ଓଲିଉଡ଼ ଅଭିନେତ୍ରୀ ସସ୍ମିତା ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ। ସସ୍ମିତା ହେଉଛନ୍ତି ନବେ ଦଶକର ହିରୋଇନ୍ । ଆଜି କ ଦିନ ରେ ତାଙ୍କ ଅଭିନୀତ ଗୀତ ଟ୍ରେଣ୍ଡ ହୋଇଛି । ସମସ୍ତେ ରିଲ୍ସ୍ ଭିଡ଼ିଓ ବନାଉଛନ୍ତି । ଓଲିଉଡ଼ ରେ ସସ୍ମିତା ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଆଉ ଦର୍ଶକ ମାନେ ଆଜି ବି ତାଙ୍କ ଅଭିନୟ କୁ ଅନେକ ମାତ୍ରା ରେ ଭଲ ପାଇବା ଦେଉଛନ୍ତି। ଆଉ ଦିନେ ସେ ହିରୋଇନ୍ ହୋଇ ଦର୍ଶକ ମାନଙ୍କ ର ମନୋରଞ୍ଜନ କରୁଥିଲେ । ଆଉ ଆଜି କ୍ୟାରେକ୍ଟର ରୋଲ୍ କରୁଛନ୍ତି ।
ଆଗରୁ ଯେତିକି ଭଲ ପାଇବା ଦର୍ଶକ ମାନେ ତାଙ୍କୁ ଦେଇଛନ୍ତି ଆଜି ବି ଠିକ୍ ସେତିକି ଦେଉଛନ୍ତି। ତାଙ୍କର ଅନେକ ସୁପରହିଟ ଓଡ଼ିଆ ସିନେମା ରହିଛି । ଖାଲି ସେତିକି ନୁହେଁ ସେ ବେଙ୍ଗଲୀ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଶ୍ରଦ୍ଧାଞ୍ଜଳି, କି ହେବ ଶୁଆ ପୋଷିଲେ , ପଥର ଖସୁଛି ବଡ଼ ଦେଉଳୁ, ସୁନା ପଞ୍ଜୁରୀ , ନାଗ ପଞ୍ଚମୀ ,ଲକ୍ଷ୍ମୀ ପ୍ରତିମା ଆଦି ସୁପରହିଟ ସିନେମା ରେ ସେ ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି ।
ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ସେ କହିଛନ୍ତି ଯେ ସିଦ୍ଧାନ୍ତ ମହାପାତ୍ର ଜଣେ ବହୁତ୍ ଭଲ ଅଭିନେତା । ସେ ବହୁତ୍ ସପୋର୍ଟ କରନ୍ତି । ଏବଂ ତାଙ୍କ ସହିତ ଅଭିନୟ କରି ସେ ବହୁତ୍ ଖୁସୀ ଅଛନ୍ତି । କଲେଜ୍ ରେ ପାଠ ପଢିବା ସମୟରେ ସସ୍ମିତା ଓଲିଉଡ଼ ସିନେମା ଜଗତ ରେ ପାଦ ଦେଇଥିଲେ । ଆଉ ଅଭିନୟ କରିବା ପରେ ସେ ପାଠ ପଢ଼ା କୁ ଏତେ ବେଶୀ ଧ୍ୟାନ ଦେଇ ପାରି ନଥିଲେ ।ଅଭିନୟ ଜଗତ ରେ ତାଙ୍କୁ ଅନେକ ଭଲ ପାଇବା ମିଳିଛି ।
ଆଉ ଅନେକ ସିନେମା କରିବା ପରେ ସେ ମୁମ୍ବାଇ ଚାଲି ଯାଇଥିଲେ । କାରଣ ତାଙ୍କ ସ୍ଵାମୀ ସେଠୀ ରହୁଥିଲେ । ବିବାହ ପରେ ଓଲିଉଡ଼ ର ଅଭିନେତା ଶ୍ରୀତମ ଦାସ ଙ୍କ ସହିତ ସେ ଗୋଟିଏ ଆଲବମ୍ କରିଥିଲେ ଯାହାକି ଅଲ୍ ଟାଇମ ଅଭରଗ୍ରିନ୍ ହୋଇ ରହିଛି । ଗୀତ ଟି ହେଉଛି ତୁ ଚାଲୁ ଥିଲୁ ତୋ ବାଟରେ । ଆଉ ବର୍ତ୍ତମାନ ସସ୍ମିତା ଙ୍କ ର ଗୋଟିଏ ସିନେମା ର ସୁଟିଂ ଚାଲିଛି । ସେ କହିଛନ୍ତି ଯେ ଯଦି ତାଙ୍କ ପୁଅ କି ଝିଅ କେହି ସିନେମା ଲାଇନ ରେ ଅଭିନୟ କରନ୍ତି ତା ହେଲେ ସେ ବହୁତ୍ ଖୁସୀ ହେବେ। ଆଉ ଦର୍ଶକ ମାନେ ତାଙ୍କୁ ଏତେ ଭଲ ପାଇବା ଦେଇଛନ୍ତି ସେଥିପାଇଁ ସେ ବହୁତ୍ ଖୁସି ଅଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।