Breaking News

ସତ ହୋଇଯିବ କି ମାଳିକା ବଚନ ? ବିନାଶ ର ପୂର୍ବ ସୂଚନା , ବୁଡି ଯିବ କି ଶ୍ରୀକ୍ଷେତ୍ର !! – ଦେଖନ୍ତୁ

ବାଇଶି ପାହାଚେ ଖେଳିବ ମୀନ। ବୁଡି ଯିବ ଶ୍ରୀକ୍ଷେତ୍ର। ସାତ ହୋଇଯିବ କି ମାଳିକା ବଚନ? ଏ କଣ ବିନାଶ ପୂର୍ବର ସୂଚନା କି? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଓଡ଼ିଶାବାସୀ ଙ୍କ ମନରେ। କାରଣ ଗୋଟିଏ ପରେ ଗୋଟିଏ ମାଳିକା ବଚନ ଧୀରେ ଧୀରେ ସତ ହେବାରେ ଲାଗିଛି।

ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା ଅନୁସାରେ ସୃଷ୍ଟି ଧ୍ଵଂସ ହେବା ପୂର୍ବରୁ ସୂଚନା ମିଳିଯିବ। ଶ୍ରୀମନ୍ଦିର ବାଇଶି ପାହାଚ ରେ ପାଣି ଚାଲିବ ଆଉ ଶ୍ରୀକ୍ଷେତ୍ର ବୁଡ଼ିଯିବ। ଆଉ ଏହି ସବୁ ଘଟଣା ଏବେ ସତ ହେବାରେ ଲାଗିଛି। କାରଣ ଗତ କିଛି ଦିନ ଭିତରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି ଶ୍ରୀକ୍ଷେତ୍ର ରେ।

କିଛି ଦିନ ପୂର୍ବେ ଶ୍ରୀକ୍ଷେତ୍ର ଆକାଶରେ ଘୋଟି ଆସିଥିଲା କଳା ବାଦଲ। ଆଉ ମୁଷଳ ଧାରା ବର୍ଷା ଫଳରେ ବାଇଶି ପାହାଚରେ ପାଣି ଚାଲିବା ସହିତ ଲୋକଙ୍କ ମନରେ ଝରଣାର ଭ୍ରମ ସୃଷ୍ଟି କରିଥିଲା। ଆଣ୍ଠୁଏ ଲେଖାଏଁ ପାଣିରେ ଭକ୍ତି ମାନେ ଅଟକି ରହିଥିଲେ। ସେହିଭଳି ବର୍ଷାରେ ବଡ଼ଦାଣ୍ଡ ଜଳାର୍ଣ୍ଣବ ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା।

ଆଉ ମାଳିକା କଥା ଅନୁସାରେ, ଶ୍ରୀକ୍ଷେତ୍ର ଏବଂ ବଡ଼ଦାଣ୍ଡ ରେ ଚାଲିଥିଲା ପାଣି। କେବଳ ଏତିକି ନୁହେଁ, ଅନ୍ୟପଟେ ପୁରୀ ସମୁଦ୍ର ରେ ମଧ୍ୟ ବୁଲିଥିଲା ଖଣ୍ଡିଆ ଭୂତ। ଘନ ଅନ୍ଧାର ସହ ସମୁଦ୍ର ର ଜଳରାଶିରେ ଘୁରି ବୁଲୁଥିଲା। ଯାହା ଫଳରେ ସମୁଦ୍ର ଜଳରାଶି ମଧ୍ୟ ଭୟଙ୍କର ରୂପ ନେଇଥିଲା।


ସେହିଭଳି ଆଜି ମଧ୍ୟ ଶ୍ରୀମନ୍ଦିରରେ ଅନ୍ୟ ଏକ ଅଘଟଣ ଘଟିଥିଲା । ଶ୍ରୀମନ୍ଦିର ସୌର ଘରେ ଲାଗିଯାଇଥିଲା ନିଆଁ। ମହାପ୍ରଭୁ ଙ୍କ ମହାପ୍ରସାଦ ତିଆରି ପାଇଁ ଯେଉଁ ଘରେ ସାମଗ୍ରୀ ରଖାଯାଏ ସେଠାରେ ହଠାତ୍ ଲାଗି ଯାଇଥିଲା ନିଆଁ। ଏମିତିକି ଏହି ନିଆଁ କେମିତି ଲାଗିଲା ତାହା ମଧ୍ୟ କେହି ଜାଣି ପାରିନଥିଲେ।

ତେବେ ବାରମ୍ବାର ଶ୍ରୀକ୍ଷେତ୍ର ରେ ଏଭଳି ଅଘଟଣ ଘଟିବା ସୃଷ୍ଟି ବିନାଶ ପୂର୍ବର ସୂଚନା ନୁହେଁ ତ? ବିଶ୍ଵ ଧ୍ଵଂସ ହେବା ପୂର୍ବରୁ ହୁଏତ ଏହା ମହାବାହୁ ଙ୍କ ପୂର୍ବ ସୂଚନା। ନଚେତ୍ ଶ୍ରୀକ୍ଷେତ୍ରରେ ଏଭଳି ବାରମ୍ବାର ଅଘଟଣ କାହିଁକି ଘଟୁଛି। ତେବେ ସବୁ ପରେ ବିଶ୍ୱ ବାସୀ ଙ୍କୁ କେବଳ ମହାପ୍ରଭୁ ହିଁ ଭରସା।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *