ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ମନୋରଂଜନ ଦୁନିଆ ରେ ସବୁଠାରୁ ଲୋକ ପ୍ରିୟ ହେଉଛି ଅଭିନୟ । ଏହି ଅଭିନୟ ଦୁନିଆ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆମେ ଜଣେ ଏମିତି ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ନିଜ ଅଭିନୟ ଜୀବନୀ ଯାତ୍ରା ଜଗତ ରୁ ଆରମ୍ଭ କରି ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘରେ ଘରେ ପରିଚିତ ।
ଆପଣ ମାନେ ଅଭିନେତ୍ରୀ ନଳିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଓଡିଆ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ । ଆପଣ ମାନେ ନଳିନୀ ଙ୍କ ଜବରଦସ୍ତ ଅଭିନୟ ବହୁ ନାଟକ ରେ ଦେଖିଥିବେ । ସେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକ ମାନ ଙ୍କୁ ବେଶ୍ ମନୋରଂଜନ କରାଇ ଥାଆନ୍ତି ଓ କନ୍ଦାଇ ଥାଆନ୍ତି ।
ନଳିନୀ ପ୍ରଥମେ ଶିଶୁ କଳାକାର ଭାବେ ଯାତ୍ରା ଜଗତରେ ପାଦ ରଖିଥିଲେ । ନଳିନୀଙ୍କର ପ୍ରଥମ ନାଟକ ଥିଲା ଅନ୍ଧର ଲଉଡି ଛୋଟାର ବାଡି, ଆହା ମୋ ନନ୍ଦ କୁଳ ଗୋବିନ୍ଦ । ଏହି ନାଟକରେ ସେ ଶିଶୁ କଳାକାର ଭାବେ ଯାତ୍ରା ଜଗତକୁ ଏଣ୍ଟ୍ରି କରିଥିଲେ। ଏହା ପରେ ସେ ଜନତା ଗଣନାଟ୍ୟରେ ଯୋଗ ଦିଅନ୍ତି । ଏହା ପରେ ତାଙ୍କର ପ୍ରଥମ ଅପେରା ଉତ୍ତରପୁର ସୁଦାମବତୀ ଗଣନାଟ୍ୟ କୁ ଚାଲିଗଲେ ଓ ସେଠାରେ ଡ୍ୟାନ୍ସର ହେବା ସହ ନାୟିକା ଭୂମିକାରେ ଅଭିନୟ କରନ୍ତି ।
ସେହି ପାର୍ଟିରେ ସେ ଆଜିର ହାସ୍ୟ ଅଭିନେତା କେଳୁଙ୍କ ପ୍ରେମରେ ପଡିଗଲେ ଓ ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ । ଏହା ପରେ ସଫଳତାର ପାହାଚ ଚଢି ଚାଲିଲେ । କଳିଙ୍ଗ ଗଣନାଟ୍ୟରୁ ଯାଇ ସେ କୋଣାର୍କ ଗଣନାଟ୍ୟରେ ଯୋଗ ଦିଅନ୍ତି । କୋଣାର୍କ ଗଣନାଟ୍ୟରେ ଅନେକ ସଫଳ ନାଟକ ରେ ଅଭିନୟ କରି ଦର୍ଶକଙ୍କୁ ଯାତ୍ରା ପ୍ରତି ଆକୃଷ୍ଟ କରିବାରେ ସଫଳ ହେଲେ।
ନଳିନୀଙ୍କର ଜୀବନର କିଛି ସଫଳ ନାଟକ ହେଲା ଅଧା ରହିଗଲା ରାଧା ବାହାଘର, ରହି ଯା ବାସନ୍ତୀ ବରଷା ରାତି, ଶହେ ହାତୀକୁ ଶହେ ଘୋଢା ଏକା ଲଢିବ ମହାରଥୀ, ଶାଗୁଣା ବସିଛି ଢେଣା ମେଳେଇ, ସିନ୍ଦୁର କହିବ ସ୍ଵାମୀ କାହାର, କହଲୋ ବଉଳ କିଏ ତୋ ବର, କାଇଁଚମାଳୀ । କୋଣାର୍କ ଗଣନାଟ୍ୟରେ ତାଙ୍କର ମିଟୁନାଙ୍କ ସହିତ ଯୋଡିକୁ ଦର୍ଶକ ମାନେ ଅନେକ ଭଲପାଇବା ଦିଅନ୍ତି । ଅଭିନେତ୍ରୀ ନଳିନୀ ଓ ମିଟୁନା ଦୁଇ ସାଙ୍ଗ ଅଟନ୍ତି ।
କୋଣାର୍କ ଗଣନାଟ୍ୟର ଆଖଡା ଚାଲି ଥାଏ, ତେଣୁ ନଳିନୀଙ୍କର ପୁଅ ସିଦ୍ଧାନ୍ତଙ୍କ ଜନ୍ମ ଦିନ କୋଣାର୍କ ଗଣନାଟ୍ୟର ଆଖଡାରେ ପାଳନ ହୋଇଥିଲା ।ଏହି ଜନ୍ମ ଦିନ ଉପଲକ୍ଷେ ଯାତ୍ରା ଜଗତ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ସାରା ମଜା ମସ୍ତି କରିଥିଲେ । ନଳିନୀ ନିଜ ପୁଅ ର ଜନ୍ମ ଦିନ ଟି କୁ ବେଶ୍ ଧୁମ ଧାମ ରେ ପାଳନ କରି ଥିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।