ସମାଜସେବୀ ଆଦିତ୍ୟ ଦାସ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି । ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ର 2020 ମସିହା ଜୁଲାଇ 7 ତାରିଖ ରେ ଟ୍ରେନ ଲାଇନ୍ ରେ ରହସ୍ୟ ଜଣକ ମୃତ୍ୟୁ ହୋଇଥିଲା । ଆଉ ତାଙ୍କ ମୃତ୍ୟୁ କୁ ନେଇ କ୍ରାଇମବ୍ରାଞ୍ଚ ଅନେକ କିଛି ତଦନ୍ତ କରିବା ପରେ ମଧ୍ଯ କୌଣସି ପ୍ରମାଣ ପାଇନଥିଲା । ସେ ନିଜେ ଆତ୍ମହତ୍ୟା କରିଥିଲେ କି ତାଙ୍କୁ ହତ୍ୟା କରା ଯାଇଥିଲା ଏହାର କୌଣସି ପ୍ରମାଣ ମିଳି ନଥିଲା ।
ଆଉ କିଛି ଲୋକ ଆଦିତ୍ୟ ଦାସ୍ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କ ନାଁ ରେ ମିଥ୍ୟା ଆରୋପ ଲଗାଇ ଥିଲେ ଯେ ବିଦ୍ୟାଶ୍ରୀ ତାଙ୍କ ସ୍ଵାମୀ ଆଦିତ୍ୟ ଦାସ୍ ଙ୍କୁ ମାରିଛନ୍ତି । ହେଲେ 2020 ମସିହା ଜୁଲାଇ 7 ତାରିଖ ଦିନ ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ ଶରୀର ଟ୍ରେନ୍ ଲାଇନ ରୁ ମିଳି ଥିଲା । କିନ୍ତୁ ସମାଜ ସେବୀ ଆଦିତ୍ୟ ଦାସ୍ କେବେ ହେଲେ ଏ ଭଳି ଆତ୍ମ ହତ୍ୟା କରିବେ ନାହିଁ ବୋଲି ତାଙ୍କ ସ୍ତ୍ରୀ ଓ ତାଙ୍କ ବାପା ମାଆ ଜୋର୍ ଦେଇ କହିଥିଲେ ।
ହେଲେ କୌଣସି ପ୍ରମାଣ ନ ମିଳିବାରୁ ସମାଜସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଘଟଣା ର କେଶ୍ କୁ ବନ୍ଦ୍ କରି ଦିଆ ଯାଇଥିଲା । ହେଲେ ଏବେ ଏକ ଖବର ସାମ୍ନା କୁ ଆସିଛି । ସମାଜସେବୀ ଆଦିତ୍ୟ ଦାସ୍ ମାଆ ଏବଂ ତାଙ୍କ ସ୍ତ୍ରୀ କହୁଛନ୍ତି ଯେ ଆଦିତ୍ୟ ଦାସ୍ ଙ୍କୁ ବିକାଶ ମର୍ଡର କରିଛି । ଆଦିତ୍ୟ ଦାସ୍ ଏକ ବୃଦ୍ଧାଶ୍ରମ୍ ଖୋଲିଥିଲେ । ଆଉ ସେଠୀ ଅନେକ ବୃଦ୍ଧା ମାନେ ଆସି ରହୁଥିଲେ । ବୃଦ୍ଧାଶ୍ରମ ଚଳାଇବା ପାଇଁ ଲୋକ ମାନେ ଅନେକ ସାହାଯ୍ୟ ମଧ୍ୟ କରୁଥିଲେ ।
ହେଲେ ବିକାଶ ସେ ପଇସା କୁ ଆଶ୍ରମ ରେ ଦିଏ ନାହିଁ । ଆଉ ଆଶ୍ରମ ରୁ ଚାଉଳ ଡାଲି ଅଟା ତେଲ ଇତ୍ୟାଦି ଜିନିଷ ନେଇ ଯାଏ । ସେ। ଚାହିଁଥିଲା ଯେ ସେ ନିଜେ ଗୋଟେ ଆଶ୍ରମ ଖୋଲିବ ଆଉ ପବ୍ଲିକ୍ ଙ୍କ ପଇସା ଖାଇବ ସେଥିପାଇଁ ସେ ଆଦିତ୍ୟ ଦାସ୍ ଙ୍କୁ ମର୍ଡର କରିଛି ବୋଲି ଆଦିତ୍ୟ ଦାସ୍ ଙ୍କ ମାଆ ଗଣ ମାଧ୍ୟମ ରେ କହିଛନ୍ତି। ସେ କହିଛନ୍ତି ଯେ ପୁଣି ଥରେ ଏହି କେଶ୍ କୁ ରିଓପନ୍ କରା ଯାଉ ଏବଂ ତାଙ୍କ ପୁଅ ର ଦୋଷୀ କୁ ଦଣ୍ଡ ଦିଆ ଯାଉ।।