ରାସ୍ତା କଡ଼ ରେ ଜଣେ ମହିଳା ତେଲ କଡେଇ ଛାଣୁ ଛନ୍ତି ଚିକେନ ପକୋଡା , ଅଣ୍ଡା ଚାପ , ଚିକେନ ଲେଗ ଫିସ୍ ଏମିତି ବହୁତ ପ୍ରକାର ର ନନ୍ ଭେଜ । ଆଉ ଯୁବତୀ ଜଣକ ସେ ସବୁ ଛାଣି ଗୋଟିଏ ପାତ୍ର ରେ ରଖୁ ଥାନ୍ତି । ଏପଟେ ସବୁ ଖାଇ ବାକୁ ଦୋକାନ କୁ ଘେରି ରହି ଥାନ୍ତି ଅନେକ ଲୋକ । ଯିଏ ଯାହା ବି ମାଗୁ ଥାଏ ତାକୁ ସାଙ୍ଗେ ସାଙ୍ଗେ ମସଲା ଦେଇ ତିଆରି କରି ତାଙ୍କ ହାତ କୁ କାଗଜ ପ୍ଲେଟ ରେ ବଢ଼ାଇ ଦେଉଥାନ୍ତି ।
ତାଙ୍କ ପାଖ ରେ ଆଉ ଜଣେ ଯୁବକ ଜଣକ ପିଆଜ କାଟି ଗ୍ରାହକ କୁ ଦେଉ ଥାନ୍ତି ତ କେତେବେଳେ ପ୍ୟାକିଙ୍ଗ୍ କରି ଗ୍ରାହକ ହାତ କୁ ବଢ଼େଇ ଦେଇ ଥାନ୍ତି । ଏତେ କାମ କରି କରି କହୁ ଥାନ୍ତି ଆମେ ଅବଳା ହେଇ ଘର ଉପରେ ବୁଝ ହୋଇ ରହିବା ଠିକ ନୁହଁ ।କାହିଁକି ନା ଝିଅ ଟି ଯେତେବେଳେ ଏ ସମାଜ ଭୀତ ରର ବାପା ମାଆ ଙ୍କ ଲାଳନ୍ ପାଳନ ରେ ବଡ଼ ହୁଏ ଆଉ ପାଠ ପଢି କିଛି କରିବା ପାଇଁ ସ୍ବପ୍ନ୍ ଦେଖେ ସେଥି ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡି ଥାଏ ।
ଏହି ଝିଅ ଟି ର ନାଁ ରଂଜିତା ଜେନା । ଘର ଗଞ୍ଜାମ ଜିଲ୍ଲା ରେ । ରମ୍ଭା ଅଞ୍ଚଳ ରେ ଛୁଆ ଟି ବେଳୁ ଭଲ ପାଠ ପଢୁ ଥିଲେ । ହେଲେ ତାଙ୍କ ର ଅଭାବି ପରିବାର ଥିଲା । ତେଣୁ ତାଙ୍କୁ ପାଠ ପଢିବା ପାଇଁ ସମ୍ଭବ ହେଲା ନାହିଁ । ସେଥି ପାଇଁ ସେ ଘରୁ ବାହାରି ଭୁବନେଶ୍ଵର ରେ ଏକ କମ୍ପାନି ରେ ଚାକିରୀ କଲେ । ସେଠାରେ ବ୍ରହ୍ମପୁର୍ ଖଲିଫୁଟ୍ ଅଞ୍ଚଳ ରେ ଏକ ଯୁବକ ସହ ଦେଖା ହେଲା ।
ଏହି ଦେଖା ସାକ୍ଷାତ ପରେ ପ୍ରେମ ସମ୍ପର୍କ ହେଲା ପରେ ଘର ଲୋକ ଙ୍କ ସମ୍ମତି ରେ ବିବାହ କଲେ । ବାହାଘର ରେ ପରେ ରଞ୍ଜୁକ୍ତା ତାଙ୍କ ପିଲା ଦିନ ର ଅଧୁରା ସ୍ବପ୍ନ ପୂରଣ କରିବାକୁ ଚାହିଲେ । ପାଠ ପଢିବା ଥିବା ସ୍ବପ୍ନ୍ କଥା ସ୍ବାମି କୁ କହିଲେ । ଆଉ ତାଙ୍କ ସ୍ବାମି ବି ସାଙ୍ଗେ ସାଙ୍ଗେ ରାଜି ହୋଇ ଗଲେ ଆଉ କହିଲେ ତୁମେ ପାଠ ପଢ଼ ମୁଁ ତୁମ ସାଙ୍ଗ ରେ ଅଛି ।
ରାତି ଦିନ ଏକ କରି ସ୍ବିଗ ବୟ ହୋଇ କାମ କରି ଟଙ୍କା ରୋଜଗାର କଲେ ଘର ଚଳେଇବାକୁ । ଆଉ ଏପଟେ ରଞ୍ଜୁ ଖୁବ ପରିଶ୍ରମି । ପାଠ ପଢି ପ୍ରଥମେ ଗ୍ରାଜୁଏଟ୍ ହେଲେ ଆଉ ତାପରେ ସେ ପିଜି ମଧ୍ୟ କଲେ ତାପରେ ଓଡ଼ିଆ ରେ ପିଏଚିଡ୍ କରୁଛନ୍ତି । ଆଉ ତାଙ୍କ ସଫଳତା ର ପୁରା ଅବଦାନ୍ ରହିଲା ତାଙ୍କ ସ୍ବାମି ଙ୍କ ର ।
ସେ ତିନି ତିନି ଜାଗା ରର ଚାକିରୀ କରି ରୋଜଗାର କରିବା ସହିତ ପତ୍ନୀ ଙ୍କ ସବୁ ଆବଶ୍ଯକତା କୁ ପୂରଣ କଲେ । ଗାଁ ରେ ଦଶମ ପାସ କରି ଭୁବନେଶ୍ଵର କୁ ଆସି ଥିବା ଏହି ଝିଅ ଟି ଏକ ଉଚ୍ଚ ଶିକ୍ଷିତା ମହିଳା ଭାବରେ ପରିଚିତ ହୋଇଛନ୍ତି ଆଉ ସ୍ବାମି ଙ୍କ ସହ ମିଶି ଏହି ନନଭେଜ୍ ଦୋକାନ ଟିକୁ ଖୋଲି ଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।