ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ହତ୍ୟା ଘଟଣା କୁ ନେଇ ତାଙ୍କ ଝିଅ ସୋସିଆଲ ମିଡିଆରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ତାଙ୍କ ବାପା ସ୍ବର୍ଗତ ନବ କିଶୋର ଦାସ୍ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କୁ ସାରା ଓଡ଼ିଶା ବାସୀ ସମବେଦନା ଜଣାଇଛନ୍ତି। ଏବଂ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ହାତ ତାଙ୍କ ଉପରେ ରହିଛି ଏବଂ ଏହି ଭଳି ଏକ ଦୁଃଖଦ ପରିସ୍ଥିତି ରେ ବିଜୁ ଜନତା ଦଳ ଏବଂ ଅନ୍ୟ ଦଳ ର ନେତା ମାନେ ତାଙ୍କର ସାଥ ଦେଇଛନ୍ତି ।ସେଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆଉ ତା ସହିତ ସେ କହିଛନ୍ତି ଯେ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ କ୍ରାଇମବ୍ରାଞ୍ଚ ର ଗୋଟିଏ ଭଲ ଟିମ୍ କୁ ଏହି କେଶ୍ ର ତଦନ୍ତ କରିବାର ଦାୟିତ୍ବ ଦିଆ ଯାଇଛି ସେଥିପାଇଁ ସେ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏବଂ ଶୁଣିବାକୁ ମିଳୁଛି ଯେ ତାଙ୍କ ବାପା ଙ୍କ ପରେ ତାଙ୍କୁ ମନ୍ତ୍ରୀ ପାଦ ମିଳିବା ର ସମସ୍ତେ କଥା ହେଉଛନ୍ତି।ସେହି ବାବଦକୁ ସେ କହିଛନ୍ତି ଯେ ଏ ଯାଏ ସେ ସେହି ବିଷୟରେ କିଛି ଜାଣି ନାହାନ୍ତି।ମାନ୍ୟବର ମୁଖ୍ୟ ମନ୍ତ୍ରୀ ଯାହା ନିଷ୍ପତି ନେବେ ସେଥିରେ ସେ ଏକମତ ପ୍ରକାଶ କରିବେ।
ଆଉ ସେ ହାତ ଯୋଡ଼ି କି ଅନୁରୋଧ କରି କହିଛନ୍ତି ଯେ ଦୟାକରି କି ତାଙ୍କ ବାପା ସ୍ବର୍ଗତ ନବ କିଶୋର ଦାସ୍ ଙ୍କ ମୃତ୍ୟୁ ଘଟଣା କୁ ନେଇ କେହି ବି ରାଜନୀତି କରନ୍ତୁ ନାହିଁ।ସେ କହିଛନ୍ତି ଯେ ତାଙ୍କ ବାପା ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଙ୍କୁ ବହୁତ୍ ଜୋର୍ ରେ ଆଘାତ ଲାଗିଛି।ସେମାନେ ତାଙ୍କ ଘର ର ମୂରବୀ ଙ୍କୁ ହରାଇ ବହୁତ୍ କଷ୍ଟ ସହିଛନ୍ତି। ଏବଂ ତାଙ୍କ ପରିବାର ର ହସ ଖୁସି ଚାଲି ଯାଇଛି ସେଥିପାଇଁ ସେ ଚାହୁଁନାହାଁନ୍ତି କି ତାଙ୍କ ବାପା ଙ୍କ ମୃତ୍ୟୁ କୁ ନେଇ କିଛି ବି ରାଜନୀତି ହେଉ। ଏବଂ ଏହି କଥା କୁ ସେ ହାତ ଯୋଡ଼ି ଅନୁରୋଧ କରି କହିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ମୃତ୍ୟୁ ଘଟଣା କୁ ନେଇ ଏବେ ଅନେକ ତଥ୍ୟ ସାମ୍ନା କୁ ଆସିବାରେ ଲାଗିଛି ଏବଂ ଅଭିଯୁକ୍ତ ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ କେଉଁ କାରଣ ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଛି ସେ ବିଷୟରେ ଖୁବ୍ ଶୀଘ୍ର ଜଣା ପଡ଼ିବ ।ସେ ନେଇ କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।