Breaking News

ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ (Pintu Nanda) – ଦେଖନ୍ତୁ ଭିଡିଓ

ଆସିଗଲା ବହୁତ ବଡ଼ ଦୁଃଖ ର ଖବର । ସମସ୍ତେ ଚାହୁଁ ଥିଲେ କିପରି ଭାବରେ ପିଣ୍ଟୁ ନନ୍ଦ ଭଲ ହେଇ ଖୁସି ରେ ଫେରିବେ । କିନ୍ତୁ ଦୁଃଖ ର ବିଷୟ କି ଆଜି ଅଫେରା ରାଇଜ କୁ ଚାଲି ଯାଇଛନ୍ତି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ହସ୍ପିଟାଲ ଇ ତାଙ୍କ ର ପରଲୋକ ଘଟିଛି ।

ତେବେ ଓଡିଶା ସିନେ ଜଗତ ପାଇଁ ହୋଇଛି ଏକ ବହୁତ ବଡ଼ କ୍ଷତି । ଫୁଣି ଥରେ ଜଣେ ସୁନ୍ଦର କଳାକାର କୁ ହରେଇଛି ଓଡ଼ିଆ ସିନେ ଜଗତ । ମାସ ମାସ ଧରି ଚିକିତ୍ସା ଚାଲି ଥିଲା ଭୁବନେଶ୍ଵର ପରେ ଦିଲ୍ଲୀ ଆଉ ଦିଲ୍ଲୀ ପରେ ହାଇଦ୍ରାବାଦ ନିଆ ଯାଇଥିଲା କିନ୍ତୁ ହାଇଦ୍ରାବାଦ ଠାରେ ତାଙ୍କ ର ମୃତ୍ଯୁ ଘଟିଛି ।

ମୃତ୍ଯୁ ବେଳ କୁ ତାଙ୍କୁ ମାତ୍ର 45 ବର୍ଷ ବୟସ ହୋଇ ଥିଲା । 1978 ମସିହା ରେ ସେ ଭୁବନେଶ୍ଵର ରେ ଜନ୍ମ ଗ୍ରହଣ କରି ଥିଲେ । ତାଙ୍କ ର ଦୁଇ ପୁଅ ଅଛନ୍ତି । ଦୀର୍ଘ ଦିନ ଧରି ସେ ଲିଭର୍ ସିରୋସିସ୍ ରୋଗ ରେ ଅକ୍ରାନ୍ତ୍ ହୋଇ ଥିଲେ ବା ଲିଭର୍ ଟ୍ରାନସପ୍ଲାଣ୍ଟ କରା ଯିବା ଦରକାର ବୋଲି ଡାକ୍ତର କହି ଥିଲେ ।

ସେଥି ପାଇଁ ପୁରା ଓଲିଓଡ୍ , ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇ ଥିଲେ । ତେବେ ତାଙ୍କ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦୟ କରା ଯାଇ ସାହାଯ୍ୟ ମଧ୍ୟ କରା ଯାଇ ଥିଲା । ହେଲେ ତାଙ୍କ ର ଲିଭର୍ ଟ୍ରାନସପ୍ଲାଣ୍ଟ ହେବା ପୂର୍ବ ରୁ ଆଜି ସେ ତାଙ୍କ ଜୀବନ ଯୁଦ୍ଧ ରେ ହାରି ଯାଇ ଛନ୍ତି ।

ସମସ୍ତ ଙ୍କୁ ଛାଡି ସେ ଆଜି ଆର ପାରିକୁ ଚାଲି ଯାଇଛନ୍ତି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ । ଏହି ଖବର ଶୁଣିବା ପରେ ସମସ୍ତେ ଏବେ ଦୁଃଖ ପ୍ରକାଶ କରିଛନ୍ତି । କାରଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଆଜି ବହୁତ ଭଲ କଳାକାର ଙ୍କୁ ହରେଇ ଦେଇ ଛନ୍ତି । ତାହା ସହ ସମସ୍ତେ ଆଶା ବାନ୍ଧି ରଖି ଥିଲେ କି ପିଣ୍ଟୁ ନନ୍ଦ ଭଲ ହେଇ ନିଶ୍ଚୟ ଫେରିବେ ହେଲେ ତାଙ୍କ ର ଏମିତି ଅକାଳ ବିୟୋଗ ହେଇ ଯିବ ବୋଲି କେହି ଅନ୍ଦାଜ୍ ଲଗେଇ ନଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *