ବନ୍ୟା ବିପନ୍ନ ମହିଳା ଙ୍କୁ ମାଗଣା ରେ ମିଳିବ ସାନିଟାରୀ ନାପକିନ୍ । ଖବର ପ୍ରସାରଣ ପରେ ଚେଇଁ ଉଠିଲେ ରାଜ୍ୟ ସରକାର । ଜିଲ୍ଲା ପାଳ ମାନଂକୁ ଚିଠି ଲେଖିଲେ ଏସଆରସି । ଅତ୍ୟାବଶ୍ୟକ ରିଲିଫ କିଟ୍ ରେ ଜୋଡିହେଲା ସାନିଟାରୀ ନାପକିନ୍ । ମହିଳା ଙ୍କ ସମସ୍ୟା ନେଇ ଗତ କାଲି ମିଡ଼ିଆ ଖବର ପ୍ରସାରଣ କଲେ । ଯେଉଁଠି ରେ ବନ୍ୟା ବିପିନ୍ନ ରେ କିସୋରି ଓ ମହିଳା ଙ୍କ ଋତୁସ୍ରାବ ଜନିତ ଅସୁବିଧା ଦେଖା ଯାଇଥିଲା । ଗୋଳି ପାଣି ପାର ହୋଇ ପୁରୀ ଗୋପ ଅଞ୍ଚଳ ରେ ସ୍ଥିତି ପରକ୍ଷି ଥିଲା ମିଡ଼ିଆ ।
ଜଳବନ୍ଧି ସମସ୍ୟା ଯୋଗୁଁ ଘରୁ ଘୋଡ୍ କାଢି ପାରୁ ନଥିବା ମହିଳା ମାନଙ୍କ ପାଖ ରେ ନଥିଲା ସାନିଟାରୀ ନାପକିନ୍ । ଏହି ଭଳି ସ୍ଥିତି ରେ କାହା କୁ କହିବେ ଆଉ କାହାକୁ ଜଣାଇବେ ଏ ବିଷୟ ରେ ଲୋକ ଲଜ୍ୟା ଭୟ ପାଇଁ ଜଣାଇ ପାରୁ ନଥିଲେ କାହାକୁ । ଏ ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇ ଉଥିଛନ୍ତି ରାଜ୍ୟ ସରକାର ।
ବନ୍ୟା ବିପନ୍ନ ମହିଳା ଙ୍କୁ ମାଗଣା ରେ ବଣ୍ଟା ଯିବ ସାନିଟାରୀ ନାପକିନ୍ । ଏ ନେଇ ବନ୍ୟା ପ୍ରଭାବିତ ଜିଲ୍ଲା ର ଜିଲ୍ଲା ପାଳ ମାନଂକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବରେ ବନ୍ୟା ପ୍ରଭାବିତ ମହିଳା ମାନକୁ ସାନିଟାରୀ ନାପକିନ୍ ବଣ୍ଟନ ପାଇଁ ଚିଠି ରେ ଉଲ୍ଲେଖ ରହିଛି ।
ବନ୍ୟା ପ୍ରଭାବିତ ହେଇଥିବା ମହିଳା ଓ କିସୋରି ମାନେ ମୁଖ୍ୟତ ଏହି ସମସ୍ୟା ର ସମ୍ମୁଖୀନ ହେଉଥିଲେ ମଧ୍ୟ ଲୋକ ଲଜ୍ୟା ଭୟ ରେ କାହାରିକୁ କିଛି କହି ପାରୁ ନଥିଲେ । ଜଳବନ୍ଧି ସମସ୍ୟା ପାଇଁ ମହିଳା ମାନେ ନିଜ ର ଅସୁବିଧା କୁ କାହାରି ଆଗରେ କହି ପାରୁ ନଥିଲେ ସେଥି ପାଇଁ ସେମାନେ ବାଧ୍ୟ ହୋଇ କପଡା ବ୍ୟବହାର କରିବାକୁ ଲାଗୁଥିଲେ ।
ଏଣୁ ମହିଳା ମାନଙ୍କ ର ସ୍ବଚ୍ଛତା କୁ ଗୁରୁତ୍ବ ଦେଇ ବନ୍ୟା ରିଲିଫ୍ ରେ ସାନିଟାରୀ ନାପକିନ୍ ଆଡ କରିବା ପାଇଁ ଦାବି କରାଯାଇ ଥିଲା । ଏହା ପରେ ଏହାକୁ ଅତିଆବସ୍ୟକ କିଟ୍ ଭାବରେ ଆଡ଼ କରା ଯାଇଛି । ଖୋର୍ଦ୍ଧା ପୁରୀ କଟକ କେନ୍ଦ୍ରାପଡ଼ା ଜଗତସିଂପୁର ନୟାଗଡ଼ ବଲେଶ୍ବର ଭଦ୍ରକ କେନ୍ଦୁଝର୍ ରେ ସାନିଟାରୀ ନାପକିନ୍ ବଣ୍ଟା ଯିବ ବୋଲି କୁହା ଯାଇଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।