ସୌଭାଗ୍ୟ ର ପ୍ରେମ ରେ ପଡିଲେ ବିବାହିତା ନାରୀ । ସୌଭାଗ୍ୟ ତାଙ୍କୁ ଏତେ ଭଲ ପାଇବା ଦେଲା ଯେ ସେ ତାଙ୍କ ସ୍ବାମି ଙ୍କୁ ଛାଡିବା ପାଇଁ ବାଧ୍ୟ ହେଲେ । ଆଉ ତାକୁ ବାହା ହୋଇ ଯାଇ ପୁନେ ରେ ରହିଲେ । କିନ୍ତୁ ଦେହ ର ଭୋକ ମେଣ୍ଟି ଯିବା ପରେ ଆଉ ମନ ଭରି ଯିବା ପରେ ଅଦରକାରି ଭାବି ଛାଡି ଦେଲା । ଆଉ ଏବେ ନା ତାଙ୍କ ର ପ୍ରଥମ ସ୍ବାମି ଗ୍ରହଣ କରୁଛନ୍ତି ନା ସୌଭାଗ୍ୟ ଙ୍କ ର ପରିବାର ।
ଏ ନେଇ ନ୍ୟାୟ ମାଗୁଛନ୍ତି ମହିଳା ଜଣକ । ଆଉ ସେ ସୌଭାଗ୍ୟ ଙ୍କ ଘରେ ରହିବେ ବୋଲି ଜୋର ଧରିଛନ୍ତି । ଯେହେତୁ ସୌଭାଗ୍ୟ ପାଇଁ ସେ ସବୁ କିଛି ଛାଡି ଦେଇ ଛନ୍ତି ତାଙ୍କ ଘରେ ହିଁ ରହିବେ । ଏମିତି ନ୍ୟାୟ ପାଇବା ପାଇଁ ପ୍ରେମିକ ଙ୍କ ଘର ସାମ୍ନା ରେ ଅଡ଼ି ବସିଛନ୍ତି ମହିଳା । ଆଉ ଏ ଘଟଣା କୁ ନେଇ ଜଗତସିଂପୁର ଜିଲ୍ଲା ର ବାଲିକୁଦା ବ୍ଲକ ଅନ୍ତର୍ଗତ ମୂଳ ଗାଁ ପଞ୍ଚାୟତ ଓଶାରଣା ଗାଁ ରେ ଏବେ ଚର୍ଚ୍ଚା ହେବା କୁ ଲାଗିଛି ।
ରଙ୍ଗ୍ ନମ୍ବର ପ୍ରେମ ପାଇଁ ମହିଳା ଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି । ତେବେ ଏହି ମହିଳା ଜଣକ ହେଲେ ସ୍ବପ୍ନା ପ୍ରୁଷ୍ଟି । ପୂର୍ବ ରୁ ସେ ବାପି ନାମକ ଜଣେ ଯୁବକ ଙ୍କୁ ବିବାହ କରି ଥିଲେ । ଏହା ପରେ ସେ ସୌଭାଗ୍ୟ ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ରଙ୍ଗ୍ ନମ୍ବର ରୁ ହୋଇ ଥିଲା ପ୍ରେମ । ଆଉ ଦୁହେଁ ପ୍ରେମ ରେ ପଡି ସବୁ ସୀମା ରେଖା ପାର କରି ଦେଲେ ।
ଶେଷ ରେ ତାଙ୍କ ସ୍ବାମି କୁ ଛାଡି ପ୍ରେମିକ ଙ୍କ ସହ ପୁନେ ପଳେଇ ଯାଇ ଥିଲେ । ସେଥି ମାସେ ରହିଲା ପରେ ଫୁଣି ଓଡିଶା ଫେରି ଥିଲେ । ହେଲେ କଟକ ରେ ପହଞ୍ଚିଲା ପରେ ସୌଭାଗ୍ୟ ସ୍ବପ୍ନା କୁ କହି ଥିଲେ ତୁମେ ତୁମ ଘର କୁ ଯାଅ ଆଉ ମୁଁ ମୋ ଘର କୁ ଯାଉଛି । ଏହା ପରେ ସ୍ବପ୍ନା ଙ୍କ ର ସନ୍ଧେହ ସୃଷ୍ଟି ହୋଇ ଥିଲା । ଏହା ବିଷୟ ରେ ସୌଭାଗ୍ୟ କୁ ପଚାରିବାରୁ ସେ କଥା କୁ ଏଡେଇ ଦେଇ ଥିଲେ ।
ପରେ ସ୍ବପ୍ନା ଭଦ୍ରକ ଚାଲି ଯାଇ ଥିଲେ । ଭଦ୍ରକ ଯାଇ ଜଗତସିଂହ ପୁର ଆସିବାକୁ କହି ଥିଲେ କିନ୍ତୁ ସ୍ବପ୍ନା ଙ୍କ କଥା ଶୁଣି ସୌଭାଗ୍ୟ ମୋବାଇଲ ବନ୍ଦ କରି ଦେଲେ ତେବେ ଏହା ଦେଖି ସ୍ବପ୍ନା ବାଲିକୁଦା ଅସାରଣ ଗାଁ କୁ ଚାଲି ଆସି ଥିଲେ । ସେଠାରେ ଯିବା ପରେ ସୌଭାଗ୍ୟ ପୁନେ ଚାଲି ଯାଇଥିବାର ଶୁଣି ବାକୁ ପାଇ ଥିଲେ ଆଉ ଉପାୟ ଶୂନ୍ୟ ସ୍ବପ୍ନା ଦାଣ୍ଡ ରେ ଧାରଣା ରେ ବସି ଛନ୍ତି ନ୍ୟାୟ ପାଇବା ପାଇଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।