Breaking News

ସରକାର ଙ୍କ ନୂଆ ଯୋଜନା ! ଯତ୍ନ ନେବେ ଯଦି ହାଟରୁ ମାଗଣାରେ ନେଇପାରିବେ ଗାଈ … ଦେଖନ୍ତୁ ଭିଡିଓ

ହାଟରୁ ମାଗଣାରେ ନେଇପାରିବେ ଗାଈ। ହେଲେ ଦରକାର କେବଳ ଯତ୍ନ ନେବାର ପ୍ରତିଶ୍ରୁତି। କେବଳ ନିଜର ବିବରଣୀ ଦେଇ ମାଗଣାରେ ନେଇ ପାରିବେ ଗାଈ। ମହଂଗା ଯୁଗରେ ମାଗଣା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଏହା ସତ। ଯଦି ଆପଣ ଜଣେ ଚାଷୀ ଆଉ ଏକ ଗାଈ ନେଇ ପାଳିବାକୁ ଚାହୁଁଛନ୍ତି ତେବେ ଆପଣ ମାଗଣାରେ ଗାଈ ନେଇପାରିବେ। ହେଲେ ଏଥିପାଇଁ ଗାଈ ର ଯତ୍ନ ନେବାକୁ ପ୍ରତିଶ୍ରୁତି ଦେବାକୁ ହେବ।

 

ଏଭଳି ମାଗଣା ଗାଈ ହାଟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ବଲାଙ୍ଗୀର ଜିଲ୍ଲାରେ ଘୁରି ବୁଲୁଛନ୍ତି ହଜାର ହଜାର ବୁଲା ଗାଈ ଗୋରୁ ଓ ଷଣ୍ଢ। ଯାହା ଫଳରେ ସହର ଭିତରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଅନେକ ଲୋକ ଗାଈ ଙ୍କ ଠାରୁ କ୍ଷୀର ଖାଉଥିବା ସମୟରେ ଅଲଗା ସମୟରେ ସେମାନଙ୍କୁ ରାସ୍ତା ମଝିରେ ଛାଡ଼ି ଦେଉଛନ୍ତି।

ବୁଲା ଗାଈ ଗୋରୁ ଙ୍କୁ ଥଇଥାନ କରିବା ପାଇଁ ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ ତରଫରୁ ଦାବି ହୋଇଆସୁଥିଲା। ହେଲେ ସହର ଭିତରେ ସୁବିଧା ନ ଥିବାରୁ ବୁଲା ଗାଈ ଗୋରୁ ଙ୍କୁ ଥଇଥାନ କରିପାରୁନଥିଲା ପୌର ସଂସ୍ଥା। ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ପୌର ସଂସ୍ଥା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ବୁଲା ଗାଈ ଗୋରୁ ଙ୍କୁ ନେଇ ପ୍ରଶାସନ ଖୋଲିଛି ମାଗଣା ହାଟ।

ସହର ଭିତରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ କାବୁ କରି କୌଶଳ କଳାମଣ୍ଡଳ ପଡିଆକୁ ଅଣା ଯାଉଛି। ଏହାପରେ ଗ୍ରାମାଞ୍ଚଳର ଚାଷୀ ମାନଙ୍କୁ ଡକାଯାଇ ସେମାନଙ୍କ ସବିଶେଷ ବିବରଣୀ ଲେଖା ଯାଉଛି। ଆଉ ତା ପରେ ମାଗଣାରେ ବୁଲା ଗାଈ ଗୋରୁ ଙ୍କୁ ଚାଷୀ ମାନଙ୍କୁ ହସ୍ତାନ୍ତର କରାଯାଉଛି। ଚାଷୀ ମାନେ ଗାଈ ଗୋରୁ ଙ୍କ ସେବା ଯତ୍ନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

କିନ୍ତୁ ଏହି ଗାଈ ହସ୍ତାନ୍ତର ପ୍ରକ୍ରିୟା କୁ ନେଇ କିଛି ଗୁରୁତର ଅଭିଯୋଗ ଆଣିଥିଲା ଯୁବ ପ୍ରତାପୀ ସେନା। ବୁଲା ଗାଈ ଗୋରୁ ଙ୍କୁ କାବୁ କରିବା ସମୟରେ ସେମାନଙ୍କୁ ମାଡ ମରାଯାଉଥିବା ଓ ଯାହାକୁ ହସ୍ତାନ୍ତର କରାଯାଉଛି ସେମାନଙ୍କ ବିବରଣୀ କରାଯାଉନଥିବା ସେ ଅଭିଯୋଗ ଆଣିଥିଲେ। କିନ୍ତୁ ଏ ସବୁ ଅଭିଯୋଗ କୁ ଖଣ୍ଡନ କରିଥିଲେ ବଲାଙ୍ଗୀର ତହସିଲଦାର। ତେବେ ଗାଈ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନର ଏଭଳି ପଦକ୍ଷେପ କୁ ସାଧାରଣ ଲୋକମାନେ ସ୍ବାଗତ ଜଣାଇଛନ୍ତି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *