Breaking News

” ସମୟ ସରିଗଲା, ବୟସ ଗଡ଼ିଗଲା… ” ବୟଫ୍ରେଣ୍ଡ ଖୋଜିବା ପାଇଁ ଆଉ ବୟସ ନାହିଁ : ରାଣୀ ପଣ୍ଡା (Rani Panda) ଶେଷରେ ନିଜ ବିବାହ କୁ ନେଇ ଏମିତି ଇସାରା ଦେଲେ … ଦେଖନ୍ତୁ ଭିଡିଓ

ଜଲିଉଡ ଇଣ୍ଡଷ୍ଟ୍ରି ର ଜଣାଶୁଣା ଚେହେରା ରାନୀ ପଣ୍ଡା ଙ୍କୁ ଆପଣ ମାନେ ଜାଣିଥିବେ। ବିବାଦୀୟ ଅଭିନେତ୍ରୀ ଭାବରେ ସେ ଓଡ଼ିଶାରେ ବେଶ୍ ପରିଚିତ। ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ କୁ ନେଇ ଚର୍ଚ୍ଚାରେ ଥାନ୍ତି ରାନୀ। ଯେ କୌଣସି ବିଷୟରେ ହେଉ ନାଁ କାହିଁକି ସେ କେବେ ବି ନିଜର ପ୍ରତିକ୍ରିୟା ଦେବାକୁ ପଛାନ୍ତି ନାହିଁ । ତେବେ ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ କୁ ନେଇ ଚର୍ଚ୍ଚାରେ ରହୁଥିବା ରାନୀ ପଣ୍ଡା ଏବେ ପୁଣିଥରେ ଚର୍ଚ୍ଚାରେ। ହେଲେ ଏଥର ଚର୍ଚ୍ଚାକୁ ଆସିବାର କାରଣ କିଛି ଅଲଗା।

ଗତକାଲି ସନ୍ଧ୍ୟାରେ ଦଶହରା ଉପଲକ୍ଷେ ରସୁଲଗଡ଼ ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପହଂଚିଥିଲେ ରାନୀ ପଣ୍ଡା। ମଞ୍ଚ ଉପରେ ଜବରଦସ୍ତ ନାଚି ଓ ଗୀତ ଗାଇ ସେ ଦର୍ଶକ ମାନଙ୍କର ବେଶ୍ ମନୋରଞ୍ଜନ କରିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ରାନୀ ପଣ୍ଡା ଙ୍କର ଏଭଳି ଜବରଦସ୍ତ ଦ୍ୟାନ୍ସ ଦେଖି ଲୋକଙ୍କ କରତାଳି ରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ତେବେ ସବୁଠୁ ବଡ଼ କଥା ହେଉଛି, ଦୁର୍ଗା ପୂଜା ପେଣ୍ଡାଲ ରେ ଶୋ କରିବାକୁ ରାନୀ ଟଙ୍କା ଟିଏ ବି ପାଉଣା ମାଗି ନଥିଲେ। ନିଜ ଇଚ୍ଛାରେ ସେ ଟଙ୍କାଟିଏ ବି ପାରିଶ୍ରମିକ ନ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ଆଗାମୀ ବର୍ଷ ଠାରୁ ଆରମ୍ଭ କରି ପ୍ରତିବର୍ଷ ଦଶହରା ରେ ରାନୀ ପଣ୍ଡା ରସୁଲଗଡ଼ ଦୁର୍ଗା ପୂଜା କମିଟି କୁ ୧ ଲକ୍ଷ ଟଙ୍କା ଦାନ କରିବେ ବୋଲି ମଧ୍ୟ ଲୋକ ମାନଙ୍କ ଆଗରେ ଘୋଷଣା କରିଥିଲେ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ରାନୀ ଏଭଳି କିଛି କରିଛନ୍ତି, ପୂର୍ବରୁ ମଧ୍ୟ ରାନୀ ଅନେକ ଲୋକ ଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଯେତେବେଳେ ଗରିବ ଲୋକ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନଥିଲେ ସେ ସମୟରେ ରାନୀ ପଣ୍ଡା ଦୁଃଖୀ ଲୋକ ମାନଙ୍କ ପେଟରେ ଦାନା ଦେଇଥିଲେ। ଅନେକ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ ରାନୀ।

ତେବେ ଗତକାଲି ଷ୍ଟେଜ ଶୋ ସାରି ଫେରିବା ବେଳେ ମିଡିଆ ଆଗରେ ରାନୀ ପଣ୍ଡା କହିଥିଲେ ଯେ, ଆଗାମୀ ବର୍ଷ ଠାରୁ ସେ ଦୁର୍ଗା ପୂଜା ଏକ ଲକ୍ଷ ଟଙ୍କା ଦାନ କରିବେ। ଏହି ସମୟରେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ତାଙ୍କ ବୟଫ୍ରେଣ୍ଡ୍ ଙ୍କ ବିଷୟରେ। ଏହା ଉତ୍ତରରେ ନିଜର ମଜାଳିଆ ଢଙ୍ଗରେ ରାନୀ ପଣ୍ଡା କହିଥିଲେ ଯେ ତାଙ୍କର ଆଉ ବୟସ ନାହିଁ ବୟଫ୍ରେଣ୍ଡ୍ ଖୋଜିବାର।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *