Breaking News

” ଏକାଠି ଥିଲି , ଏକା ରହିବି ଏବେ ” , କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କ ଘରଛାଡି ଚାଲିଗଲେ ବର୍ଷା … ଦେଖନ୍ତୁ ଭିଡିଓ

ଶେଷରେ ସବୁଦିନ ପାଇଁ ଅନୁଭବ ଙ୍କ ଘର ଛାଡ଼ିଲେ ବର୍ଷା ପ୍ରିୟଦର୍ଶିନୀ। କୋର୍ଟ ଙ୍କ ରାୟ ପରେ ଏବେ ସବୁଦିନ ପାଇଁ ବର୍ଷା ନିଜ ଶାଶୁଘର ଛାଡ଼ି ଚାଲି ଯାଇଛନ୍ତି। ଦିନେ ଯେଉଁ ଘରକୁ ବାହା ହୋଇ ବୋହୂ ହେଇ ଯାଇଥିଲେ ଆଜି ସେହି ଘରେ ଆଉ ବର୍ଷା ଙ୍କୁ ଦେଖିବାକୁ ମିଳିବନି।

ବର୍ଷା ଓ ଅନୁଭଵ ଙ୍କ ଭିତରେ ଥିବା ସମ୍ପର୍କ କୁ ପାରିବାରିକ ବିବାଦ ଶେଷ କରିଦେଇଛି। ବର୍ଷା ଏବେ ନିଜ ଶାଶୁଘର ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି। ଆଉ ଯିବା ବେଳେ କହିଦେଇ ଯାଇଛନ୍ତି ଅନୁଭଵ ତୁମେ ଭଲରେ ରୁହ। ଦୁଇଟି ମନ ଆଜି ପୁରା ଅଲଗା ହୋଇଯାଇଛି। ଅନୁଭଵ ଙ୍କ ଘରେ ଆଉ ବର୍ଷା ଙ୍କର କୌଣସି ବି ଅଧିକାର ନାହିଁ। ବର୍ଷା ଙ୍କ ବିନା ଆଜି ଅନୁଭବ ଙ୍କ ଘର ପୁରା ଖାଁ ଖାଁ।

କୋର୍ଟ ଙ୍କ ନିର୍ଦ୍ଦେଶ ପରେ ବର୍ଷା ଗତ କାଲି ତାଙ୍କ ଶାଶୁ ଘର ଛାଡ଼ି ଚାଲି ଯାଇଛନ୍ତି। ଯେଉଁ ଘରେ ବର୍ଷା ବାହାଘର ପର ଠାରୁ ରହି ଆସୁଥିଲେ ଆଜି ସେହି ଘର ବର୍ଷା ଙ୍କ ପାଇଁ ପର ହୋଇଯାଇଛି। ହେଲେ ଏ ପର୍ଯ୍ୟନ୍ତ ମଧ୍ୟ ଦୁହିଁଙ୍କ ପାରିବାରିକ ବିବାଦର ଅନ୍ତ ଘଟିନାହିଁ। ଏବେ ବି ଦୁହିଁଙ୍କୁ କଳହକୁ ନେଇ ପୁରା ଓଡ଼ିଶା ଉଠୁଛି ପଡୁଛି।

 

ତେବେ ଏହାରି ଭିତରେ ଦୁହିଁଙ୍କ ମାମଲା ଏକ ନୂଆ ମୋଡ଼ ନେଇଛି । ଯେଉଁ ଘର କୁ ବର୍ଷା କେବେ ବି ଛାଡ଼ିବାକୁ ଚାହୁଁନଥିଲେ ସେହି ଘର ଏବେ କୋର୍ଟ ଙ୍କ ନିର୍ଦ୍ଦେଶ ପରେ ବର୍ଷା ଛାଡ଼ି ଦେଇଛନ୍ତି। ପୂର୍ବରୁ ଅନେକ ଥର ବର୍ଷା ଅନୁଭଵ ଙ୍କ ନାଁ ରେ ମାମଲା ରୁଜୁ କରୁଥିଲେ ମଧ୍ୟ ଶାଶୁଘର ଛାଡ଼ିବା ପାଇଁ ରାଜି ନଥିଲେ। ଆଉ ଏହି କାରଣରୁ ଅନୁଭଵ ବାଧ୍ୟ ହୋଇ କୋର୍ଟ ର ଆଶ୍ରୟ ନେଇଥିଲେ।

 

ଆଉ ଶେଷରେ କୋର୍ଟ ଅନୁଭଵ ଙ୍କ ଆବେଦନ କୁ ଗ୍ରହଣ କରି ବର୍ଷା ଙ୍କୁ ମାସିକ ୩୦୦୦୦ ଟଙ୍କା ଦେବାପାଇଁ ଅନୁଭଵ ଙ୍କୁ ନୋଟିସ ଦେଇଥିଲେ। ଆଉ ଅନୁଭବ ଙ୍କ ଏଥିରେ ରାଜି ହୋଇଥିଲେ। ହେଲେ ଏସଡିଜିଏମ୍ ଙ୍କ ରାୟ କୁ ଚାଲେଞ୍ଜ କରି କଟକ ଜିଲ୍ଲା କୋର୍ଟର ଦ୍ବାରସ୍ଥ ହୋଇଥିଲେ ବର୍ଷା। ତେବେ ଜିଲ୍ଲା ଜର୍ଜ ଏହି ମାମଲା ଉପରେ ପ୍ରାରମ୍ଭିକ ଶୁଣାଣି କରି ସ୍ଥଗିତାଦେଶ ଦେଇଥିଲେ।କିନ୍ତୁ ଏହା ପରେ ନିଜେ ବର୍ଷା ତାଙ୍କ ପିଟିସନ କୁ ପ୍ରତ୍ୟାହାର କରି ନେଇଥିଲେ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *