ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆପଣ ମାନେ ଆମ ଓଡ଼ିଆ ଯାତ୍ରା ଜଗତ ର ଲୋକ ପ୍ରିୟ ସମସ୍ତ ଅଭିନେତା ଙ୍କୁ ଆପଣ ମାନେ। ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନେ ଓଡ଼ିଶା ର ଘର୍ ଘରେ ପରିଚିତ । ଆଜି ଆମର ଏହି ପେଜ ଇମିତି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଖଳ ନାୟକ ଚରିତ୍ର ରେ ନଜର ଆସୁଛନ୍ତି ଓ ବେଶ୍ ଲୋକ ପରିଚିତ।
ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତା ଜଣକ ହେଉଛନ୍ତି ଯାତ୍ରା ଜଗତ ଲୋକ ପ୍ରିୟ ଖଳ ନାୟକ ଅଭିନେତା ଜ୍ଞାନ ସାହୁ । ଏହି ଅଭିନେତା ନିଜ ଜବରଦସ୍ତ ଅଭିନୟ ପାଇଁ ସବୁଠି ପରିଚିତ ସେ ତେଲୁଗୁ ଭିଲି-ଆନ ଭାବେ ବେଶ୍ ପରିଚିତ । ଆଜି ଆମେ ଏହି ଅଭିନେତା ଙ୍କ ବିଷୟ ରେ କିଛି ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ଆସନ୍ତୁ ଜାଣିବା
ଜ୍ଞାନ ସାହୁ ବର୍ତ୍ତମାନ୍ ସମୟ ରେ ସ୍ଵର୍ଣ୍ଣ ମହଲ ର ଖଳ ନାୟକ , ତାଙ୍କ୍ ଘର୍ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମ ରେ । ଅଭିନୟ ପ୍ରତି ତାଙ୍କର ରୁଚି ଥିଲା ପିଲା ଟି ଦିନ ରୁ । ସେ ତୃତୀୟ କ୍ଲାସ ରେ ପଢୁଥିବା ସମୟ ରେ ଅଭିନୟ ଆରମ୍ଭ କରିଥିଲେ , ପାଠ ପଢା ସରିବା ପରେ ସେ ଚାକିରୀ କରିଥିଲେ ଓ ଚାକିରୀ ଛାଡ଼ି ସେ ଅଭିନୟ ଦୁନିଆ କୁ ଆସିଥିଲେ ।
ଯାତ୍ରା ଜଗତ ରେ ଅଭିନୟ କରିବା ର ଅନେକ ଦିନ ହୋଈ ଗଲାଣି , ଶିବାନୀ ଗଣନାଟ୍ୟ ରେ ସେ ପ୍ରଥମେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ , ତା ପରେ ଧଉଳି , ଇଷ୍ଟର୍ଣ୍ଣ ରେଡ , ତୁଳସୀ, ରଙ୍ଗ ମହଲ ବର୍ତ୍ତମାନ୍ ସମୟ ରେ ସ୍ଵର୍ଣ୍ଣ ମହଲ ରେ ନିଜ ଅଭିନୟ ଜାରି ରଖିଛନ୍ତି । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ଜୀବନୀ ଭିତରେ ସେ ଅନେକ ଗଣନାଟ୍ୟ ରେ ସେ ଅଭିନୟ କରି ସାରିଛନ୍ତି ।
ଏହି ଅଭିନେତା ଜଣକ ଏକ ନାଟକ ରେ ଖଳ ଚରିତ୍ର ରେ ଏମିତି ଜବରଦସ୍ତ ଅଭିନୟ କରିଥିଲେ ଯାହା ଫଳରେ କି ଲୋକ ମାନେ ତାଙ୍କୁ ବୋତଲ , ପଥର ଫୋପାଡି ଥିଲେ । ଆପଣ ମାନେ ନିଶ୍ଚୟ ଏହି ଅଭିନେତା ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଯାତ୍ରା ନାଟକ ରେ ଦେଖିଥିବେ , ଏହି ଅଭିନେତା ଜଣକ କେବଳ ଯାତ୍ରା ରେ ନିଜ ଅଭିନୟ କରି ନାହାଁନ୍ତି ।
ସେ ଏକ ଭଜନ ରେ ମଧ୍ୟ ନଜର ଆସିଛନ୍ତି ଏହି ଭଜନ ଟି ହେଉଛି ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ , ନରେନ୍ଦ୍ର ପୋଖରୀ ଠାରୁ ବଡ ଦାଣ୍ଡ ପର୍ଯ୍ୟନ୍ତ ତାଙ୍କ ସୁଟିଂ ହୋଇଥିଲା , ସେ ଜଗନ୍ନାଥ୍ ଙ୍କ ଭଜନ ରେ ଅଭିନୟ କରିବା ପାଇଁ ବେଶ୍ ଇଚ୍ଛୁକ ଥିଲେ ଓ ବର୍ତ୍ତମାନ୍ ସମୟ ରେ ତାଙ୍କ ସ୍ବପ୍ନ ସତ୍ ହୋଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।