Breaking News

” ମୁଁ ପର ସେ ନିଜର ,ମୁଁ ବାକି ସେ ନଗଦ, ମୁଁ ବାସୀ କଦଳୀ ଝିଅ ସଜ ” , ଏମିତି କହୁଛନ୍ତି ଦୀପିକା (Deepika) … ଦେଖନ୍ତୁ ଭିଡିଓ

ବ୍ରହ୍ମପୁର ସହର ଦେଶୀ ବେହେରା ସାହିର କେ ଦୀପିକା ଓ ଦିନେଶ ଙ୍କ ବିବାଦ ବିଷୟରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଦୀପିକା ଙ୍କ ଧାରଣା ଆଜକୁ ଦୀର୍ଘ ୪୮ ଦିନରେ ପହଞ୍ଚିଥିଲେ ମଧ୍ୟ ଏହି ମାମଲାର କୌଣସି ସମାଧାନର ବାଟ ମିଳିପାରିନାହିଁ। ଇତି ମଧ୍ୟରେ ଗତକାଲି କେ ଦୀପିକା ନିଜ ପୁଅ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ନେଇ ପହଞ୍ଚିଥିଲେ ଭୁବନେଶ୍ୱର ମହିଳା କମିଶନର ଙ୍କ କାର୍ଯ୍ୟାଳୟ ରେ। ସୂଚନା ଅନୁଯାୟୀ, ଆପୋଷ ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଓ ଦୀନେଶଙ୍କୁ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ଏହିକ୍ରମରେ ଗତକାଲି ଦୀପିକା ମହିଳା କମିିଶନର କାର୍ଯ୍ୟାଳୟ ହାଜର ହୋଇଥିବା ବେଳେ ଦିନେଶ କିନ୍ତୁ ପହଞ୍ଚି ନଥିଲେ। ତେବେ ଦିନେଶ ନ ପହଞ୍ଚିବାରୁ ନିରାଶ ହୋଇ ଫେରିଥିଲେ ଦୀପିକା। ଅନ୍ୟପଟେ, ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ମହିଳା କମିଶନର ଙ୍କ ତରଫରୁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଯାଇଛି।

ତେବେ ଦୀପିକା ଙ୍କ କହିବାନୁଯାୟୀ, ସେ ଦିନେଶ ଙ୍କୁ ଦଣ୍ଡ ଦେବାକୁ ଚାହୁଁ ନାହାନ୍ତି ବରଂ କେବଳ ନିଜ ପୁଅକୁ ବାପାର ପରିଚୟ ଦେବାକୁ ଚାହୁଁଛନ୍ତି। ଆଉ ଏହା ମଧ୍ୟ ଚାହୁଛନ୍ତି ଯେ ତାଙ୍କ ପରିବାର କିଭଳି ବସିଯାଉ। ଏହା ବ୍ୟତୀତ ତାଙ୍କର ଆଉ କିଛି ଦରକାର ନାହିଁ ବୋଲି କହିଛନ୍ତି ଦୀପିକା।

ସେ ଆହୁରି ମଧ୍ୟ କହିଥିଲେ ଯେ, ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହୋଇଯିବ କୋର୍ଟ ରେ ଏହି ମାମଲା ଚାଲିଛି। ହେଲେ ସେ ଏବେ ଏଇଥି ପାଇଁ ଧାରଣାରେ ବସିଲେ କାରଣ ସେ କଦଳୀ ବାଲା ଝିଅ ସହ ଦିନେଶ ଙ୍କ ବାହାଘର ହେବାକୁ ଯାଉଛନ୍ତି ଶୁଣିବାକୁ ପାଇଥିଲେ। ଆଉ ଏହି ବାହାଘର ଅଟକାଇବା ପାଇଁ ସେ ଧାରଣା ଦେଇଥିଲେ।ତାଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ସେ ସେହିଭଳି ଧାରଣା ଜାରି ରଖିବେ ବୋଲି କହିଛନ୍ତି।

ଅନ୍ୟପଟେ, ଦୀନେଶ ଓ ତାଙ୍କ ପରିବାର ଏବେ କେଉଁଠି ତାହା କାହାରିକୁ ଜଣାନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖ ଦିନ ଦିନେଶ କୋର୍ଟ ରେ ଉପସ୍ଥିତ ହେଉନାହାନ୍ତି। ସେପଟେ ଦୀର୍ଘ ଦିନ ହୋଇଯିବ ଦିନେଶ ଙ୍କ ଘର ଆଗରେ ତାଲା ଝୁଲୁଛି। ଏଭଳି ପରିସ୍ଥିିତି ରେ ଆଗକୁ ଏହି ମାମଲା କେଉଁ ମୋଡ଼ ନେବ ତା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *