Breaking News

” ଶିକ୍ଷକ ହୋଇ ରହିବି ଓ ଛାତ୍ର ହୋଇ ମରିବି ” କାହିଁକି ଏମିତି କହିଲେ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର(Abhijit majumdar) … ଦେଖନ୍ତୁ

ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଗତ କାଲି ଦଶହରା ଉପଲକ୍ଷେ ଗଞ୍ଜାମ ର ଏକ ପୂଜା ପେଣ୍ଡାଲ ରେ ଆୟୋଜିତ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଧମାଲ୍ କରିଛନ୍ତି ଅଭିଜିତ । ତେବେ ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଖବର।

ତେବେ ଓଲିଉଡ ଇଣ୍ଡଷ୍ଟ୍ରି ର ମେଲୋଡି କିଙ୍ଗ ଭାବରେ ବେଶ୍ ପରିଚିତ ଅଭିଜିତ ମଜୁମଦାର। କଳାକାର ଓ ଲୋକ ମାନେ ତାଙ୍କୁ ପ୍ରେମରେ ଅଭିଜିତ ଦା ବୋଲି ମଧ୍ୟ ଡାକନ୍ତି। ଅନେକ ଗୁଡ଼ିଏ ସୁପରହିଟ ଗୀତ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତର ସେ ଜଣେ ଅତି ଜଣାଶୁଣା ଚେହେରା। ସେ ପରଦା ଉପରେ ହେଉ କି ଷ୍ଟେଜ ଉପରେ ନିଜ ଗୀତ ମାଧ୍ୟମରେ ସେ ଲୋକ ମାନଙ୍କୁ ଝୁମେଇ ଦିଅନ୍ତି।

ତେବେ ଦଶହରା ଉପଲକ୍ଷେ ଗତକାଲି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୂଜା କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଆସି ପହଞ୍ଚିଥିଲେ ଅଭିଜିତ ମଜୁମଦାର। ଆଉ ଷ୍ଟେଜ ଉପରେ ସେ ଖୁବ୍ ଜବରଦସ୍ତ ଗୀତ ଯାଇ ଲୋକଙ୍କୁ ଝୁମେଇଥିଲେ। ତାଙ୍କ ଗୀତ ଶୁଣି ଜନତା ଙ୍କ ତରତାଳି ରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ତେବେ ଷ୍ଟେଜ ଶୋ ସାରି ଫେରିବା ପରେ ସେଠାରେ ଉପସ୍ଥିତ ଲୋକ ମାନଙ୍କ ସହ ସେ ସେଲ୍ଫି ନେବା ସହିତ ମିଡିଆ ର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ଦ୍ଵିତୀୟ ଥର ପାଇଁ ଦିଗପହଣ୍ଡି ରେ କାର୍ଯ୍ୟକ୍ରମ କରି , ଆଉ ଲୋକ ମାନଙ୍କ ଠାରୁ ଏତେ ମାତ୍ରାରେ ଭଲ ପାଇବା ପାଇ ସେ ବେଶ୍ ଖୁସି ଥିବା କହିଥିଲେ। ସେ କହିଥିଲେ, ଦିଗପହଣ୍ଡି ର ଲୋକମାନେ ଓଡ଼ିଆ ଗୀତ କୁ ବେଶ୍ ଭଲ ପାଆନ୍ତି। ଓଡ଼ିଆ ସଂସ୍କୃତି କୁ ଭଲ ପାଆନ୍ତି। ଏଠାରୁ ଯେଉଁ ପ୍ରକାର ଭଲ ପାଇବା ମିଳୁଛି ତାହା ସବୁଦିନ ପାଇଁ ମନେ ରହିବ।

ଗତ ଦୁଇ ବର୍ଷ ପୂର୍ବରୁ ମଧ୍ୟ ଅଭିଜିତ ଦା ଦିଗପହଣ୍ଡି ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ତେବେ ଗତକାଲି ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଲୋକମାନେ ଅଭିଜିତ ମଜୁମଦାର ଙ୍କୁ ଜଣେ ଜର୍ଜ ଭାବରେ ଦେଖିବାକୁ ଚାହୁଁଛନ୍ତି। ଏ ବିଷୟରେ କଣ କହିବେ?। ଏହା ତ୍ତରର ସେ କହିଥିଲେ, ମୁଁ ଗୋଟିଏ ପ୍ରତିଜ୍ଞା ନେଇଛି କି କେବେ ବି ଜର୍ଜ ସିଟ୍ ରେ ବସିବି ନାହିଁ। ସବୁବେଳେ ଗୋଟିଏ ଶିକ୍ଷକ ରହିବି ଓ ଛାତ୍ର ହୋଇ ମରିବି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *