ଓଲିଉଡ ଇଣ୍ଡଷ୍ଟ୍ରି ର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ କୁ ନେଇ ଚର୍ଚ୍ଚାରେ ଥାନ୍ତି ରାନୀ। ଯେ କୌଣସି ବିଷୟରେ ହେଉ ନାଁ କାହିଁକି ସେ କେବେ ବି ନିଜର ପ୍ରତିକ୍ରିୟା ଦେବାକୁ ପଛାନ୍ତି ନାହିଁ। । ତେବେ ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ କୁ ନେଇ ଚର୍ଚ୍ଚାରେ ରହୁଥିବା ରାନୀ ପଣ୍ଡା ଏବେ ପୁଣିଥରେ ଚର୍ଚ୍ଚାରେ। ହେଲେ ଏଥର ଚର୍ଚ୍ଚାକୁ ଆସିବାର କାରଣ କିଛି ଅଲଗା।
ଆପଣ ଜାଣିଥିବେ ଖଣ୍ଡଗିରି ଯାତ୍ରା ପର ଠାରୁ ବିବାଦ ଘେର ରେ ଛନ୍ଦି ହୋଇପଡ଼ିଥିବା ରାନୀ ପଣ୍ଡା ଙ୍କୁ ଯାତ୍ରା ମଞ୍ଚକୁ ଯିବା ବାରଣ ହୋଇଥିଲା। ଏବେ କିଛି ବର୍ଷ ହେବ ରାନୀ ଙ୍କୁ ଯାତ୍ରା ପେଣ୍ଡାଲ ରେ ଦେଖିବାକୁ ମିଳୁନାହିଁ ହେଲେ ଚଳିତ ବର୍ଷ ଦୁର୍ଗା ପୂଜା ରେ ରସୁଲଗଡ଼ ଦୁର୍ଗା ପୂଜା ପେଣ୍ଡାଲ ରେ ଦେଖିବାକୁ ମିଳିଛି ରାନୀ ପଣ୍ଡା ଙ୍କୁ।
ଗତକାଲି ସନ୍ଧ୍ୟା ସମୟରେ ରସୁଲଗଡ଼ ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯାଇ ପହଞ୍ଚିଥିଲେ ରାନୀ ପଣ୍ଡା। ସେଠାରେ ଷ୍ଟେଜ ଉପରେ ସେ ଗୀତ ଗାଇବା ସହ ଜବରଦସ୍ତ ଦ୍ୟାନ୍ସ କରିଥିଲେ। ଦୀର୍ଘ ସମୟର ବ୍ୟବଧାନ ପରେ ରାନୀ ପଣ୍ଡା ଙ୍କର ଏଭଳି ଜବରଦସ୍ତ ଦ୍ୟାନ୍ସ ଦେଖି ଲୋକଙ୍କ କରତାଳି ରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।
ତେବେ ଏହି କାର୍ଯ୍ୟକ୍ରମ ରେ ନିଜର ନୃତ୍ୟ ପ୍ରଦର୍ଶନ କରିଥିଲେ ମଧ୍ୟ ରାନୀ ଟଙ୍କା ଟିଏ ବି ପାଉଣା ନେଇ ନଥିବା କହିଥିଲେ କମିଟି ସଦସ୍ୟ। କେବଳ ଏତିକି ନୁହେଁ, ଆଗାମୀ ବର୍ଷ ଦଶହରା ରେ ରାନୀ ପଣ୍ଡା ରସୁଲଗଡ଼ ଦୁର୍ଗା ପୂଜା କମିଟି କୁ ୧ ଲକ୍ଷ ଟଙ୍କା ଦାନ କରିବେ ବୋଲି ମଧ୍ୟ ଲୋକ ମାନଙ୍କ ଆଗରେ ଘୋଷଣା କରିଥିଲେ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ରାନୀ ଏଭଳି କିଛି କରିଛନ୍ତି, ପୂର୍ବରୁ ମଧ୍ୟ ରାନୀ ଅନେକ ଲୋକ ଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଯେତେବେଳେ ଗରିବ ଲୋକ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନଥିଲେ ସେ ସମୟରେ ରାନୀ ପଣ୍ଡା ଦୁଃଖୀ ଲୋକ ମାନଙ୍କ ପେଟରେ ଦାନା ଦେଇଥିଲେ। ଅନେକ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ ରାନୀ। ଏଭଳି କରି ସେ ନିଜ ମହାନ୍ ହୃଦୟର ପରିଚୟ ଦେଇଥିଲେ।