Breaking News

” ମୋତେ ଗୋଟିଏ ସୁନ୍ଦର ଆଉ ଗୁଲୁଗୁଲିଆ ସ୍ୱାମୀଟେ ଦରକାର,ଟୁଙ୍ଗୁର ଭୋଳ ଭଳିଆ ନୁହେ … ” :ଏମିତି କହିଲେ ଯୁବତୀ … ଦେଖନ୍ତୁ ଭିଡିଓ

ଗତକାଲି ଓଡ଼ିଶାର ପୁର ପଲ୍ଲୀ ରେ ପାଳିତ ହୋଇଯାଇଛି କୁମାର ପୂର୍ଣ୍ଣିମା ଉତ୍ସବ। ଏହା ହେଉଛି ଓଡ଼ିଶାର ଏକ ସ୍ଵତନ୍ତ୍ର ପର୍ବ। ଯୁବତୀ ମାନେ ଭଲ ସ୍ବାମୀ ଟେ ପାଇବା ମନାସି ଚାନ୍ଦ ପୂଜା କରିଥାନ୍ତି। ବିଶ୍ୱାସ ରହିଛି ଏହି ଓଷା କରିବା ଦ୍ୱାରା ଯୁବତୀ ଙ୍କୁ ଭଲ ସ୍ବାମୀ ମିଳିଥାଏ। ତେବେ ଗତକାଲି ଏହି କୁମାର ପୂର୍ଣ୍ଣିମା ଅବସରରେ ନିଜର କିଛି ପ୍ରତିକ୍ରିୟା ରଖି ଭାଇରାଲ ହେଉଛନ୍ତି ଜଣେ ଯୁବତୀ।

ଭାଇରାଲ ହେଉଥିବା ଏହି ଯୁବତୀ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର। ଗତକାଲି କୁମାର ପୂର୍ଣ୍ଣିମା ଅବସରରେ ଯେତେବେଳେ ଯୁବତୀ ଜଣକୁ ପଚରା ଯାଇଥିଲା ଯେ, ସେ କଣ ମନାସି ଏହି ଓଷା କରିଛନ୍ତି? ଏହା ଉତ୍ତରରେ ଯୁବତୀ ଜଣକ କହିଥିଲେ, ମୁଁ କୁମାର ପୂର୍ଣ୍ଣିମା ଏଥିପାଇଁ କରିଛି କି ମତେ ଗୋଟିଏ ସୁନ୍ଦର ଆଉ ଗୁଲୁଗୁଲିଆ ସ୍ବାମୀ ଟିଏ ଦରକାର। ସେ ବହୁତ୍ ଭଲ ଟିଏ ହୋଇଥିବ ଆଉ ମୋ କଥା ବୁଝୁଥିବ। ହେଲେ ଟୁଙ୍ଗୁରୁ ଭୋଳ ଭଳି ନ ହେଇଥାଉ। ମୋବାଇଲ ରେ ଭାଇରାଲ ନ ହେଉ।

କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଥିଲେ, ମତେ ଯଦି ଟୁଙ୍ଗୁରୁ ଭୋଳ ଭଳି ସ୍ବାମୀ ଟେ ମିଳେ ମୁଁ ଜହ୍ନ କୁ ସବୁବେଳେ ଖୁଣୁଥିବି। ତା ଦେହରେ ଏମିତି ଦାଗ ବଢ଼ି ଚାଲୁ ବୋଲି ମୁଁ ସବୁବେଳେ କହୁଥିବି। ତେବେ ଏଭଳି ପ୍ରତିକ୍ରିୟା ରଖି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି ଏହି ଯୁବତୀ ଜଣକ। ଆଉ ଏଭଳି ଶୁଣିବା ପରେ ଟୁଙ୍ଗୁରୁ ଭୋଳ ମନରେ ଖୁବ୍ ଆଘାତ ହୋଇଥିବ ନିଶ୍ଚୟ।

ତେବେ ଗତକାଲି ଓଡ଼ିଶାର କୋଣ ଅନୁକୋଣର ଯୁବତୀ ମାନେ କୁମାର ପୂର୍ଣ୍ଣିମା ଓଷା ପାଳନ କରିଛନ୍ତି। ଧିମା ଧିମା ଶୀତ ର ଆଗମନ ହୋଇଥାଏ ଏହି ପୂର୍ଣ୍ଣିମା ଠାରୁ। ତେବେ ଏହି ପୂର୍ଣ୍ଣିମା ରେ ସବୁ ଯୁବତୀ ମାନେ ସେମାନଙ୍କ ଜୀବନରେ କାର୍ତ୍ତିକ କୁମାର ପରି ବରପାତ୍ର ଟିଏ ପାଇବା ପାଇଁ ଜହ୍ନ କୁ ପୂଜା କରିଥାନ୍ତି।

ଦିନ ସାରା ନିର୍ଜଳା ଉପବାସ କରି ପ୍ରଥମେ ଦିନରେ ସୂର୍ଯ୍ୟ ଙ୍କୁ ପୂଜା କରିଥାନ୍ତି। ରାତିରେ ଜହ୍ନ କୁ ପୂଜା କରିବା ପରେ ଯାହା ଖାଇବା ଗ୍ରହଣ କରନ୍ତି। ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା କାର୍ତ୍ତିକ କୁମାର ପରି ବରପାତ୍ର ଟିଏ ମିଳିଥାଏ। କାହିଁ କେଉଁ କାଳରୁ ଓଡ଼ିଶାର ଘରେ ଘରେ ଏହି ପର୍ବ ପାଳିତ ହେଉଛି।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *