Breaking News

ଲାଇଭ ଆସି ଅଭିନେତ୍ରୀ ରଚନା ବାନାର୍ଜୀ(Rachana Banerjee) ଓଡିଶା ବାସୀଙ୍କୁ କହିଲେ ନିଜ ମନର କଥା : ଦେଖନ୍ତୁ ଭିଡିଓ

ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନବେ ଦଶକର ସିନେମାରେ ଜବରଦସ୍ତ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲେ। ସେ ଥିଲେ ଓଡ଼ିଆ ଫିଲ୍ମ ଜଗତର ଅପ୍ରତିଦ୍ଵନ୍ଦୀ ନାୟିକା I ଯଦିଓ ସେ ଓଡ଼ିଆ ନଥିଲେ ତଥାପି ସବୁ ଓଡ଼ିଆ ଲୋକଙ୍କର ମନ ଛୁଇଁ ଯାଇଥିଲେ ନିଜର ଚମତ୍କାର ଅଭିନୟ ରେ।

ଆଜି ବି ପ୍ରତ୍ୟେକ ଟି ଓଡ଼ିଆ ରଚନା ଙ୍କୁ ତାଙ୍କର ଜୀବନ୍ତ ଅଭିନୟ ପାଇଁ ମନେ ରଖିଛନ୍ତି। କେବଳ ଏତିକି ନୁହେଁ, ଦର୍ଶକ ମାନେ ଏବେ ବି ଚାହୁଁଛନ୍ତି ଯେ ରଚନା ପୁଣିଥରେ ଓଡ଼ିଶା ଫେରି ଆସି ଓଡ଼ିଆ ସିନେମା କରନ୍ତୁ। ତେବେ ନିକଟରେ ସୋସିଆଲ ମିଡିଆରେ ଲାଇଭ ଆସିଥିବା ସମୟରେ ଏ ବିଷୟରେ ନିଜ ଫ୍ୟାନ୍ସ ମାନଙ୍କ ଆଗରେ ରଚନା ଏଭଳି କିଛି କଥା କହିଛନ୍ତି ଯାହା ଶୁଣିବା ପରେ ଓଡ଼ିଆ ସିନେ ପ୍ରେମୀ ମାନେ ବେଶ୍ ଖୁସି ଅଛନ୍ତି।

ତେବେ ଯେପରିକି ସମସ୍ତେ ଜାଣିଥିବେ, ୧୯୯୩ ମସିହାରେ ବଙ୍ଗଳା ସିନେ ଦୁନିଆରୁ ଅଭିନୟ ଆରମ୍ଭ କରିଥିବା ରଚନା ୧୯୯୪ ମସିହାରେ ଓଡ଼ିଆ ସିନେମାରେ ପାଦ ଦେଇଥିଲେ। ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ନିର୍ଦେଶିତ ସାଗର ଗଙ୍ଗା ସିନେମା ତାଙ୍କୁ ଆଣିଦେଇଥିଲା ସୁଖ୍ୟାତି। ପ୍ରଥମ ଫିଲ୍ମରେ ନିଜର ବରିଷ୍ଠ ଅଭିନୟ ର ଯାଦୁରେ ଓଡିଶା ବାସୀଙ୍କ ମନ ଚୋରେଇନେଇଥିଲେ ଏହି ବେଙ୍ଗଲୀ ନାୟିକା।

ବିଶେଷ କରି ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ତାଙ୍କ ଯୋଡ଼ି କୁ ଲୋକ ମାନେ ବେଶ୍ ପସନ୍ଦ କରୁଥିଲେ। ଓଲିଉଡ ରେ ଦୁହେଁ ପାଖାପାଖି ୪୫ ରୁ ଉର୍ଦ୍ଧ୍ବ ସିନେମାରେ ଏକାଠି ନଜର ଆସିଥିଲେ। ହେଲେ ୨୦୦୫ ମସିହାରେ କୌଣସି କାରଣକୁ ନେଇ ହଠାତ୍ ରଚନା ସବୁଦିନ ପାଇଁ ଓଡ଼ିଶା ଓ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଛାଡ଼ି ଦେଇ କଲିକତା ଫେରି ଯାଇଥିଲେ।

ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଏବେ ରଚନା ଓଲିଉଡ ରେ ନିଜର ଦ୍ଵିତୀୟ ଇନିଂ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିଜେ ରଚନା ଏ ନେଇ ଇନ୍ଷ୍ଟାଗ୍ରମ ଲାଇଭ ରେ ଖୁଲାସା କରିଛନ୍ତି। ଲାଇଭ ରେ ରଚନା କହିଥିଲେ ଯେ, ମୁଁ ଓଡ଼ିଆ ଲୋକ ମାନଙ୍କୁ ବେଶ୍ ଭଲପାଏ। ଯାହାବି ମୁଁ ଅଭିନୟ ଶିଖିଛି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ହିଁ ଶିଖିଛି। ଆଉ ମୁଁ ପୁଣିଥରେ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଚେଷ୍ଟା କରିବି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *