Breaking News

ମୋର ସବୁଠୁ ହିଟ ଫିଲ୍ମ ମୁନା ଭାଇନାଙ୍କ ସାଙ୍ଗରେ, ଯଦି ହିରୋଇନ ପୁଣି କରିବି ତାଙ୍କ ସହ:ଅଭିନେତ୍ରୀ ଜ୍ୟୋତି ମିଶ୍ର (Jyoti Mishra) – ଦେଖନ୍ତୁ ଭିଡିଓ

ଓଲିଉଡ଼ ସିନେମା ଜଗତର ଅଭିନେତ୍ରୀ ଜ୍ୟୋତି ମିଶ୍ର ପୁଣି ଥରେ ସିନେମା ଜଗତକୁ ଫେରି ଆସିଛନ୍ତି । ଆଉ ସେ ପୁଣି ତାଙ୍କ ଅଭିନୟ ରେ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବେ । ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ତା ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଥିବେ । ଓଲିଉଡ଼ ର ଜଣେ ପରିଚିତ ଅଭିନେତ୍ରୀ ହେଉଛନ୍ତି ଜ୍ୟୋତି ମିଶ୍ର।

ସେ ଅନେକ ସୁପରହିଟ ସିନେମା ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ଏବଂ ତାଙ୍କ ସୁନ୍ଦର୍ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ଅନେକ ଭଲ ପାଇବା ଦେଇଛନ୍ତି। ଅଭିନେତ୍ରୀ ଜ୍ୟୋତି ମିଶ୍ର କହିଛନ୍ତି ଯେ ସେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଏଭର୍ ଗ୍ରୀନ ହିରୋ । ଆଉ ସେ ଯଦି ସିନେମା କରିବେ ତା ହେଲେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଅଭିନୟ କରିବେ ।

ସେ କହିଛନ୍ତି ଯେ ତାଙ୍କର ବିବାହ ପରେ ସେ ଅଭିନୟ ଜୀବନ ରୁ ଦୂରେଇ ଆସିଥିଲେ । ଆଉ ତାଙ୍କର ଗୋଟିଏ ପୁଅ ମଧ୍ୟ ହୋଇଛି । ତାଙ୍କ ପୁଅ ବହୁତ୍ ଛୋଟ ଥିବାରୁ ସେ ତାକୁ ଛାଡି ଅଭିନୟ କରି ପାରି ନଥିଲେ । ଆଉ ବର୍ତ୍ତମାନ ତାଙ୍କ ପୁଅ ଟିକେ ବଡ଼ ହୋଇ ଗଲାଣି । ସେ ଏବେ ଅଭିନୟ କରିବାକୁ ଚାହୁଁଛନ୍ତି ।

ସେ କହିଛନ୍ତି ଯେ ଦର୍ଶକ ମାନେ ତାଙ୍କୁ ଯେଉଁ ଚରିତ୍ର ରେ ଦେଖିବାକୁ ପସନ୍ଦ କରିବେ ସେ ସେହି ଚରିତ୍ର ରେ ଅଭିନୟ କରିବେ । ଆଉ ଯଦି ସେ ହିରୋଇନ୍ ହେବେ ତା ହେଲେ ସିଦ୍ଧାନ୍ତ ମହାପାତ୍ର ଙ୍କ ହିରୋଇନ୍ ଭୂମିକାରେ ଅଭିନୟ କରିବେ । ତାଙ୍କର ପ୍ରାୟତଃ ଚଳଚ୍ଚିତ୍ର ରେ ସେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଅଭିନୟ କରିଛନ୍ତି । ଏବଂ ଅଭିନେତା ଶ୍ରୀତମ ଦାସ ଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି।

ତାଙ୍କର ଅନେକ ସୁପରହିଟ ସିନେମା ରହିଛି । ତୋ ଆଖି ମୋ ଆଇନା ଚଳଚ୍ଚିତ୍ର କୁ ଦର୍ଶକ ମାନେ ବହୁତ୍ ଭଲ ପାଇବା ଦେଇଛନ୍ତି ଏବଂ ବହୁତ୍ ପସନ୍ଦ ମଧ୍ୟ କରିଛନ୍ତି । ସିନ୍ଦୂର ନୁହେଁ ଖେଳ ଘର , ବାହୁଡ଼ିବେ ମୋ ଜଗା ବଳିଆ ଏମିତି ଅନେକ ସୁପରହିଟ ଚଳଚ୍ଚିତ୍ର ରେ ସେ ଅଭିନୟ କରିଛନ୍ତି । ଆଉ ଏବେ ଏତେ ବର୍ଷ ପରେ ପୁଣି ଥରେ ଓଲିଉଡ଼ କୁ ଫେରିଛନ୍ତି ତାଙ୍କୁ ବହୁତ୍ ଖୁସୀ ଲାଗୁଚି । ପୁଣି ଥରେ ଦର୍ଶକ ମାନଙ୍କ ମନୋରଞ୍ଜନ କରିବେ ଏହାକୁ ନେଇ ସେ ବହୁତ୍ ଖୁସି ଅଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *