆହୁରି କଷ୍ଟ ଦେଉଛନ୍ତି ବୋଲି ସେ କଟାକ୍ଷ କରି କହିଥିଲେ।

କେବଳ ଏତିକି ନୁହେଁ, ଏହି ନୂଆ ସ୍କିମ୍ କୁ ସେ ଖୁବ୍ ବିରୋଧ କରୁଛନ୍ତି। ଆଉ ସେ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ଲଗାଇବେ ନାହିଁ ବୋଲି ରୋକ୍ ଠୋକ କହିଥିଲେ। ସେ କହିଥିଲେ, ମୋର ଯେଉଁ ନମ୍ୱର୍ ପ୍ଲେଟ ଆଗରୁ ଲାଗିଛି ସେହି ନମ୍ୱର୍ ପ୍ଲେଟ ହିଁ ରହିବ। ମୁଁ ନମ୍ୱର୍ ପ୍ଲେଟ ବଦଳେଇବିନି।

ତେବେ କହିରଖୁଛୁ, ଏହି ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ଗତକାଲି ରାଜଧାନୀ ଭୁବନେଶ୍ୱର ରେ ନମ୍ୱର୍ ପ୍ଲେଟ ଷ୍ଟିକର କରି ନିଜର ଜୀବିକା ନିର୍ବାହ କରୁଥିବା କ୍ଷୁଦ୍ର ଆର୍ଟିଷ୍ଟ୍ ମାନେ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଂକ ଏହି ନିୟମର ଘୋର ବିରୋଧ କରିଥିଲେ। ଏହି ନିୟମକୁ ବନ୍ଦ କରିବା ସହିତ ପୁନଃ ତାଙ୍କ ରୋଜଗାରର ପନ୍ଥା ତାଙ୍କୁ ଫେରାଇ ଦେବା ପାଇଁ ସେ ଦାବି କରିଥିଲେ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *