Breaking News

ଶରୀରରେ ଆଉ ବଳ ନାହିଁ, ବଞ୍ଚିବାର ଆଉ ଆଶା ନାହିଁ, ଏବେ ଏକମାତ୍ର ଭରସା ଭଗବାନ ତୁମେ ..

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଆଗ ଅପେକ୍ଷା ଆହୁରି ଜଟିଳ ହୋଇ ପଡ଼ିଛି ।ତାଙ୍କୁ ହାଇଦ୍ରାବାଦ୍ ଶିଫ୍ଟ୍ କରା ଯାଇଛି।ଅଭିନେତା ପିଣ୍ଟୁ ନନ୍ଦ ଏବେ ବହୁତ୍ କଷ୍ଟ ରେ ଦିନ କାଟୁଛନ୍ତି ।ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଛି ।ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିବା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରାଯିବ ।ଆଉ ଟ୍ରାନ୍ସ୍ ପ୍ଲାଣ୍ଟ ପାଇଁ ତାଙ୍କୁ ଡୋନର ଏ ଯାଏ ମିଳି ନାହାନ୍ତି।ଆଉ ସେପଟେ ସମ୍ପୂର୍ଣ୍ଣ ଟଙ୍କା ମଧ୍ୟ ଯୋଗାଡ଼ ହୋଇ ପାରିନାହିଁ।

ତାଙ୍କ ଅପରେସନ ପାଇଁ ପଚାଶ ଲକ୍ଷ ରୁ ଅଧିକ ଟଙ୍କା ଦରକାର ହେଉଛି ।ପ୍ରଥମେ ଭୁବନେଶ୍ଵର କିମ୍ସ୍ ରେ ଚିକିତ୍ସିତ ହେଉଥିଲେ ଅଭିନେତା ପିଣ୍ଟୁ ନନ୍ଦ। ଆଉ ତା ପରେ ତାଙ୍କୁ ଅପରେସନ ପାଇଁ ଦିଲ୍ଲୀ ଆଇ ଏଲ୍ ବି ଏସ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରା ଯାଇଥିଲା।ହେଲେ ସେଠୀ ତାଙ୍କର ଅପରେସନ ହୋଇ ପାରିନାହିଁ ।କାରଣ ଦିଲ୍ଲୀ ଆଇ ଏଲ୍ ବି ଏସ ହସ୍ପିଟାଲ ର ନିୟମ ଅନୁଯାୟୀ ଡୋନର୍ ପେସେଣ୍ଟ ଙ୍କ ର ନିଜ ପରିବାର ସଦସ୍ୟ ହୋଇଥିବା ଦରକାର୍।

ହେଲେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରିବାର ର ଯେଉଁ ସଦସ୍ୟ ତାଙ୍କୁ ଲିଭର ଦେଇଥାନ୍ତେ ତାଙ୍କ ବ୍ଲଡ ଗ୍ରୁପ୍ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସହିତ ମ୍ୟାଚ୍ କରୁନାହିଁ।ସେଥିପାଇଁ ତାଙ୍କୁ ଅନ୍ୟ ଜଣଙ୍କ ଲିଭର ଆଣି ଟ୍ରାନ୍ସ୍ ପ୍ଲାଣ୍ଟ କରାଯିବ।ହେଲେ ସେ ଦିଲ୍ଲୀ ରେ ଅପରେସନ କରି ପାରିବେ ନାହିଁ।ସେଥିପାଇଁ ସେ ଦିଲ୍ଲୀ ହସ୍ପିଟାଲ୍ ରୁ ହାଇଦ୍ରାବାଦ୍ ସ୍ଥାନାନ୍ତରିତ ହୋଇଛନ୍ତି।ବହୁତ୍ କଷ୍ଟ ରେ ପିଣ୍ଟୁ ନନ୍ଦ ଭଗବାନ୍ ଙ୍କୁ ଡାକୁଛନ୍ତି ତାଙ୍କୁ ଭଲ କରି ଦେବା ପାଇଁ ।ତାଙ୍କ ଦେହରେ ଚାଲିବା ପାଇଁ ଆଉ ବଳ ନାହିଁ ।ବଞ୍ଚିବାର ଆଶା ତାଙ୍କର ମରି ମରି ଯାଉଛି ।

ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ ରେ ଅଭିନେତା ପିଣ୍ଟୁ ନନ୍ଦ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।ହେଲେ ଏଠି ଦିଲ୍ଲୀ ଅପେକ୍ଷା ଦୁଇ ଗୁଣା ଅଧିକ ଖର୍ଚ୍ଚ ବଢ଼ିଯାଇଛି ।ଆଉ ଏତେ ଟଙ୍କା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଓଲିଉଡ଼ ର କଳାକାର ମାନେ ତାଙ୍କୁ ସାହାଯ୍ୟ କରିଛନ୍ତି। ଏବଂ ସେପଟେ ଅଭିନେତା ପିଣ୍ଟୁ ନନ୍ଦ ଡୋନର ଙ୍କ ଅପେକ୍ଷା ରେ ରହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *