Breaking News

ଲୋକପ୍ରିୟ ଡ୍ୟାନ୍ସ୍ ରିଆଲିଟି ଶୋ “ଝଲକ ଦିଖଲା ଜା” ରେ ନଜର ଆସିବେ ଦୂତି ଚାନ୍ଦ(Dutee Chand) … ଦେଖନ୍ତୁ ଭିଡିଓ

ଭିନ୍ନ ରୂପରେ ନଜର ଆସିବେ ଦୌଡ ରାଣୀ। ଡ୍ୟାନ୍ସ୍ ଫ୍ଲୋର ରେ ନାଚିବେ ଦୂତି ଚାନ୍ଦ। ଲୋକପ୍ରିୟ ହିନ୍ଦୀ ଡ୍ୟାନ୍ସ୍ ଶୋ “ଝଲକ ଦିଖଲା ଜା” ରେ ଆସିବେ ଦୂତି। ଓଡ଼ିଆ ଖେଳାଳୀ ଦୂତି ଚାନ୍ଦ ଲୋକପ୍ରିୟ ରିଆଲିଟି ଶୋ ଝଲକ ଦିଖଲା ଜ ଶିଜନ ୧୦ ରେ ନଜର ଆସିବାକୁ ଯାଉଛନ୍ତି। ଟ୍ରାକ ରେ ଧମାଲ କରିବା ପରେ ଏବେ ଫ୍ଲୋର ରେ କମାଲ କରିବାକୁ ଯାଉଛନ୍ତି ଦୂତି।

କଲରସ୍ ଚ୍ୟାନେଲ ରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଝଲକ ଦିଖଲା ଜା ର ଦଶମ ସଂସ୍କରଣ ରେ ସେ ନାଚୁଥିବାର ଖୁବ୍ ଶୀଘ୍ର ଦେଖିବାକୁ ମିଳିବେ। ଏହି ଶୋ ପାଇଁ ପୂର୍ବରୁ ବହୁଥର ଦୂତି ଙ୍କୁ ଅଫର ମିଳିଥିଲା ହେଲେ ଦୂତି ବ୍ୟସ୍ତତା ଯୋଗୁ ଏଥିରେ ସାମିଲ ହୋଇପାରୁନଥିଲେ। ଟୋକିଓ ଅଲମ୍ପିକ୍ସ ଓ ବର୍ମିହମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ବ୍ୟସ୍ତ ରହୁଥିବାରୁ ସେ ଯୋଗ ଦେଇପାରିନଥିଲେ।

ଏସିଆ କ୍ରୀଡା ଗୋଟିଏ ବର୍ଷ ଘୁଞ୍ଚିବା ପରେ ଝଲକ ଦିଖଲା ଜା ର ସିଜନ ୧୦ ସାମିଲ ହେବାପାଇଁ ହଁ ଭରିଛନ୍ତି ଦୂତି। ତେବେ ଦୂତି ଚାନ୍ଦ ପ୍ରଥମ ଓଡ଼ିଆ କ୍ରୀଡାବିତ୍ ହେବେ ଯିଏ କି ଏତେ ବଡ଼ ରିଆଲିଟି ଶୋ ରେ ସାମିଲ ହେବାକୁ ଯାଉଛନ୍ତି। ତାଙ୍କର ଏହି ନୂତନ ଅବତାର ବିଷୟରେ ଦୂତି କହିଛନ୍ତି ଯେ, ମୁଁ ନିଜକୁ ବିଭିନ୍ନ ନୃତ୍ୟ ଫର୍ମ ପ୍ରଦର୍ଶନ କରିବା ଓ ଏହିଭଳି ତାରକା ଓ ଅଭିନେତା ମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା କଳ୍ପନା କରିନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ କ୍ରୀଡାବିତ୍ ଭାବରେ ମୁଁ ନୂଆ ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଭଲ ପାଏ। ମୁଁ ଲାଇଭ ଦର୍ଶକ ମାନଙ୍କ ସାମ୍ନାରେ ଅଭିନୟ କରିବାରେ ଅଭ୍ୟସ୍ତ ହେଲେ ଏହି ଶୋ ମୋ ପାଇଁ ଏକ ନୂଆ ଅନୁଭୂତି ହେବ। ୧୯୯୬ ଫେବୃଆରୀ ୩ ତାରିଖରେ ଯାଜପୁର ଜିଲ୍ଲାର ଚକଗୋପାଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଦୂତି ବୁଣାକାର ପରିବାରର ଅଟନ୍ତି।

କିନ୍ତୁ ଏହି ସବୁ ସତ୍ତ୍ବେ ସେ କ୍ରୀଡାରେ ନିଜର ଚମତ୍କାରିତା ପ୍ରମାଣିତ କରିଛନ୍ତି। ଏବଂ ବର୍ତ୍ତମାନ ସେ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ନୂତନ କଳା ଶିଖିବା ସହଜ ନୁହେଁ। କିନ୍ତୁ ମୋର କୋରିଓଗ୍ରଫର ଙ୍କ ସାହଯ୍ୟ ରେ ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବାକୁ ଉତ୍ସାହିତ ଅଛି।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *