Breaking News

ମୋ ଅଭିନୟ ହିଁ ମୋ ଆତ୍ମାକୁ ଶାନ୍ତି ଦେବ : ପୂର୍ଣ୍ଣଦାଦା(Purna Dada) ଙ୍କ ଶେଷଇଚ୍ଛା : ଭାଇରାଲ ହେଇଥିବା ପୂର୍ଣ ଦଦା ଶେଷରେ … ଦେଖନ୍ତୁ ଭିଡିଓ

ବଦଳିଛି ପୂର୍ଣ୍ଣ ଦାଦା ଙ୍କ ଭାଗ୍ୟ। ବାସ୍ତବରେ ଭାଗ୍ୟ ଏମିତି ବି ବଦଳିଯାଏ ବୋଲି କେହି ଭାବି ନଥିବେ। ମୋବାଇଲ ଫୋନ ରେ ରିଲ୍ସ କରୁ କରୁ ଏହା ଏତେ ଲୋକପ୍ରିୟ ହେଲା ଯେ ସେହି ରିଲ୍ସ ଦ୍ଵାରା ସମସ୍ତେ ଚିହ୍ନିଲେ ପୂର୍ଣ୍ଣ ଦାଦା ଙ୍କୁ। ତାଙ୍କର ଜୀବନ୍ତ ଓ ନିଛକ ଅଭିନୟ ପ୍ରତିଟି ଓଡ଼ିଆ ଘରେ ତାଙ୍କୁ ପରିଚିତ କରାଇ ପାରିଛି। ପୂର୍ଣ୍ଣ ଦାଦା ଜଣେ ସରଳ ମଣିଷ। ଦୋକାନରୁ ତାଙ୍କର ଜୀବିକା ଚଳେ। ଅଭିନୟ ପ୍ରତି ତାଙ୍କର ଅନେକ ଦୁର୍ବଳତା ରହିଛି।

ତାଙ୍କର କେବଳ ଏତିକି ଇଚ୍ଛା ଏମିତି ଗୋଟିଏ ଭଜନ ରେ ସେ ଅଭିନୟ କରନ୍ତେ ଯାହାକୁ ଦେଖିବା ପରେ ସମସ୍ତଙ୍କ ଆତ୍ମା ତୃପ୍ତ ହୋଇଯାଆନ୍ତା। ଆଉ ସେ ବି ଏଥିରେ ଅନେକ ତୃପ୍ତି ଅନୁଭଵ କରନ୍ତେ। କୁହାଯାଏ ଯଦି ଆପଣଙ୍କ ଭିତରେ ସେହି କଳା ଅଛି। ତେବେ କଳା ଖୋଜି ବାଟ ବାହାର କରିବାର ବାଟ ବି ଅଛି। ଆଉ ସେହି ବାଟ ଯେତେବେଳେ ଫିଟିଯାଏ ଏମିତି ହିଁ ପୂର୍ଣ୍ଣ ଦାଦା ଙ୍କ ଭଳି ଜଣେ ବ୍ୟକ୍ତି ରାତାରାତି ଷ୍ଟାର ପାଲଟି ଯାଆନ୍ତି।

ବାସ୍ତବରେ ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପରେ ପୂର୍ଣ୍ଣ ଦାଦା ଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଛି। ଲକ୍ ଡାଉନ୍ ସମୟରେ ଟିକ୍ ଟକ କରି ଓଡ଼ିଶା ବାସୀ ଙ୍କ ଠାରୁ ଅନେକ ଭଲ ପାଇବା ପାଇଥିଲେ ପୂର୍ଣ୍ଣ ଦାଦା। ଆଉ ଏବେ କିଛି ଦିନ ହେବ ସେ ଇନ୍ଷ୍ଟାଗ୍ରାମ ରେ ରିଲ୍ସ କରି ପୁଣି ଭଲ ପାଇବା ସାଉଁଟୁଛନ୍ତି।

ଏହାରି ଭିତରେ ତାଙ୍କୁ ଅନେକ ଅଭିନୟର ସୁଯୋଗ ମିଳିଛି। ଭୁବନେଶ୍ୱର ରେ ମଧ୍ୟ ତାଙ୍କୁ ନେଇ ଆଲବମ୍ କରିବାର ଯୋଜନା ଚାଲିଛି। ଗୋଟିଏ ମ୍ୟୁଜିକ କମ୍ପାନୀ ତାଙ୍କୁ ନେଇ ଦୁଇଟି ଗୀତ ମଧ୍ୟ ପ୍ରସ୍ତୁତ କରିଛି। ତେବେ ତାଙ୍କର ଗୋଟିଏ ଗୋଟିଏ ଭିଡିଓ ଇନ୍ଷ୍ଟଗ୍ରାମ ରେ ମିଲିୟନ ମିଲିୟନ ଲୋକ ଦେଖୁଛନ୍ତି। ତାଙ୍କ ଅଭିନୟରେ ଜୀବନର ସତ୍ୟତା ର ଦର୍ଶନ ମିଳିବା ସହିତ ଅନେକ ଙ୍କ ପେଟ ବି ପୁରି ଯାଉଛି।

ମଣିଷ ଜୀବନରେ ଘଟୁଥିବା ଦୁଃଖ, ମନୁଷ୍ୟ ଜୀବନର ବାସ୍ତବତା ସବୁକିଛି ବାରି ହୋଇଯାଏ ତାଙ୍କ ଅଭିନୟ ଦେଖିଲେ। ତେବେ ତାଙ୍କ ପାଖକୁ ଭୁବନେଶ୍ୱର ରୁ ଅଭିନୟ କରିବାର ସୁଯୋଗ ଆସିଛି। ଏବେ କିଛି ଆଲବମ୍ କରି ବେଶ୍ ଖୁସି ଥିବା ବେଳେ ଆଗକୁ ଫିଲ୍ମ ରେ ଅଭିନୟ କରିବାର ସୁଯୋଗ ପାଇଲେ ସେ ବେଶ୍ ଖୁସି ହୁଅନ୍ତେ ବୋଲି କହିଛନ୍ତି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *