Breaking News

ଯାତ୍ରା ଜଗତର ସୁପରହିଟ ଯୋଡି ରତିକାନ୍ତ ମିଟୁନା (Ratikanta Mituna) ଙ୍କ ପୁଅର ଜନ୍ମଦିନ ଧୂମ ଧାମରେ ପାଳନ ହେଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ , ତେବେ ଓଲିଉଡ ଇଣ୍ଡଷ୍ଟ୍ରି ହେଉ ବା ଜଳିଉଡ ଇଣ୍ଡଷ୍ଟ୍ରି ହେଉ । ତେବେ ଆପଣ ମାନେ ଜାଣିଥିବେ ପ୍ରତ୍ୟେକ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଯୋଡି ରହି ଥାନ୍ତି ।

ତେବେ ଏହି ଲୋକ ପ୍ରିୟ ଯୋଡି ଙ୍କ ମଧ୍ୟ ରୁ କିଛି ଯୋଡି ଅଛନ୍ତି ଯେଉଁ ମାନେ ଅଭିନୟ ଦୁନିଆ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ଅଭିନୟ ମଧ୍ୟ ଜାରି ରଖିଛନ୍ତି । ଆଜି ଆମେ ସେହିଭଳି ଜଣେ ଯୋଡି ଙ୍କ ବିଷୟ ରେ ଜାଣିବା ଓ ଯୋଡି ହେଉଛନ୍ତି ଆମ ଯାତ୍ରା ଜଗତ ର ଲୋକପ୍ରିୟ ଯୋଡ଼ି ଆପଣ ମାନ ଙ୍କ ପ୍ରିୟ ଯୋଡି ରତୀ ଓରଫ ରତିକାନ୍ତ ପରିଡା ଏବଂ ମିଟୁନା ।

ରତୀ ଓରଫ ରତିକାନ୍ତ ଙ୍କ ଘର ହେଉଛି ମୟୂରଭଞ୍ଜ ଏବଂ ମିଟୁନା ଙ୍କ ଘର ହେଉଛି ଜଗତସିଂପୁର । ଏହି ଯୋଡି ଙ୍କୁ ଆପଣ ମାନେ କୋଣାର୍କ ଗଣନାଟ୍ୟ ରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏହି ଯୋଡି ଦିନେ ଯାତ୍ରା ଜଗତ ରେ ସ୍ବାମୀ ସ୍ତ୍ରୀ ଚରିତ୍ର ରେ ଅଭିନୟ କରୁଥିଲେ କିନ୍ତୁ ଆଜି ସେ ସେମାନେ ରିଅଲ ଲାଇଫ ରେ ସ୍ବାମୀ ସ୍ତ୍ରୀ ହୋଇଛନ୍ତି ।

୨୦୦୨ ରେ ରତିକାନ୍ତ ଓଡିଶା ଅପେରାର ର କାନ ମୋଡି ଦେଲେ ସତ କହିବି ଯାତ୍ରା ରେ ଅଭିନୟ ଆରମ୍ଭ କରିଥିବା ସମୟ ରେ ମିଟୁନା ୧୯୯୪ ମସିହାରେ ଜୟ ଦୂର୍ଗା ଗଣନାଟ୍ୟରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। ଉଭୟ ୨୦୦୫ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ରତି ମିଟୁନା ଦୁହେଁ ଅଭିନୟ କରିଥିବା କିଛି ସୁପର ହିଟ ନାଟକ ହେଲା ମଣିଷ ଦେଖିଲେ ଡର ଲାଗୁଛି, ଆଖି ଅବୁଝା କୁ ଲୁହ ଅବୁଝା, ରାଧା ପିନ୍ଧିଲା ମୀରା ସିନ୍ଦୁର, କଂଗ୍ରେସ କନିଆ ବିଜେଡି ବର । ଉଭୟ ଙ୍କ ଏକ ପୁତ୍ର ଅଛି ଯାହାର ନାମ କୁମାର କୌସ୍ତୁଭ ପରିଡ଼ା । ସେ ହଷ୍ଟେଲ ରେ ରହି ପାଠ ପଢୁଛନ୍ତି , ତେବେ ବନ୍ଧୁଗଣ ଏହି ଯୋଡି ଅଭିନୟ ଜାରି ରଖି ଥିବାରୁ ନିଜ ପରିବାର କୁ ସମୟ ଦେଇ ପାରୁ ନାହାଁନ୍ତି ।

ତାଙ୍କର ଏକ ମାତ୍ର ପୁଅ କୌସ୍ତୁଭ ପରିଡାଙ୍କର ଜନ୍ମ ଥିଲା। ଯେଉଁଥିରେ ରତୀ ଓ ମିଟୁନା ତାଙ୍କ ପୁଅର ଜନ୍ମ ଦିନକୁ ଧୂମ ଧାମରେ ପାଳନ କରିଥିଲେ ଓ ଏହା ସହିତ ଯାତ୍ରା ଯାତ୍ରା ଜଗତର ଆଉ କିଛି କଳାକାର ଯୋଗ ଦେଇଥିଲେ। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

 

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *