Breaking News

ଶ୍ରୀମନ୍ଦିର ସେବାୟତଙ୍କୁ ଦିବ୍ୟ ଦର୍ଶନ ଦେଲେ ରାମାୟଣର ବିଭୀଷଣ….

ରାମାୟଣ ର ବିଭୀଷଣ ଙ୍କ ବିଷୟରେ ତ ଆପଣ ମନେ ନିଶ୍ଚୟ ଜାଣିଥିବେ। ଭଗବାନ୍ ଶ୍ରୀରାମ ଙ୍କ ର ଜଣେ ବଡ଼ ଭକ୍ତ ହେଉଛନ୍ତି ବିଭୀଷଣ । ବିଭୀଷଣ ଭଗବାନ୍ ଶ୍ରୀରାମ ଙ୍କୁ ରାବଣ ଙ୍କୁ ମାରିବା ନିମନ୍ତେ ସାହାଯ୍ୟ କରିଥିଲେ । ବିଭୀଷଣ ଙ୍କ ବିନା ସାହାଯ୍ୟ ରେ ଭଗବାନ୍ ଶ୍ରୀରାମ କେବେ ହେଲେ ଲଙ୍କା ଜୟ କରି ପାରି ନଥାନ୍ତେ। ସେଥିପାଇଁ ରାମାୟଣ ରେ ବିଭୀଷଣ ଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆ ଯାଇଛି।
ଆଜି ଆମେ ଆପଣ ମାନଙ୍କୁ ବିଭୀଷଣ ଙ୍କୁ ନେଇ ଏକ ସତ୍ୟ କାହାଣୀ କହିବାକୁ ଯାଉଛୁ । ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।

ଏବେ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ନିମନ୍ତେ ବିଭୀଷଣ ଶ୍ରୀମନ୍ଦିର କୁ ଆସୁଛନ୍ତି । ଆଉ ଏ କଥା ହେଉଛି ରଥଯାତ୍ରା ସମୟର। ଏହି କଥା ସେବାୟତ ମାନେ ଜାଣି ମହାପ୍ରଭୁ ଙ୍କ ନିକଟରେ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ ଯେ ସେ ବିଭୀଷଣ ଙ୍କୁ ଦେଖି ବାକୁ ଚାହୁଁଛନ୍ତି।ଆଉ ରଥଯାତ୍ରା ପୂର୍ବ ଦିନ ମହାପ୍ରଭୁ ସେବାୟତ ଙ୍କୁ ସ୍ବପ୍ନାଦେଶ ଦେଇ କହିଥିଲେ ଯେ ତୁମେ ବିଭୀଷଣ ଙ୍କୁ ଦେଖିବାକୁ ଚାହୁଁଥିଲା ନା କାଲି ଯେତେବେଳେ ଭକ୍ତ ମାନେ ମୋର ଦର୍ଶନ କରିବା ନିମନ୍ତେ ଆସିବେ ତୁମେ ମୋ ପାଖକୁ ଆସିବା ବାଟରେ ଏକ ବେତ ରଖିବ ।

ଆଉ ବେତ ମଧ୍ୟ ଦେଇ ସବୁ ଭକ୍ତ ମାନଙ୍କୁ ଆସିବା ପାଇଁ କହିବ । ସେବାୟତ ସକାଳେ ଠିକ୍ ସେମିତି ହିଁ କରିଲେ ।
ଆଉ ବେତ ମଧ୍ୟ ଦେଇ ସମସ୍ତ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଗଲେ । ଆଉ ସେହି ସମୟରେ ଜଣେ ବ୍ୟକ୍ତି ଗେରୁଆ ବସ୍ତ୍ର ପରିଧାନ କରି ଆସିଲେ । ତାଙ୍କ ମୁଖରୁ ଏକ ଦିବ୍ୟ ଚମକ ବାହାରୁ ଥାଏ ଆଉ ବେତ ପାଖରେ ଠିଆ ହେଲେ ସେବାୟତ ଙ୍କୁ କହିଲେ ବେତ ହଟାଅ ମୁଁ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଯିବି । ତା ପରେ ସେବାୟତ ବେତ ହଟାଇ ଦେଇଥିଲେ ।

ହେଲେ ସେବାୟତ ଙ୍କ ର ସେ ବ୍ୟକ୍ତି ଙ୍କ ପ୍ରତି ସନ୍ଦେହ ଆସି ଯାଇଥିଲା। ଯେତେବେଳେ ସେ ବ୍ୟକ୍ତି ଜଣଙ୍କ ସମୁଦ୍ର ନିକଟ କୁ ଗଲେ ସେବାୟତ ମଧ୍ୟ ତାଙ୍କ ପଛେ ପଛେ ଗଲେ ସେ କିଏ ବୋଲି ତାଙ୍କୁ ପଚାରିଲେ ହେଲେ ବ୍ୟକ୍ତି ଜଣଙ୍କ କିଛି ବି କହିଲେ ନାହିଁ ତାପରେ ସେବାୟତ ମହାପ୍ରଭୁ ଙ୍କ ସ୍ବପ୍ନାଦେଶ କଥା କହିବାରୁ ବିଭୀଷଣ ତାଙ୍କ ନିଜ ସ୍ୱରୂପ ଦେଖାଇ ଥିଲେ ଆଉ ଏକ ସୁବର୍ଣ୍ଣ ଖଡ଼ୁ ସେବାୟତ ଙ୍କୁ ଦେଇଥିଲେ । ଏବେ ମଧ୍ୟ ସେ ଖଡ଼ୁ ସେବାୟତ ଙ୍କ ପାଖରେ ଅଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *